fbpx

ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ରାଜ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ: GRSଙ୍କ ପାଇଁ ଦାବି

ଭୁବନେଶ୍ବର: ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ରାଜ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼ରେସନ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି କ୍ଷ ରାଜ୍ୟ ସଭାପତି ପ୍ରଭାତ କୁମାର ତିୱାରୀଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଛଇ ଏହି ବୈଠକ । ବିଗତ ଦିନରେ ରାଜ୍ୟ ସରକାର ବିଭିନ୍ନ ବର୍ଗର କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରିଛନ୍ତି । କିନ୍ତୁ ଗ୍ରାମ ରୋଜଗାର ସେବକ (ଜିଆରଏସ୍) ମାନଙ୍କୁ ଆଜି ପର୍ଯ୍ୟନ୍ତ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରି ନାହାଁନ୍ତି ।

ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସଫଳ ରୂପାୟନ କରିବା କ୍ଷେତ୍ରରେ ଜିଆରଏସ୍ ମାନେ ପ୍ରମୁଖ ଭୂମିକା ନେଇ ଆସିଛନ୍ତି । ତେବେ ସେମାନଙ୍କୁ ବିଭିନ୍ନ ସମୟରେ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ଯାଏ ତାହା ପୁରଣ ହୋଇନାହିଁ । ନିକଟରେ ସରକାର ଜିଆରଏସ୍ ମାନଙ୍କ ଦାବିକୁ ପୂରଣ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ସ୍ଥାୟୀ କରିବେ ବୋଲି ସଂଘ ଆଶା ପ୍ରକାଶ କରିଛି । ଯଦି ସରକାର ତାହା ପୁରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ରାଜଧାନୀରେ ରାଜ୍ୟସ୍ତରୀୟ ସମାବେଶ ସହ ବିଭନ୍ନ ଚରମ ପଦକ୍ଷେପ ନେବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ସଂଘର ନିଷ୍ପତ୍ତି କ୍ରମେ ନୂତନ ଭାବେ ସଂଗ୍ରାମ ସିଂହଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ମନୋନୀତ କରାଯାଇଥିବା ବେଳେ ଦେବାଶିଷ ରାଉତଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ମିଳିଛି । ସଙ୍ଘର ଆଗାମୀ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ସଭାପତି, ସାଧାରଣ ସମ୍ପାଦକଙ୍କ ସମେତ ୧୧ ଜଣ ସଦସ୍ୟଙ୍କୁ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି ବୋଲି ସଂଘର ସାଙ୍ଗଠନିକ ସମ୍ପାଦକ ଅଜୟ କୁମାର ଜେନା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.