fbpx

IRDAIର ନୂଆ ଗାଇଡଲାଇନ୍ସ: ଇନସ୍ୟୁରାନ୍ସ କ୍ଲେମ ପାଇଁ ଡକ୍ୟୁମେଣ୍ଟର ଆବଶ୍ୟକତା ପଡ଼ିବ ନାହିଁ

Advertisement

ନୂଆଦିଲ୍ଲୀ: ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ପକ୍ଷରୁ ନୂଆ ଗାଇଡଲାଇନ୍ସ ଜାରି କରାଯାଇଛି । ଏଣିକି ବୀମା କମ୍ପାନୀମାନେ ଡକ୍ୟୁମେଣ୍ଟ ଅଭାବ କାରଣରୁ କ୍ଲେମକୁ ଅସ୍ୱୀକାର ଦର୍ଶାଇ ପାରିବେ ନାହିଁ । ଏ ସମ୍ବନ୍ଧରେ ଏକ ମାଷ୍ଟର ସର୍କୁଲାର ଜାରି କରାଯିବା ସହିତ କ୍ଲେମ ସହ ଜଡ଼ିତ ଅନେକ ଜରୁରୀ ନିୟମ ବିଷୟରେ ଉଲ୍ଲେଖ କରାଯାଇଛି । ଗ୍ରାହକଙ୍କର ବ୍ୟକ୍ତିଗତ ଆବଶ୍ୟକତାକୁ ପୂରଣ କରିବା ପାଇଁ ସହଜରେ ବୁଝି ହେଉଥିବା ବୀମା ସାମଗ୍ରୀର ବ୍ୟବସ୍ଥା କରିବା, ଗ୍ରାହକଙ୍କୁ ପର୍ଯ୍ୟାୟପ୍ତ ବିକଳ୍ପ ପ୍ରଦାନ କରିବା ସହ ସେମାନଙ୍କର ବୀମା ଅନୁଭବକୁ ପୂର୍ବାପେକ୍ଷା ଉତ୍ତମ କରାଇବା ଏବେ ସମ୍ଭବ ହୋଇଯିବ ।

ସର୍କୁଲାରରେ କୁହାଯାଇଛି, ଡକ୍ୟୁମେଣ୍ଟର ଅଭାବରେ କୌଣସି ବି କ୍ଲେମକୁ ଅସ୍ୱୀକାର କରାଯାଇ ପାରିବ ନାହିଁ । ପ୍ରସ୍ତାବର ସ୍ୱୀକୃତି ସମୟରେ ଜରୁରୀ ଡକ୍ୟୁମେଣ୍ଟକୁ ମାଗିବା ଆବଶ୍ୟକ । ଗ୍ରାହକଙ୍କୁ କେବଳ ସେହି ଡକ୍ୟୁମେଣ୍ଟକୁ ଜମା କରିବାକୁ କୁହାଯାଇ ପାରିବ, ଯାହା ଜରୁରୀ ଅଟେ ଓ ଦାବିର ସମାଧାନ ସହ ତା’ର ସମ୍ବନ୍ଧ ରହିଥିବ । ଏଥିସହିତ ଖୁଚୁରା ଗ୍ରାହକ ବୀମାକର୍ତ୍ତାଙ୍କୁ ସୂଚିତ କରି କୌଣସି ସମୟରେ ପଲିସୀକୁ ରଦ୍ଦ କରିପାରିବେ । ଅନ୍ୟପକ୍ଷରେ ବୀମାକର୍ତ୍ତା କେବଳ ଠକାମି ପ୍ରମାଣ ହେବା ଆଧାରରେ ପଲିସୀକୁ ରଦ୍ଦ କରିପାରିବେ ।

Get real time updates directly on you device, subscribe now.