fbpx

ବର୍ତ୍ତମାନ ଭାରତରେ ପ୍ରସ୍ତୁତ ହେବ iPhone : ଆଇଟି ମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ : ଏଣିକି ଭାରତରେ ପ୍ରସ୍ତୁତ ହେବ Apple iPhone । ଏନେଇ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଟ୍ୱିଟ କରି ଘୋଷଣା କରିଛନ୍ତି । ଟାଟା ଗ୍ରୁପ ସହ ୱିଷ୍ଟ୍ରନ କାରଖାନା ଅଧିଗ୍ରହଣ ପାଇଁ ବି ଅନୁମୋଦନ ମିଳିଛି । ଏହି ବିକାଶ ଆଗକୁ ଭାରତର ମାନୁଫାକଚରିଂ କ୍ଷେତ୍ରକୁ ଶକ୍ତି ଯୋଗାଇବ ଏବଂ ସମଗ୍ର ବିଶ୍ୱରେ ଚାଇନା ନିର୍ମିତ ଉପକରଣକୁ ହ୍ରାସ କରିବ ।

ରିପୋର୍ଟ ଅନୁସାରେ, ମାର୍ଚ୍ଚ ୨୦୨୪ ସୁଦ୍ଧା ଏହି କାରଖାନାରୁ ପ୍ରାୟ ୧.୮ ବିଲିୟନ ଡଲାର ମୂଲ୍ୟର ଆପଲ ଆଇଫୋନ ପ୍ରସ୍ତୁତ ହେବ । ଆପଲ ର ବିଶ୍ୱ ବଜାର ପାଇଁ ଟାଟା ଭାରତର କାରଖାନାରେ ଆଇଫୋନ ୧୫ ପ୍ରସ୍ତୁତ କରିବ । ଟାଟା ଅଧିଗ୍ରହଣ କରିଥିବା ୱିଷ୍ଟ୍ରନ କାରଖାନାର ମୂଲ୍ୟ ୬୦୦ ମିଲିୟନ ଡଲାର ଅଟେ । ଗତ ଦୁଇ ବର୍ଷ ହେବ ଏହି ଚୁକ୍ତି ପାଇଁ ଦୁହିଁଙ୍କ ମଧ୍ୟରେ ଆଲୋଚନା ହେଉଥିଲା । ଏହି କାରଖାନାରେ ପ୍ରାୟ ୧୦ ହଜାର ଲୋକେ କାମ କରୁଛନ୍ତି ।

Get real time updates directly on you device, subscribe now.