fbpx

ଗଞ୍ଜାମରେ ଆଇପିଏଲ ବେଟିଂ ସଟ୍ଟା ବଜାର ସକ୍ରିୟ: ବୁକି ମାଲାମାଲ୍‌, ଟଙ୍କା ହାରି ଜୀବନ ହାରୁଛନ୍ତି ଯୁବପିଢ଼ି

ଗଞ୍ଜାମ, (ଭାସ୍କର ନ୍ୟୁଜ୍‌) : ଚଳିତ ବର୍ଷ ମାର୍ଚ୍ଚ ୨୬ତାରିଖ ଠାରୁ ଆରମ୍ଭ ହୋଇ ଯାଇଛି ଆଇପିଏଲ କ୍ରିକେଟ ମ୍ୟାଚ । ଏହା ଆହୁରି ୧ମାସ ଧରି ଚାଲିବ । ଏହି ସୀମିତ ଓଭର ଆଇପିଏଲ ମ୍ୟାଚକୁ ନେଇ ଗଞ୍ଜାମ ସହରରେ କିଛି ବୁକି ସକ୍ରିୟ ହୋଇ ଉଠିଥିବା ଜଣା ପଡିଛି । ଆଇପିଏଲକୁ ନେଇ ସଟାବଜ଼ାର ଜୋରସୋର ଚାଲିଛି କେଉଁ ଦଳ ଜିତିବ ଏଥି ପାଇଁ ଅନଲାଇନ ଆଇଡି ମାଧ୍ୟମରେ ୧୦୦ଟଙ୍କାରୁ ଲକ୍ଷ ଲକ୍ଷ ଟଙ୍କା ବାଜି ମାରୁଛନ୍ତି । ହାରିବା ପରେ ସର୍ବହରା ହୋଇ ଆତ୍ମହତ୍ୟା କରିବା ପାଇଁ ପଛୁନାହାନ୍ତି ଯୁବ ପିଢ଼ି ।

ଏଠି ବୁକି ମାନେ ହେଉଛନ୍ତି ରାତା ରାତି ମାଲାମାଲ ସେମାନେ କିଛି ବଡ଼ ବ୍ୟବସାୟୀ, କଲେଜ ଯୁବପିଢ଼ି, ଆଉ ବଡ ଘର ପିଲା ମାନଙ୍କୁ ଟାର୍ଗେଟ କରି ସେମାନଙ୍କୁ ଏହି ଖେଳ ରେ ନିଜର ସ୍ୱାର୍ଥ ହାସଲ କରିବାର ଦେଖିବାକୁ ମିଳୁଛି । ଏହି ବୁକି ମାନଙ୍କ ଲିଙ୍କ ଗଞ୍ଜାମ, ଛତ୍ରୁର, ରମ୍ଭା, ପୁରୁଷୋତ୍ତମପୁର, ଆସିକା, ଭୁବନେଶ୍ୱର ଯାଇଁ ନିଜ ରାକେଟ ଚଲେଇବାର ବିଶେଷ ସୂତ୍ରରୁ ଖବର ହସ୍ତଗତ ହୋଇଛି । ଅର୍ଥ କାରବାର ସେମାନେ ନିଜ ନିଜ ଆକାଉଣ୍ଟ ମାଧ୍ୟମରେ କରୁଛନ୍ତି ଏବଂ ଏଥିାଇଁ କିଛି ଯୁବପିଢ଼ି ଙ୍କୁ ଅର୍ଥ ଲୋଭର ଲାଳସା ଦେଖାଇ ସେମାନଙ୍କ ଆକାଉଣ୍ଟ କୁ ନେଇ ଅର୍ଥ କାରବାର କରିବାର ଦେଖିବାକୁ ମିଳୁଛି । ତେଣୁ ଏହା ଉପରେ ପ୍ରଶାସନ ଗୁରୁତର ଭାବେ ଦୃଷ୍ଟି ଦେଇ ସମ୍ପୃକ୍ତ ବୁକିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ବହୁତ ଯୁବଗୋଷ୍ଠୀ ଏ ନିଶା କବଳରୁ ମୁକ୍ତି ପାଇ ପାରିବେ ବୋଲି ସାଧାରଣ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

ଏ ସମ୍ପର୍କରେ ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ସହ ଯୋଗାଯୋଗ କରିବାରେ କିଛି ନିର୍ଦ୍ଧିଷ୍ଟ ବୁକି ମାନଙ୍କ ଏହି ଆଇପିଏଲ ଲିଙ୍କ ଥିବା ପ୍ରମାଣ ପୋଲିସ ହାତରେ ଲାଗିଛି । ଖୁବଶୀଘ୍ର ଏହାର ସଠିକ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ସାହୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.