କେଉଁ ଆପ୍ ଦେଖୁଛି କେଉଁ ଡାଟା, ସବୁ ରିପୋର୍ଟ ଦେବ iOS 15.2 ଅପଡେଟ୍

ନୂଆଦିଲ୍ଲୀ: Apple ଖୁବ ଶୀଘ୍ର iOS 15.2 ଏବଂ iPadOS 15.2 ଜାରି କରିବାକୁ ଯାଉଛି । ଏହି ଓଏସରେ ଏକ ଖାସ ଫିଚର ରହିଛି । ଏହି ଫିଚର ଦ୍ୱାରା ୟୁଜର ଏହା ଜାଣିପାରିବେ ଯେ ଫୋନରେ କେଉଁ ଆପ୍ କେଉଁ ଭଳି ସମ୍ବେଦନଶୀଳ ଡାଟାକୁ ଆକ୍ସେସ୍ କରିପାରୁଛି, ଯେମିତିକି ଲୋକେସନ, ଫଟୋ, କ୍ୟାମେରା, ମାଇକ୍ରୋଫୋନ ଏବଂ କଣ୍ଟାକ୍ଟ । ତେବେ ଏହି ଭର୍ସନ ବର୍ତ୍ତମାନ ଟେଷ୍ଟିଂ ପାଇଁ ଦିଆଯିବ ।

ଏକ ରିପୋର୍ଟ ଅନୁଯାୟୀ, Apple iOS 15.2 ଏବଂ iPadOS 15.2 ରେ ‘App Privacy Report’ ଫିଚର ଦେଇଛି । ଏହି ଫିଚର ଦ୍ୱାରା ସାତ ଦିନ ମଧ୍ୟରେ କେଉଁ ଆପ୍ କେଉଁ ସମ୍ବେଦନଶୀଳ ତଥ୍ୟକୁ ଆକ୍ସେସ୍ କରିଛି ସେନେଇ ସୂଚନା ଦେବ । ଆପ୍ କେଉଁ ୱେବ ଡୋମେନ୍ ସହ ସମ୍ପର୍କ କରିଛି ତାହା ମଧ୍ୟ ଦର୍ଶାଇବ । ଏହା ଦ୍ୱାରା ଆପଣ ଜାଣିପାରିବେ ଆଇଫୋନରେ ଇନଷ୍ଟଲ ହୋଇଥିବା ଆପ୍ ପରଦା ପଛରେ କ’ଣ କରୁଛି ।