PBKS vs MI Qualifier 2: ଅହମଦାବାଦରେ ରନ୍‌ର ହେବ ବର୍ଷା, ପଢନ୍ତୁ Pitch ରିପୋର୍ଟ

ଆଇପିଏଲ ୨୦୨୫ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ ପଞ୍ଜାବ କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ..

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ବର୍ତ୍ତମାନ କେବଳ ଦୁଇଟି ମୁକାବିଲା ବାକି ରହିଛି, କ୍ୱାଲିଫାୟର-୨ ଏବଂ ଫାଇନାଲ। ଏହି ଦୁଇଟି ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

ତେବେ ଆଜି ପଞ୍ଜାବ କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ ଖେଳାଯିବ।

ଏହି ମ୍ୟାଚରେ ଯେଉଁ ଟିମ ବିଜୟ ହାସଲ କରିବ ସେ ଫାଇନାଲ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହ ସାମ୍ନା କରିବ। ତେବେ ଆସନ୍ତୁ ଜାଣିବା ମ୍ୟାଚ ମଧ୍ୟରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚ୍ କେମିତି ରହିଛି।

କିପରି ରହିବ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚ୍‌: ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚ୍ ବ୍ୟାଟ୍ସମ୍ୟାନଙ୍କ ପାଇଁ ସାହାଯ୍ୟକାରୀ ରହିବ। ଏଠାରେ ହାଇ ସ୍କୋରିଂ ମୁକାବିଲା ଦେଖିବାକୁ ମିଳିଥାଏ।

ଏହି ମଇଦାନରେ ପୂର୍ବରୁ ବ୍ୟାଟିଂ କରୁଥିବା ଦଳ ଏବଂ ଲକ୍ଷ୍ୟକୁ ପିଛା କରୁଥିବା ଟିମଙ୍କୁ ବରାବର ସଫଳତା ମିଳିଥାଏ।

ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଅହମଦାବାଦରେ ୦୧ ଜୁନରେ ମ୍ୟାଚ ଆରମ୍ଭ ହେବ। ଏଠାରେ ତାପମାତ୍ରା ୩୧ ଡିଗ୍ରୀ ସେଲସିୟସ ରହିବ ଏବଂ ମ୍ୟାଚ ଶେଷ ବେଳକୁ ଏହି ତାପମାତ୍ରା ୩୧ ଡିଗ୍ରୀ ହୋଇଯାଇଥିବ।

ମ୍ୟାଚ ସମୟରେ ଆର୍ଦ୍ରତା ୪୮% ରୁ ୫୬% ମଧ୍ୟରେ ରହିପାରେ। ଆକାଶ ସ୍ୱଚ୍ଛ ରହିବ ଏବଂ ମୁକାବିଲା ସମୟରେ ବର୍ଷାର ସମ୍ଭାବନା ନାହିଁ ବୋଲି କୁହାଯାଉଛି। ଏଥିରେ ଫ୍ୟାନ୍ସକୁ ୪୦ ଓଭରର ଖେଳ ଦେଖିବାକୁ ମିଳିବ।