fbpx

ଦୁଇ ବର୍ଷ ପରେ ପୁଣି RCB ଅଧିନାୟକ ହେଲେ ବିରାଟ କୋହଲି, ଜାଣନ୍ତୁ କ’ଣ ରହିଛି କାରଣ ?

ପଞ୍ଜାବ: ଦୁଇ ବର୍ଷ ପରେ ଅଧିନାୟକ ଭୁମିକାକୁ ପେରିଲେ ଭାରତର ପୁର୍ବତ୍ତନ ଅଧିନାୟକ ବିରାଟ କୋହଲି । ଗୁରୁବାର ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚ୍‌ରେ ଫାପ୍ ଡୁ ପ୍ଲେସି ସମ୍ପୁର୍ଣ୍ଣ ଭାବେ ଫିଟ୍ ନଥିବାରୁ ତାଙ୍କ ସ୍ଥାନରେ ବିରାଟ ଦଳର ଅଧିନାୟକ ଦାୟିତ୍ୱ ନେଇଥିଲେ । ଟସ୍ ସମୟରେ ବିରାଟ କହିଥିଲେ ଯେ, ଫାପ୍ ଆଜି ଫିଲ୍ଡିଂ କରିବେ ନାହିଁ, ଏଥିପାଇଁ ସେ ଇମ୍ପ୍ୟାକ୍ଟ ପ୍ଲେୟାର ଭାବେ ଖେଳିବେ ।

ତେବ ଆଜିର ମ୍ୟାଚ୍ କଥା କହିଲେ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ୍ ହରାଇ ୧୭୪ ରନ୍ ସଂଗ୍ରହ କରିଥିଲା । ବିରାଟ କୋହଲି ଏବଂ ଫାପ୍ ଡୁ ପ୍ଲେସି ଦୁହେଁ ଓପନିଁ ଆସି ଶତକୀୟ ଭାଗିଦାରୀ କରିଥିଲେ । ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ, ନାଥାନ୍ ଏଲିସ୍ ଗୋଟିଏ ଲେଖାଏଁ ଉଇକେଟ୍ ନେଇଥିବା ବେଳେ ହରପ୍ରିତ ବ୍ରାର୍ ୨ଟି ଉଇକେଟ୍ ପାଇଥିଲେ ।

Get real time updates directly on you device, subscribe now.