ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୫ ପାଇଁ ଖୁବଶୀଘ୍ର ମେଗା ଅକ୍ସନ ହେବାକୁ ଯାଉଛି । ଏହା ପୂର୍ବରୁ ପ୍ରତ୍ୟେକ ଦଳକୁ ନିଜ ନିଜ ରିଟେନସନ ଲିଷ୍ଟ ଜାରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଟୋବର ୩୧ ସୁଦ୍ଧା ସମସ୍ତ ଦଳ ନିଜ ରିଟେନସନ ଲିଷ୍ଟ ଦେବେ ବୋଲି କହିଛି ବିସିସିଆଇ । ତେବେ ଆଗାମୀ ସିଜନ ପୂର୍ବରୁ ୩ ଜଣ ଅଧିନାୟକ ନିଜ ଦଳ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ୩ ଜଣଙ୍କୁ ବାଦ୍ ଦେଇ ଫ୍ରାଞ୍ଚାଇଜି ଅନ୍ୟ ଖେଳାଳିଙ୍କୁ ରିଟେନ୍ କରିବ ବୋଲି ଆଶା କରାଯାଉଛି । ତେବେ ଚାଲନ୍ତୁ ଜାଣିବା ଏହି ୩ ଜଣ ଅଧିନାୟକଙ୍କ ବିଷୟରେ
କେ.ଏଲ ରାହୁଲ: ଲକ୍ଷେ୍ନø ସୁପର ଜରିଆଣ୍ଟସ ଦଳର ଅଧିନାୟକ କେ.ଏଲ ରାହୁଲ ଦଳ ଛାଡ଼ିବା ନେଇ ଗତ ଆଇପିଏଲରୁ ହିଁ ଚର୍ଚ୍ଚା ହେବାରେ ଲାଗିଛି । ଏକ ମ୍ୟାଚରେ ଦଳର ମାଲିକ ସଞ୍ଜୀବ ଗୋଏନକା ରାହୁଲଙ୍କ ଉପରେ କ୍ୟାମେରା ସାମନାରେ ଗାଳି ଗୁଲଜ କରିଥିଲେ । ଏହାପରେ ରାହୁଲ ଦଳ ଛାଡ଼ିବା ନେଇ ଆଲୋଚନା ଆରମ୍ଭ ହୋଇଥଇଲା । ରିପୋର୍ଟ ଅନୁସାରେ, ରାହୁଲ ଆସନ୍ତା ସିଜନ ପୂର୍ବରୁ ଦଳ ଛାଡ଼ିପାରନ୍ତି କିମ୍ବା ତାଙ୍କୁ ଦଳ ରିଟେନ୍ ତାଲିକାରୁୀ ବାଦ୍ ଦେଇପାରେ । ତେବେ ବର୍ତ୍ତମାନ ସୁଦ୍ଧା ରାହୁଲ କିମ୍ବା ସୁପର ଜିଆଣ୍ଟସ ଫ୍ରାଞ୍ଚାଇଜି ତରଫରୁ କୌଣସି ସୂଚନା ଦିଆ ଯାଇନାହିଁ ।
ଶ୍ରେୟସ ଆୟର: ଆଇପିଏଲ-୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଚମ୍ପିଆନ୍ ପାଲଟିଛି । ଏହାପରେ ମଧ୍ୟ କୋଲକାତା ଶ୍ରେୟସଙ୍କୁ ଦଳରୁ ବାଦ୍ ଦେଇପାରନ୍ତି ବୋଲି ଚର୍ଚ୍ଚା ବଢିବାରେ ଲାଗିଛି । ରିଟେନସନ ତାଲିକାରେ ଆୟରଙ୍କ ପୂର୍ବରୁ ଆନ୍ଦ୍ରେ ରସେଲଙ୍କ ନାମ ରହିପାରେ ବୋଲି କୁହାଯାଉଛି । ଦଳର ଏହି ନିଷ୍ପତ୍ତିକୁ ନେଇ ନାରାଜ ରହିଛନ୍ତି ଶ୍ରେୟସ । ଏହାବ୍ୟତୀତ କୋଲକାତା ନିକଟରେ ସୂର୍ଯ୍ୟକୁମାର ଯାଦବଙ୍କ ସହ ସମ୍ପର୍କ କରିଥିବା ମଧ୍ୟ ଶୁଣିବାକୁ ମିଳିଛି ।
ଋଷଭ ପନ୍ତ: ଏହି ତାଲିକାରେ ସବୁଠାରୁ ବଡ଼ ନାଁ ରହିଛଇ ଋଷଭ ପନ୍ତ । ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଅଧିନାୟକ ଋଷଙ ମଧ୍ୟ ନିଜ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇପାରନ୍ତି । ଦଳ ଆଗାମୀ ସିଜନ ପାଇଁ ଋଷଭଙ୍କୁ ଅଧିନାୟକ ଦାୟିତ୍ୱ ଦେବାକୁ ଚାହୁଁନଥିବା ଆଲୋଚନା ହେଉଛି । ଏହି ମାମଲାକୁ ନେଇ ଋଷଭ ନାଖୁସ ଥିବା ବେଳେ ଦଳ ତାଙ୍କୁ ରିଲିଜ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।