fbpx

IPS ଅଧିକାରୀଙ୍କୁ ଗିରଫ କଲା NIA: ଲସ୍କର-ଇ-ତୋଏବାକୁ ଯୋଗାଉଥିଲେ ସିକ୍ରେଟ୍ ତଥ୍ୟ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ନିଆ) ପକ୍ଷରୁ ଜଣେ ଆଇପିଏସ ଅଧିକାରୀଙ୍କୁ ଗିରଫ କରାଯାଇଛି । ଉକ୍ତ ଅଧିକାରୀଙ୍କ ନାମ ଅରବିନ୍ଦ ଦିଗବିଜୟ ସିଂହ ନେଗୀ ଓ ସେ ହିମାଚଳ ପ୍ରଦେଶର ଏସଡିଆରଏଫର ପୋଲିସ ଅଧିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଅରବିନ୍ଦଙ୍କ ବିରୋଧରେ ଆତଙ୍କବାଦୀଙ୍କୁ ତଥ୍ୟ ଯୋଗାଇବା ମାମଲା ରହିଥିଲା । ତାଙ୍କ ନାମରେ ଥିବା ମାମଲା ନେଇ ଗତ ବର୍ଷ ନଭେମ୍ବର ମାସରୁ ପ୍ରକ୍ରିୟା ଜାରି ରହିଥିବା ବେଳେ ଗତକାଲି ତାଙ୍କୁ ଗିରଫ କରାଯାଇଛି । ପୁଲୱାମା ହମଲାର ଯାଞ୍ଚ ଟିମର ସଦସ୍ୟ ଥିଲେ ଅରବିନ୍ଦ ।

ଜଣାପଡ଼ିଛି ଯେ, ଅରବିନ୍ଦ ଆତଙ୍କ ସଂଗଠନ ଲସ୍କର-ଇ-ତୋଏବାଙ୍କୁ ଆବଶ୍ୟକ ଲଜିଷ୍ଟିକ ଓ ଅନ୍ୟ ସହାୟତା ପ୍ରଦାନ କରୁଥିଲେ । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ୬ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଲସ୍କରର ଜଣେ ଓଭରଗ୍ରାଉଣ୍ଡ ୱାର୍କର ରହିଥିଲେ । ଉକ୍ତ ଆତଙ୍କବାଦୀକୁ ଅରବିନ୍ଦ ଏନଆଇର କିଛି ଗୁରୁତ୍ୱପୂର୍ଣ୍ଣ ଓ ଗୁପ୍ତ ଦସ୍ତାବିଜ ପ୍ରଦାନ କରିଥିବା ତଦନ୍ତରୁ ଜଣାପଡ଼ିଛି ।

Get real time updates directly on you device, subscribe now.