fbpx

IRDA ବଦଳାଇବ ବୀମା ନିୟମ! ଜନତାଙ୍କ ପାଇଁ ଏକ ଜରୁରୀ ଖବର, ନୂଆ ବର୍ଷରେ କ’ଣ ସବୁ ବଦଳିବ

Advertisement

ନୂଆଦିଲ୍ଲୀ: ନୂଆବର୍ଷ ୨୦୨୩ ଅବସରରେ ସାଧାରଣ ଜନତାଙ୍କ ପାଇଁ ଅନେକ କିଛି ପରିବର୍ତ୍ତନ ହୋଇଛି । ତେବେ ଚଳିତ ବର୍ଷ ବିମା କମ୍ପାନୀମାନେ ମଧ୍ୟ କିଛି ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ପୂର୍ବରୁ ବୀମା ପଲିସୀ ମ୍ୟାଚ୍ୟୁର ହେବା ପରେ ଅର୍ଥ ପାଇବା ପାଇଁ ପଲିସୀ କିଣିବା ସମୟରେ ମିଳିଥିବା ଡକ୍ୟୁମେଣ୍ଟକୁ କମ୍ପାନୀରେ ଜମା କରିବାକୁ ପଡ଼ୁଥିଲା । ଏହାପରେ କମ୍ପାନୀ ଏହି ପଲିସୀର ସତ୍ୟତା ଯାଞ୍ଚ କରି ଗ୍ରାହକଙ୍କ ଖାତାକୁ ଅର୍ଥ ଟ୍ରାନ୍ସଫର କରୁଥିଲା ।

ତେବେ ସୂଚନା ମୁତାବକ, ଚଳିତ ବର୍ଷ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏ) ପକ୍ଷରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ପୂର୍ବରୁ ଯେଉଁମାନେ ପଲିସୀ ଡକ୍ୟୁମେଣ୍ଟ ନିଜ ପାଖରେ ରଖୁଥିଲେ ସେମାନଙ୍କୁ ଆଫିଡେଭିଡ୍ ଜମା କରିବାକୁ ପଡ଼ୁଥିଲା । ମାତ୍ର ଏବେ ଆଉ ପଲିସୀର ପୁରୁଣା ଡକ୍ୟୁମେଣ୍ଟକୁ ଆଉ ନିଜ ପାଖରେ ରଖିବାକୁ ପଡ଼ିବ ନାହିଁ । ଏଥିସହିତ ବୀମା କମ୍ପାନୀ ମଧ୍ୟ ଗ୍ରାହକଙ୍କୁ ଏହି ସବୁ ଡକ୍ୟୁମେଣ୍ଟ ମାଗିବେ ନାହିଁ । ଅର୍ଥାତ ନୂଆ ବର୍ଷରେ ପଲିସୀ କିଣିବା ଗ୍ରାହକଙ୍କ ପାଇଁ ପୂର୍ବାପେକ୍ଷା ସହଜ ହୋଇଯିବ ।

ତେବେ ଆଇଆରଡିଏର ଗାଇଡଲାଇନ୍ସ ମୁତାବକ, ଚଳିତ ବର୍ଷ ଶେଷ ସୁଦ୍ଧା ଫିଜିକାଲ ମୋଡ଼ରେ ରଖାଯାଇଥିବା ପୁରୁଣା ବୀମା ପ୍ରଡକ୍ଟକୁ ଡିଜିଟାଲ ମୋଡ଼ରେ ରୂପାନ୍ତରିତ କରିବା ବାଧ୍ୟତାମୂଳକ ହୋଇଯିବ । ଏହାଫଳରେ ନୂଆ ବର୍ଷରେ ନୂଆ ହେଉ ବା ପୁରୁଣା ସମସ୍ତ ବୀମା ପଲିସୀ ଶତ ପ୍ରତିଶତ ଡିଜିଟାଲ ହୋଇଯିବ । ତେବେ ଏହି ନୂଆ ନିୟମ ଜନତାଙ୍କ ପାଇଁ ଆଶ୍ୱସ୍ତି ଆଣିବା ସହ ବୀମା ସହ ଜଡ଼ିତ ସମସ୍ତ କାର୍ଯ୍ୟ ସହଜରେ ସମାପନ ହୋଇପାରିବ ।

Get real time updates directly on you device, subscribe now.