ଆଜିଠୁ ଆଇପିଏଲ ମହାସମର ଆରମ୍ଭ, ଘରେ ବସି ଦେଖିପାରିବେ ଲାଇଭ୍ ମ୍ୟାଚ୍

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ଆଇପିଏଲ ମହାସମର । କୋଲକାତା ଇଡେନ୍ ଗାର୍ଡେନ୍ସରେ ହେବ ପ୍ରଥମ ମୁକାବିଲା । କେକେଆର-ଆରସିବି ମଧ୍ୟରେ ମ୍ୟାଚ୍ ଖେଳାଯିବ । ସନ୍ଧ୍ୟା ୬ଟାରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ ଓ ୭ଟା ୩୦ରେ ମ୍ୟାଚ୍ ଖେଳାଯିବ ।

ଏହି ମ୍ୟାଚ୍ ପାଇଁ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପ୍ରଶଂସକମାନେ ଘରେ ବସି ଏହି ମ୍ୟାଚ୍ ଲାଇଭ୍ ଦେଖିପାରିବେ। ଆଇପିଏଲର ସିଧା ପ୍ରସାରଣ ଟିଭି ଏବଂ ମୋବାଇଲ୍ ଆପ୍ ଉଭୟରେ ଦେଖିପାରିବେ। ମଜାଦାର କଥା ହେଉଛି ଏଥର ମଧ୍ୟ ପ୍ରଶଂସକମାନେ ମାଗଣାରେ ଆଇପିଏଲ ଦେଖିପାରିବେ। କିନ୍ତୁ ଏଥିପାଇଁ ଏକ ସର୍ତ୍ତ ଅଛି।

ପ୍ରକୃତରେ, ଜିଓ ସିନେମା ଏବଂ ଡିଜନି ପ୍ଲସ୍ ହଟଷ୍ଟାର ମିଶ୍ରଣ ହୋଇଯାଇଛନ୍ତି। ଜିଓ ସିନେମାରେ ଆଇପିଏଲର ଗତ ସିଜିନ୍ ସମ୍ପୂର୍ଣ୍ଣ ମାଗଣା ଥିଲା। କିନ୍ତୁ ଏଥର ଏକ ସର୍ତ୍ତ ରଖାଯାଇଛି। ଯଦି ଜିଓ ଉପଭୋକ୍ତାମାନେ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ରିଚାର୍ଜ କରନ୍ତି, ତେବେ ସେମାନଙ୍କୁ ମାଗଣାରେ ଜିଓହଟଷ୍ଟାର ସବସ୍କ୍ରିପସନ ମିଳିବ। ଏପରି ପରିସ୍ଥିତିରେ, ଆଇପିଏଲ ୨୦୨୫ ମାଗଣାରେ ଉପଭୋଗ କରାଯାଇପାରିବ।