fbpx

୧୨ କୋଟିରୁ ଅଧିକ ମୂଲ୍ୟର ଆଇଫୋନ ଲୁଟ, ନିଲମ୍ବିତ ହେଲେ ୩ ପୋଲିସ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସାଗରରେ ୧୨କୋଟି ମୂଲ୍ୟର ଆଇଫୋନ ଚୋରି ହେବା ନେଇ ଅଭିଯୋଗକୁ ପଞ୍ଜିକରଣ କରିବାରେ ଅବହେଳା ପାଇଁ ପୋଲିସକୁ ମହଙ୍ଗା ପଡିଛି। ଏହି ମାମଲାରେ ଜଣେ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ଏବଂ ୨ ଜଣ ପୋଲିସଙ୍କୁ ନେଇ ତଦନ୍ତ କରାଯାଉଛି।

ସାଗରର ଅତିରିକ୍ତ ପୋଲିସ ଅଧୀକ୍ଷକ ସଞ୍ଜୟ ଉଇକେ କହିଛନ୍ତି ଯେ, ସାଗର ଜୋନର ପୋଲିସ ମହାନିରିକ୍ଷକ ପ୍ରମୋଦ ବର୍ମା ଶୁକ୍ରବାର ଦିନ ଯେଉଁ ପୋଲିସକର୍ମୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ସେଥିରେ ବାନ୍ଦରୀ ଥାନା ପ୍ରଭାରୀ ନିରୀକ୍ଷକ ଭାଗଚନ୍ଦ ଉଇକେ ଏବଂ ସହାୟକ ଉପନିରୀକ୍ଷକ ରାଜେନ୍ଦ୍ର ପାଣ୍ଡେ ମଧ୍ୟ ସାମିଲ ଅଛନ୍ତି। ସେମାନଙ୍କୁ ହୋଲ୍ଡରେ ରଖାଯାଇଛି। ସେହିପରି କନେଷ୍ଟବଳ ରାଜେଶ ପାଣ୍ଡେଙ୍କୁ ନିଲମ୍ବିତ କରାଯାଇଛି।

ସୂଚନାନୁଯାୟୀ, ଆଇଫୋନଗୁଡିକୁ ନେଇକି ଯାଉଥିବା ଟ୍ରକର ଡ୍ରାଇଭର ଘଟଣାର ସଙ୍ଗେସଙ୍ଗେ ପୋଲିସଙ୍କୁ ଯୋଗାଯୋଗ କରିଥିଲେ, ହେଲେ ଅଧିକାରୀମାନେ ତାଙ୍କ ବିବୃତ୍ତି ଅନୁଯାୟୀ, ଅଭିଯୋଗ ପଞ୍ଜୀକୃତ କରିନଥିଲେ। ଡ୍ରାଇଭରଙ୍କ ଅନୁଯାୟୀ, ଚୋରି ଘଟଣା ୧୫ ଅଗଷ୍ଟରେ ଘଟିଥିଲା, ଯେତେବେଳେ କଣ୍ଟେନର ହରିୟାଣାର ଗୁରୁଗ୍ରାମରୁ ଚେନ୍ନାଇ ଯାଉଥିଲା। ଡ୍ରାଇଭର ଅଭିଯୋଗ ଅଣିଛନ୍ତି ଯେ, ଚୋରି ସମୟରେ ତାଙ୍କୁ ନିଶା ପଦାର୍ଥ ଦିଆଯାଇଥିଲା, ଏବଂ ତାଙ୍କ ମୁହଁ ବନ୍ଦ କରାଯାଇଥିଲା।

Get real time updates directly on you device, subscribe now.