fbpx

IPL 2022: ଆଜି ଏଲିମିନେଟରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ଏବଂ ବେଙ୍ଗାଲୁରୁ, ହାରିବା ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ

ନୂଆଦିଲ୍ଲୀ: ପ୍ରଥମ ଦଳ ଭାବେ ଗୁଜରାଟ ଟାଇଟନ୍ସ ଆଇପିଏଲ ୨୦୨୨ର ଫାଇନାଲରେ ପହଞ୍ଚି ସାରିଛି। ଫାଇନାଲରେ ଦ୍ଵିତୀୟ ଦଳ କିଏ ହେବ ସେ ନେଇ ଚାରୋଟି ଦଳ ଦୌଡରେ ଅଛନ୍ତି। ବୁଧବାର କୋଲକାତାର ଇଡେନ ଗାର୍ଡେନ୍ସରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏଲିମିନେଟର ମୁକାବିଲା ଖେଳାଯିବ। ଯେଉଁ ଦଳ ଆଜିର ମୁକାବିଲା ହାରିବ ସେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ। ଜିତିବା ଦଳ ଦ୍ଵିତୀୟ କ୍ଵାଲିଫାୟରରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ପୁଣି ଟାଇଟଲ୍ ଦୌଡରେ ତିନୋଟି ଦଳ। ପୂର୍ବରୁ ୬ଟି ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡି ସାରିଛନ୍ତି।

ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ୧୮ ପଏଣ୍ଟ ସହିତ ଆଇପିଏଲ ୨୦୨୨ର ପ୍ଲେ ଅଫ ପାଇଁ କ୍ଵାଲିଫାଇ କରିଥିବା ବେଳେ ୧୬ ପଏଣ୍ଟ ସହ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେ ଅଫରେ ପହଞ୍ଚିଛି। ଆଜିର ମ୍ୟାଚରେ ଲକ୍ଷ୍ନୌ ନିଜର ପୁରୁଣା ଏକାଦଶ ସହ ମଇଦାନକୁ ଓହ୍ଲାଇପାରେ। ଦଳ ବହୁତ ସନ୍ତୁଳିତ ନଜର ଆସୁଛି। ଏହି କର ବା ମର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦୁଇଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇପାରେ। ମହମ୍ମଦ ସିରାଜ ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରନ୍ତି। ଯଦି ହର୍ଷଲ ପଟେଲ୍ ଫିଟ୍ ନଥାଆନ୍ତି ତେବେ ଆକାଶ ଦୀପଙ୍କୁ ସୁଯୋଗ ମିଳିପାରେ।

ଏମିତି ହୋଇପାରେ ଦୁଇ ଦଳର ଚୂଡାନ୍ତ ଏକାଦଶ

ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
କ୍ଵିଣ୍ଟନ ଡିକକ୍(ଓ୍ଵିକେଟ୍ କିପର), କେଏଲ ରାହୁଲ(ଅଧିନାୟକ), ଏଭିନ ଲୁଇସ, ଦୀପକ ହୁଡ୍ଡା, କୃଣାଲ ପାଣ୍ଡ୍ୟା, ମାର୍କସ ଷ୍ଟୋଇନିସ, ଜାସନ ହୋଲଡର, କୃଷ୍ଣପ୍ପା ଗୌତମ, ମୋହସିନ ଖାନ, ଅଭେଶ ଖାନ ଏବଂ ରବି ବିଷ୍ଣୋଇ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
ବିରାଟ କୋହଲି, ଫାଫ ଡୁପ୍ଲେସିସ୍(ଅଧିନାୟକ), ରଜତ ପାଟିଦାର, ଗ୍ଲେନ ମ୍ୟାକ୍ସଓ୍ଵେଲ, ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ମହିପାଲ ଲୋମରୋର, ଶାହବାଜ ଅହମ୍ମଦ, ଓ୍ଵାନିନ୍ଦୁ ହସରଙ୍ଗା, ହର୍ଷଲ ପଟେଲ/ଆକାଶ ଦୀପ, ମହମ୍ମଦ ସିରାଜ ଏବଂ ଜୋସ ହେଜେଲଉଡ।

Get real time updates directly on you device, subscribe now.