fbpx

ଭାରତରେ ଲଞ୍ଚ ହେଲା ଶସ୍ତା ୫ଜି ଫୋନ୍ ‘iQOO Z9 Lite’: କମ୍ ଦାମରେ ଦମଦାର ଫିଚର୍ସ, ଜୁଲାଇ ୨୦ରୁ ସେଲ୍ ଆରମ୍ଭ

ନୂଆଦିଲ୍ଲୀ: ଆଇକ୍ୟୁଓଓ ଭାରତରେ ସବୁଠାରୁ ଶସ୍ତା ୫ଟି ଫୋନ୍ ‘ଆଇକ୍ୟୁଓଓ ଜେଡ୯ ଲାଇଟ୍’ ଲଞ୍ଚ କରିଛି । ଏହାର ଦାମ୍ ବହୁତ କମ୍ ରହିଥିବା ବେଳେ ଏଥିରେ ଅନେକ ଦମଦାର ଫିଚର୍ସ ରହିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୧୦,୪୯୯ ଟଙ୍କା ରଖାଯାଇଥିବା ବେଳେ ଏଥିରେ ୫୦୦୦mAh ବ୍ୟାଟେରୀ, ୧ ଟିବି ପର୍ଯ୍ୟନ୍ତ ମାଇକ୍ରୋଏସଡି କାର୍ଡ ସପୋର୍ଟ ଦିଆଯାଇଛି । ଏହି ଫୋନ୍ ମିଡିଆଟେକ ପ୍ରୋସେସର ସହିତ ଆସୁଛି ।

ଏହା ଏକ ୫ଜି ଓ ଆଫୋର୍ଡେବଲ ସ୍ମାର୍ଟଫୋନ ହୋଇଥିବା ବେଳେ ଏଥିରେ ବଢ଼ିଆ ଫିଚର୍ସ, ସ୍ପେସିଫିକେସନ ଓ କ୍ୟାମେରା ସେଟଅପ୍ ଦିଆଯାଇଛି । ଏହି ମୋବାଇଲରେ ୫୦ଏମପିର ପ୍ରାଇମେରୀ କ୍ୟାମେରା ଓ ୫୦୦୦ଏମଏଏଚର ବ୍ୟାଟେରୀ ରହିଛି । ଏଥିସହିତ ମେଡିଆଟେକ ଡାଇମେନସିଟି ୬୩୦୦ ୫ଜି ପ୍ରୋସେସର ଦିଆଯାଇଛି । ଆଇକ୍ୟୁଓଓ ଜେଡ୯ ଲାଇଟକୁ ଦୁଇଟି ଭାରିଆଣ୍ଟରେ ଲଞ୍ଚ କରାଯାଇଛି । ପ୍ରମଥ ଭାରିଆରଣ୍ଟରେ ୪ଜିବି ପ୍ଲସ ୧୨୮ ଜିବି ଷ୍ଟୋରେଜ୍ ମିଳୁଛି । ଅନ୍ୟ ଭାରିଆଣ୍ଟର ମୂଲ୍ୟ ୧୧,୪୯୯ ଟଙ୍କା ରହିଥିବା ବେଳେ ସେଥିରେ ୬ଜି ପ୍ଲସ ୧୨୮ ଜିବି ମଡେଲ ମିଳୁଛି ।

ଏଥିରେ ୫୦୦ ଟଙ୍କାର ଷ୍ଟାଣ୍ଡାର୍ଡ ଡିସକାଉଣ୍ଟ ମିଳିବ । ସେଥିପାଇଁ କିଛି ବଛା ବଛା ବ୍ୟାଙ୍କର କାର୍ଡର ବ୍ୟବହାର କରିବାକୁ ପଡ଼ିବ । ଆଇକ୍ୟୁଓଓ ଜେଡ୯ ଲାଇଟକୁ ଭାରତରେ ଦୁଇଟି ରଙ୍ଗ ଆକ୍ୱା ଫ୍ଲୋ ଓ ମୋଚା ବ୍ରାଉନରେ ଉପସ୍ଥାପନ କରାଯାଇଛି । ଏହି ସ୍ମାର୍ଟଫୋନ ୧ଟିବି ପର୍ଯ୍ୟନ୍ତ ମାଇକ୍ରୋଏସଡି କାର୍ଡର ସପୋର୍ଟ ସହିତ ଆସୁଛି । ଜୁଲାଇ ୨୦ରୁ ଏହାର ସେଲ୍ ଆରମ୍ଭ ହେବ ।

Get real time updates directly on you device, subscribe now.