IPL 2025 Playoffs Schedule: କେମିତି ଖେଳାଯିବ କ୍ୱାଲିଫାୟର ଓ ଏଲିମିନେଟର ରାଉଣ୍ଡ, ଫାଇନାଲକୁ ଯିବ କେଉଁ ଟିମ? ଜାଣନ୍ତୁ ଡିଟେଲ୍ସ
IPL 2025 Playoffs Schedule: ଜାଣନ୍ତୁ କେଉଁ ଟିମର କେବେ ହେବ ମୁକାବିଲା, କେଉଁଠି ହେବ ମ୍ୟାଚ ଏବଂ କେମିତି ଦେଖିବେ ମ୍ୟାଚ୍
ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ଲୀଗ ଷ୍ଟେଜ ବର୍ତ୍ତମାନ ସମାପ୍ତ ହୋଇସାରିଛି। ଯାହାର ଶେଷ ବା ୭୦ତମ ମୁକାବିଲା ୨୭ ମେ ରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଆରସିବି ଏଲଏସଜିକୁ ହରାଇ
ପ୍ଲେଅଫରେ ନିଜର ସ୍ଥାନ ପକ୍କା କରିବା ସହ ଗୁଜରାଲ ଟାଇଟନ୍ସର ମଧ୍ୟ ଭାଗ୍ୟ ଧାର୍ଯ୍ୟ କରିଛି। ଏହି ହାଇ ସ୍କୋରିଂ ମୁକାବିଲାରେ ବେଙ୍ଗଲୁରୁ ଲକ୍ଷ୍ନୌ ବିପକ୍ଷରେ ୨୨୮ ରନର ଲକ୍ଷ ପିଛା କରି ୬ ୱିକେଟରେ ବିଜୟ ହାସଲ କରିଛି ଏବଂ ପଏଣ୍ଟଓ ଟେବଲରେ ଶ୍ରେଷ୍ଠ ୨ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ ସହ ପ୍ଲେଅଫର ଫଟୋ ସ୍ପଷ୍ଟ ହୋଇଛି।
ପ୍ଲେଅଫର ସ୍ଥିତି:
ଆରସିବିର ବିଜୟ ପରେ ଚାରୋଟି ସ୍ଥାନ ଧାର୍ଯ୍ୟ ହୋଇଛି:
-ପଞ୍ଜାବ କିଙ୍ଗସ-ଲିଗ ଷ୍ଟେଜରେ ଶ୍ରେଷ୍ଠ ସ୍ଥାନରେ ଅଛି।
-ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ-ଦ୍ୱିତୀୟ ସ୍ଥାନରେ
-ଗୁଜରାଟ ଟାଇଟନ୍ସ-ତୃତୀୟ ସ୍ଥାନରେ
-ମୁମ୍ବାଇ ଇଣ୍ଡିଆନ୍ସ-ଚତୁର୍ଥ ସ୍ଥାନରେ
ପ୍ଲେଅଫର ସେଡ୍ୟୁଲ:
କ୍ୱାଲିଫାୟର-୧
ସ୍ଥାନ-ମହାରାଜା ୟାଦବିନ୍ଦ୍ର ସିଂହ ଇଣ୍ଟରନେସନାଲ ଷ୍ଟାଡିୟମ, ମଲ୍ଲାନପୁର, ଚଣ୍ଡିଗଡ଼
ସମୟ-୨୯ ମେ’ ୨୦୨୫, ସନ୍ଧ୍ୟା ୭ଟା ୩୦ ମିନିଟରୁ ଖେଳାଯିବ।
ଟିମ- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ vs ପଞ୍ଜାବ କିଙ୍ଗସ ଏହି ମ୍ୟାଚରେ ଯେଉଁ ଟିମ ଜିତିବ ସେ ସିଧା ଆଇପିଏଲର ଫାଇନାଲରେ ପହଞ୍ଚି ଯିବ।
ଏଲିମିନେଟର:
ସ୍ଥାନ-ମହାରାଜା ୟାଦବିନ୍ଦ୍ର ସିଂହ ଇଣ୍ଟରନେସନାଲ ଷ୍ଟାଡିୟମ, ମୁଲ୍ଲାନପୁର, ଚଣ୍ଡିଗଡ଼
ସମୟ-୩୦ ମେ ୨୦୨୫, ସଂଧ୍ୟା ୭ଟା ୩୦ ମିନିଟରୁ ଆରମ୍ଭ।
ଟିମ-ଗୁଜରାଟ ଟାଇଟନ୍ସ vs ମୁମ୍ବାଇ ଇଣ୍ଡିୟନ୍ସ
ଏଥିରେ ହାରୁଥିବା ଟିମ ଟୁର୍ଣ୍ଣାମେଣ୍ଟରୁ ବାହାରିଯିବ, ଯେଉଁଥିରେ ଜିତୁଥିବା ଟିମ କ୍ୱାଲିଫାୟର-୨ରେ ଖେଳିବ।
କ୍ୱାଲିଫାୟର-୨:
ସ୍ଥାନ-ନରେନ୍ଦ୍ର ମୋଦୀ ଷ୍ଟାଡିୟମ, ଅହମଦାବାଦ
ସମୟ-୧ ଜୁନ ୨୦୨୫, ସଂଧ୍ୟା ୭.୩୦ରୁ ଆରମ୍ଭ ହେବ।
ଟିମ-କ୍ୱାଲିଫାୟର-୧ର ହାରିଥିବା ଟିମ vs ଏଲିମିନେଟରର ବିଜେତା ଟିମ
ଫାଇନାଲ:
ସ୍ଥାନ-ନରେନ୍ଦ୍ର ମୋଦୀ ଷ୍ଟାଡିୟମ, ଅହମଦାବାଦ
ସମୟ-୩ ଜୁନ ୨୦୨୫, ସଂଧ୍ୟା ୭ଟା ୩୦ରୁ ଆରମ୍ଭ ହେବ।
ଟିମ-କ୍ୱାଲିଫାୟର-୧ର ଏବଂ କ୍ୱାଲିଫାୟର-୨ର ବିଜେତା ଟିମ
କେଉଁଠି ଦେଖିବେ ମ୍ୟାଚ:
ସମସ୍ତ ମ୍ୟାଚର ସିଧାପ୍ରସାରଣ ଷ୍ଟାର ସ୍ପୋର୍ଟସ ନେଟୱର୍କରେ କରାଯିବ।
ଅନଲାଇନ ଷ୍ଟ୍ରିମିଙ୍ଗ: ସେହିପରି ମୋବାଇଲ ଏବଂ ଅନଲାଇନ ଭ୍ୟୁୟର୍ସଙ୍କ ପାଇଁ ହଟଷ୍ଟାର ଆପରେ ଲାଇଭ ଷ୍ଟ୍ରିମିଂ ଉପଲବ୍ଧ ରହିବ।