IPL-2023 ସୂଚୀରେ ବଡ ପରିବର୍ତ୍ତନ: ଚେନ୍ନାଇର ଏହି ମ୍ୟାଚ ପୂର୍ବରୁ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩କୁ ନେଇ କ୍ରେଜ ଏବେ ଶୀର୍ଷରେ ପହଞ୍ଚି ସାରିଛି । ତେବେ ଟୁର୍ଣ୍ଣାମେଣ୍ଟ ଭିତରେ ହିଁ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ଟୁର୍ଣ୍ଣାମେଣ୍ଟର ମ୍ୟାଚସୂଚୀରେ ଏକ ବଡ ପରିବର୍ତ୍ତନ କରାଯାଇଛି । ଏମ.ଏସ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସର ମ୍ୟାଚ ପୂର୍ବରୁ ଏଭଳି ଏକ ପରିବର୍ତ୍ତନ ହୋଇଛି । ଲିଗର ୪୬ତମ ମ୍ୟାଚରେ ଚେନ୍ନାଇ ଏବଂ ଲକ୍ଷ୍ନୌ ମଧ୍ୟରେ ଆସନ୍ତା ମ୍ୟାଚ ପୂର୍ବରୁ ବଦଳିଛି ମ୍ୟାଚର ସମୟ ଏବଂ ତାରିଖ ।

ମ୍ୟାଚ ସୂଚୀ ଅନୁସାରେ, ଆସନ୍ତା ମେ’ ୪ ତାରିଖରେ ଚେନ୍ନାଇ ଏବଂ ଲକ୍ଷ୍ନୌ ମୁହାଁମୁହିଁ ହେବାର ସୂଚୀ ରହିଥିଲା । ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ଏହି ମହାସମର ଖେଳାଯିବାର ସୂଚୀ ରହିଥିଲା । କିନ୍ତୁ ମ୍ୟାଚ ଖେଳାଯିବାର ୨ ସପ୍ତାହ ପୂର୍ବରୁ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ବର୍ତ୍ତମାନ ୪ ତାରିଖ ବଦଳରେ ୩ ତାରିଖରେ ଖେଳାଯିବ ଏହି ହାଇଭୋଲ୍ଟେଜ ମ୍ୟାଚ । କିନ୍ତୁ ମେ’ ୪ ତାରିଖରେ ଲକ୍ଷ୍ନୌରେ ନାଗରିକ ସଂଗଠନ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ତେଣୁ ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ମ୍ୟାଚର ସମୟ ଏବଂ ତାରିଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେଣୁ ମେ’ ୪ ତାରିଖ ଖେଳା ନ ଯାଇ ଏହି ମ୍ୟାଚ ୩ ତାରିଖ ଖେଳାଯିବ ବୋଲି କୁହାଯାଉଛି ।

ତେବେ ମ୍ୟାଚର ସମୟ ପରିବର୍ତ୍ତନ ନେଇ ଏପର୍ଯ୍ୟନ୍ତ କୌଣସି ଅଧିକାରୀ ଘୋଷଣା କରାଯାଇ ନାହିଁ । କିନ୍ତୁ ବିସିସିଆଇ ତରଫରୁ ଏ ନେଇ ଉଭୟ ଦଳକୁ ସୂଚନା ଦେଇ ସାରିଛି । ବୋର୍ଡ ତରଫରୁ କୁହାଯାଇଛି ଯେ, ଲକ୍ଷ୍ନୌ ନଗର ପାଳିକାର ନିର୍ବାଚନ ମେ’ ୪ ତାରିଖରେ ହେବାକୁ ଥିବା ବେଳେ ସୁରକ୍ଷା ଯୋଗୁଁ ଏହି ପରିବର୍ତ୍ତନ ହୋଇପାରେ । ଏସିଏସକେ ଏବଂ ଲକ୍ଷ୍ନୌ ମଧ୍ୟରେ ଏହି ମ୍ୟାଚ ୩.୩୦ରେ ଖେଳାଯିବ । ତେବେ ଏହି ମ୍ୟାଚ ବର୍ତ୍ତମାନ ୩ ତାରିଖ ୩.୩୦ରେ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ମତଦାନରେ ଭୋଟରଙ୍କ ସଂଖ୍ୟାରେ କମ୍ ନ ହେଉ, ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।