fbpx

‘Installment’ ରେ ଖେଳାଯିବ IPL-2024! ନିର୍ବାଚନ ପାଇଁ ବଦଳିଯିବ ଟୁର୍ଣ୍ଣାମେଣ୍ଟ ଫର୍ମାଟ

ନୂଆଦିଲ୍ଲୀ: ଏପ୍ରିଲ ମାସରେ ଦେଶରେ ନିର୍ବାଚନ ନେଇ ସମ୍ଭାବନା ଜାରି କରିଛନ୍ତି ଇଲେକ୍ସନ କମିଶନ୍ । ଏହି ଘୋଷଣା ପରେ ସର୍ବଶ୍ରେଷ୍ଠ ଟି-୨୦ ଲିଗ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ନିର୍ବାଚନ ପାଇଁ ଆଇପିଏଲ ତାରିଖ ପରିବର୍ତ୍ତନ ହୋଇପାରେ । ଏହାସହିତ ଆଇପିଏଲ ଖେଳାଯିବାର ଫର୍ମାଟରେ ମଧ୍ୟ ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏ ନେଇ ଏକ ବଡ଼ ଅପଡେଟ ଏବେ ସାମନାକୁ ଆସିଛି । ଆସନ୍ତା ଆଇପିଏଲ-୨୦୨୪ ବିଭିନ୍ନ ରାଉଣ୍ଡରେ ହୋଇପାରେ । ତେବେ ଆଇପିଏଲ-୨୦୨୪କୁ ନେଇ ସିଡ୍ୟୁଲ ଘୋଷଣା ହୋଇନାହିଁ ।

ଆସନ୍ତା ମାର୍ଚ୍ଚ-୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪ । ତେବେ ଗତକାଲି ଏପ୍ରିଲ-୧୬ ତାରିଖରେ ସାଧରଣ ନିର୍ବାଚନ ହେବା ନେଇ ସମ୍ଭାବନା ଜାରି କରିଛନ୍ତି ଦିଲ୍ଲୀର ଇଲେକ୍ସନ କମିଶନ୍ । ତେଣୁ ଆଇପିଏଲର ଏହି ସୂଚୀରେ ପରିବର୍ତ୍ତନ କରିବା ପାଇଁ ଯୋଜନା କରୁଛି ବିସିସିଆଇ । ଖୁବଶୀଘ୍ର ଏହାର ପ୍ରଥମ ରାଉଣ୍ଡ ଘୋଷଣା କରାଯାଇପାରେ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଏହାପରେ ଧିରେ ଧିରେ ବିଭିନ୍ନ ପର୍ଯ୍ୟାୟ ସୂଚୀ ଘୋଷଣା କରାଯିବ ବୋଲି କହିଛନ୍ତି ଆଇପିଏଲର ଚେୟାରମ୍ୟାନ ଅରୁଣ ଧୁମଲ । ସେ କହିଛନ୍ତି ଯେ, ଆମେ ଆଇପିଏଲ ସୂଚୀ ଉପରେ କାର୍ଯ୍ୟ କରୁଛୁ, ଖୁବଶୀଘ୍ର ଏହାର ପ୍ରଥମ ଚରଣର ସୂଚୀ(୧୦-୧୫ ଦିନ) ଘୋଷଣା କରାଯିବ । ଏହାପରେ ସମସ୍ତ ରାଉଣ୍ଡ ସୂଚୀ ଘୋଷଣା ହେବ ।

ତେବେ ସରକାରଙ୍କ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହି ଅନୁସାରେ, ମ୍ୟାଚ ଆୟୋଜନ ହେବ । ଧୁମଲ କହିଛନ୍ତି ଯେ, ଆଇପିଏଲ-୨୦୨୪ ମାର୍ଚ୍ଚ ୨୨ ତାରିଖରେ ଆରମ୍ଭ ହୋଇ ମେ’ ୨୬ ତାରିଖରେ ଶେଷ ହେବାର ସମ୍ଭାବନା ରହିଛି । ସେପଟେ ମହିଳା ପ୍ରିମିୟର ଲିଗକୁ ନେଇ ଖେଳସୂଚୀ ଘୋଷଣା ହୋଇ ସାରିଛି । ଫେବୃଆରୀ ୨୩ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳାଯିବାକୁ ଥିବା ବେଳେ ମାର୍ଚ୍ଚ ୧୭ ତାରିଖରେ ଏହାର ଫାଇନାଲ ମ୍ୟାଚ ଖେଳାଯିବ ବୋଲି ଘୋଷଣା ହୋଇଛି ।

Get real time updates directly on you device, subscribe now.