ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ ପେମେଣ୍ଟ ବ୍ୟାଙ୍କ ତରଫରୁ ନିଯୁକ୍ତି ସୁଯୋଗ: ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟାଙ୍କି କ୍ଷେତ୍ରରେ ଚାକିରି ସନ୍ଧାନରେ ରହିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ତରଫରୁ ଅନେକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶାର ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ଅନେକ ପଦ ସଂରକ୍ଷିତ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଅକ୍ଟୋବର ୧୧ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଆସନ୍ତା ୩୧ରେ ତାହା ସମାପ୍ତ ହେବ । ଏଥିପାଇଁ ପ୍ରାର୍ଥୀଙ୍କୁ ଅନଲାଇନରେ ୭୫୦ ଟଙ୍କା ଆବେଦନ ଫିସ୍ ଭରିବାକୁ ପଡ଼ିବ । ଚଳିତ ବର୍ଷ ସେପ୍ଟେମ୍ବର ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୦ ବର୍ଷ ଓ ସର୍ବାଧିକ ବୟସ ୩୫ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଯେ କୌଣସି ବିଷୟରେ ସ୍ନାତକ ରହିଥିବା ଆବଶ୍ୟକ । ମୋଟ ୩୪୪ଟି କାର୍ଯ୍ୟନିର୍ବାହୀ ପଦ ଖାଲି ରହିଛି । ବିଭିନ୍ନ ରାଜ୍ୟ ପାଇଁ ଅଲଗା ଅଲଗା ସଂଖ୍ୟାରେ ପଦ ସଂଖ୍ୟା ସଂରକ୍ଷିତ ରହିଛି । ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ୧୧ଟି ପଦ ସଂରକ୍ଷିତ ରହିଛି ।

ଅନଲାଇନ୍ ଲିଙ୍କ: https://ibpsonline.ibps.in/ippblsep24/

ନୋଟିଫିକେସନ ଲିଙ୍କ: https://www.ippbonline.com/documents/31498/132994/1728628353297.+for+344+GDS+Executives-+Final.pdf

Get real time updates directly on you device, subscribe now.