କରୋନା ସ୍ଥିତି ଦେଖି ଆଇପିଏଲ୍‌ ସ୍ଥାନ ନିରୁଣ କରିବ ବିସିସିଆଇ, ଚାଲିଛି ବିଚାର ବିମର୍ଷ

ମୁମ୍ବାଇ: ଚଳିତ ବର୍ଷର ଆଇପିଏଲ କେଉଁ ସ୍ଥାନରେ ଅନୁଷ୍ଠିତ ହେବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇ ପାରିଲା ନାହିଁ । ଭାରତରେ ଆୟୋଜନ କରିବା ପାଇଁ ବିସିସିଆଇ ଯୋଜନା କରୁଥିଲେ ହେଁ କରୋନା ପରିସ୍ଥିତି ସମସ୍ୟା ସୃଷ୍ଟି କରି ଚାଲିଛି । ତେଣୁ ବର୍ତ୍ତମାନର ସ୍ଥିତିକୁ ଅନୁମାନ କରି ମହାରାଷ୍ଟ୍ର ଓ ଗୁଜରାଟରେ ଆଇପିଏଲ ଆୟୋଜନ କରିବାକୁ ବିସିସିଆଇ ବିଚାର ବିମର୍ଷ ଚଳାଇଛି । ମୁମ୍ବାଇର ତିନି ଷ୍ଟାଡିୟମ ଓ ପୁଣେର ଗୋଟିଏ ଷ୍ଟାଡିୟମରେ ଲିଗ ପର୍ଯ୍ୟାୟ ଓ ଗୁଜରାଟର ଅହମଦାବାଦରେ ଆଇପିଏଲର ପ୍ଳେ ଅଫ ପର୍ଯ୍ୟାୟ କରିବା ପାଇଁ ଆଲେଚନା ଚାଲିଛି ।

ମାତ୍ର ମହାରାଷ୍ଟ୍ର ଓ ଗୁଜରାଟରେ କରୋନା ସଂକ୍ରମଣ ସ୍ଥିତି ଏବେ ମଧ୍ୟ ଉଦବେଗ ଜନକ ରହିଛି । ଆଗାମୀ ସମୟରେ କରୋନା ପରିସ୍ଥିତିରେ ବିଶେଷ ସୁଧାର ନ ଆସିଲେ ଭାରତର କୌଣସି ସ୍ଥାନରେ ଆଇପିଏଲ ଅନୁଷ୍ଠିତ ହେବା ଅସମ୍ଭବ ହୋଇ ପଡିବ । ସେହି ରି ପରିସ୍ଥିତି ଅଧିକ ଜଟିଳ ହେଲେ ପୂର୍ବପରି ପୁଣି ୟୁନାଇଟେଡ ଆରବ ଏମିରେଟ୍ସକୁ ସ୍ଥାନାନ୍ତରୀତ ହେବା ସମ୍ଭବାନା ରହିଛି ।

ସେହିପରି ମହାରାଷ୍ଟରେ କରୋନା ସ୍ଥିତିରେ ସୁଧାର ଆସିଲେ ଷ୍ଟାଡିୟମରେ ୨୫ କିମ୍ବା ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ ଉପଭୋଗ ସୁଯୋଗ ଦେବା ପାଇଁ ମଧ୍ୟ ବିଚାର କରା ଯାଉଛି । ତେବେ କରୋନା ପ୍ରଭାବକୁ ଦେଖି ଏ ସମ୍ପର୍କରେ ବିସିସିଆଇ ନିଷ୍ପତ୍ତି ନେବ ବୋଲି ଜଣା ପଡିଛି । ଆସନ୍ତା ଫେବୃୟାରୀ ୧୨ ଓ ୧୩ ତାରିଖ ଦିନ ଆଇପିଏଲ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏହା ପରେ ସ୍ଥାନ ନିରୁ ଣ କରାଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି ।