fbpx

(Video) ଟ୍ରେନ ଟ୍ରାକରେ ଲୁହା ଖୁଣ୍ଟି, ଏମରଜେନ୍ସି ବ୍ରେକ ମାରିଲେ ପାଇଲଟ୍, ତାପରେ…

ନୂଆଦିଲ୍ଲୀ: ରେଳ ଦୁର୍ଘଟଣା ପାଇଁ ଷଡଯନ୍ତ୍ର କରାଯାଉଥିବା ଖବର ଗତ କିଛି ଦିନ ହେବ ହେଡଲାଇନରେ ରହିଛି । ଟ୍ରେନ ଟ୍ରାକରେ କେତେବେଳେ ଗ୍ୟାସ ସିଲିଣ୍ଡର ତ କେତେବେଳେ ସିମେଣ୍ଟ ସ୍ଲାବ ରଖିଥିବା ଖବର ସାମ୍ନାକୁ ଆସୁଛି । ଏହାରି ଭିତରେ ପୁଣି ଟ୍ରାକରେ ଲୁହା ଖୁଣ୍ଟି ରଖିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ରାମପୁର ରେଳ ଷ୍ଟେସନରୁ ଏହି ଲୁହା ଖୁଣ୍ଟି ଜବତ କରାଯାଇଛି । ତେବେ ଲୁହା ଖୁଣ୍ଟିର ଲମ୍ବର 8ରୁ 9 ମିଟର ହୋଇଥିବା ସୂଚନା ରହିଛି । ଡେରାଡୁନ ଲୋକପାଇଲଟଙ୍କ ବୁଦ୍ଧି ଯୋଗୁଁ ବଡ ଦୁର୍ଘଟଣା ଟଳି ଯାଇଛି । ସୂଚନା ପାଇବା ମାତ୍ରେ ପୋଲିସ ଏବଂ ରେଲଓ୍ବେ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ, ବୁଧବାର ରାତି 11ଟା ସମୟରେ ବିଳାସପୁରରେ ଉତ୍ତରାଖଣ୍ଡ ବୋର୍ଡର ନିକଟ କଲୋନୀ ଦେଇ ଯାଉଥିବା ରେଳ ଲାଇନରେ କୌଣସି ଅଜ୍ଞାତ ବ୍ୟକ୍ତି ଟେଲିକମ ବିଭାଗର ଏକ ଖୁଣ୍ଟି ଆଣି ଟ୍ରେନ ଟ୍ରାକରେ ଥୋଇ ଦେଇଥିଲା । ଏହି ସମୟରେ ଡେରାଡୁନ ଏକ୍ସପ୍ରେସ ସେହି ରାସ୍ତା ଦେଇ ଯାଉଥିଲା । ତେବେ ଏହାକୁ ଦେଖି ପାଇଲଟ ଏମରଜେନ୍ସି ବ୍ରେକ ଲଗାଇ ଏକ ବଡ ଦୁର୍ଘଟଣାକୁ ଟାଳି ଦେଇଛନ୍ତି । ତେବେ ଜିଆରପି ପୋଲିସ ପାରିପାର୍ଶ୍ବିକ ସ୍ଥିତିକୁ ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

https://x.com/i/status/1836767136431132964

Get real time updates directly on you device, subscribe now.