fbpx

ଆଇପିଏଲ ୨୦୨୩ ରେ ଏଣ୍ଟ୍ରି ମାରିଲେ ଷ୍ଟିଭେନ ସ୍ମିଥ୍, ଭିଡିଓ ସେୟାର କରି ଦେଲେ ସୂଚନା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଭେଟେରାନ ବ୍ୟାଟର ଷ୍ଟିଭେନ ସ୍ମିଥ୍ ଦୁଇ ବର୍ଷ ପରେ ପୁଣି ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)କୁ ଫେରିବେ ବୋଲି ସେ ନିଜେ ଏହି ସୂଚନା ଦେଇଛନ୍ତି । ତେବେ ଚଳିତ ବର୍ଷ ସେ କେଉଁ ଫ୍ରାଞ୍ଚାଇଜ ପାଇଁ ଖେଳିବେ ତାହା ସ୍ପଷ୍ଟ ହୋଇନି । ସୂଚନା ଯୋଗ୍ୟ ଯେ ଚୂିତ ବର୍ଷର ଆଇପିଏଲ ପାଇଁ ଗତ ଡିସେମ୍ବର ମାସରେ କେରଳର କୋଚି ଠାରେ ଅନୁଷ୍ଠିତ ମିନି ଖେଳାଳି ନିଲାମ ପ୍ରକ୍ରିୟା ସହିତ ସେ ସାମିଲ ହୋଇ ନ ଥିଲେ । ମାତ୍ର ଆଇପିଏଲକୁ ଫେରିବେ ବୋଲି ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ ସହିତ ସମସ୍ତଙ୍କୁ ବିସ୍ମିତ କରିଛନ୍ତି ।

ଏଥିରସେ ଉଲ୍ଲେଖ କରିଛନ୍ତି ଯେ ‘ନମସ୍ତେ ଇଣ୍ଡିଆ । ଆପଣଙ୍କ ପାଇଁ ଏକ ରୋଚକ ଖବର । ନିଜର ଟ୍ୱିଟର ଆକାଉଣ୍ଟରେ ଭିଡିଓ ମେସେଜ ପୋଷ୍ଟ କରି କହିଛନ୍ତି ଯେ ମୁଁ ୨୦୨୩ ଆଇପିଏଲରେ ସାମିଲ ହେବାକୁ ଯାଉଛି । ଏକ ବ୍ୟତିକ୍ରମ ଓ ପାସୋନେଟ ଟିମ ସହିତ ଯୋଗ ଦେବି । ସୂଚନା ଯୋଗ୍ୟ ଯେ ନିକଟରେ ଅନୁଷ୍ଠିତ ଭାରତ ବିପକ୍ଷ ଦିନିକିଆ ସିରିଜରେ ନିୟମିତ ଅଧିନାୟକ ପ୍ୟାଟ୍ କ୍ୟୁମିନ୍ସଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଇ ଅଷ୍ଟ୍ରେଲିଆକୁ ୨-ରେ ବିଜୟୀ କରାଇଥିବା ସ୍ମିଥ୍ ଆଇପିଏଲର ଜଣେ ପୁରୁଣା ଖେଳାଳି ।

ପୂର୍ବରୁ ସେ ଦିଲ୍ଲୀ କ୍ୟାପିଟାଲ୍ସ ,ରାଜସ୍ଥାନ ରୟାଲ୍ସ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ପୂର୍ବତନ ଫ୍ରାଞ୍ଚାଇଜ ରାଇଜିଂ ପୁଣେ ସୁପର ଜିଆଣ୍ଟସ ,ପୁଣେ ୱାରିଅର୍ସ ଓ କୋଚି ଟସ୍କର,କେରଳ ପକ୍ଷରୁ ପ୍ରତିନିଧିତ୍ୱ କରି ଥିଲେ । ସେହିପରି ୨୦୧୭ରେ ପୁଣେ ଦଳର ନେତୃତ୍ୱ ନେଇ ନେଇ ଥିବାବେଳେ ଉକ୍ତ ବର୍ଷ ରନର ଅପ୍ ହୋଇଥିଲା । ଆଇପିଏଲରେ ମୋଟ ୧୦୩ ମ୍ୟାଚ ଖେଳି ସ୍ମିଥ୍ ଗୋଟିଏ ଶତକ ଓ ୧୧ ଅର୍ଦ୍ଧଶତକ ସହିତ ୨୪୮୫ ରନ ସଂଗ୍ରହ କରିଛନ୍ତି ।

Get real time updates directly on you device, subscribe now.