ମୁମ୍ବାଇ: ବଲିଉଡ ଜଗତର ଶେହେନଶାହ ବିଗ-ବି ଅମିତାଭ ବଚ୍ଚନଙ୍କୁ ନେଇ ଆସିଛି ଦୁଃଖଦ ଖବର । ସାରା ଦେଶକୁ ନିଜ ଅଭିନୟର ଯାଦୁରେ ବାନ୍ଧି ରଖିଥିବା ଅମିତାଭଙ୍କ ସ୍ୱସ୍ଥ୍ୟବସ୍ଥା ଏବେ ବିଗିଡିବାରେ ଲାଗିଛି । ୮୦ ବର୍ଷରେ ପହଞ୍ଚିଥିବା ବଲିଉଡର ଡନ ଅମିତାଭଙ୍କ ସ୍ୱସ୍ଥ୍ୟକୁ ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି ପ୍ରଶଂସକ । କିଛି ସମୟ ପୂର୍ବରୁ ଏକ ଟ୍ୱିଟ ଯୋଗେ ନିଜ ଫ୍ୟାନ୍ସମାନଙ୍କ ପାଇଁ ଏକ ପୋଷ୍ଟ କରିଛନ୍ତି ଏହି ମହାନାୟକ । ଯାହା ଦର୍ଶକମାନଭ୍କୁ ଆହୁରି ବିଚଳିତ କରି ଦେଇଛି ।
T 4205 – heart pumping .. concerned .. and the hope ..?❤️
— Amitabh Bachchan (@SrBachchan) February 27, 2022
“ହୃଦୟର ସ୍ପନ୍ଦନ ଧିରେ ଧିରେ ବଢିବାରେ ଲାଗିଛି । ଚିନ୍ତା ମଧ୍ୟ ବଢୁଛି । ତେବେ ସବୁ ଠିକ ଥିବ ବୋଲି ଆଶା ।’ ଏମିତି କିଛି ଟ୍ୱିଟ କରି ହାତ ଯୋଡିବା ଇମୋଜୀ ଦେଇ ସେ ପୋଷ୍ଟ କରିଛନ୍ତି । ତାଙ୍କରୂ ଏହି ପୋଷ୍ଟ ଦେଖିବା ପରେ ଫ୍ୟାନ୍ସମାନେ ବିଚଳିତ ହୋଇ ପଡିଛନ୍ତି । ଏବଂ ଏହାର କାରଣ ସହିତ ଅନେକ ପ୍ରଶ୍ନ ପଚାରି ଚାଲିଛନ୍ତି । ବିଗ-ବିଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି ତାଙ୍କ ପ୍ରଶଂସକ । ତେବେ ପ୍ରକୃତ ଘଟଣା ଜାଣିବା ପାଇଁ ଅଧିକ ଅପଡେଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ନିକଟରେ ତାଙ୍କ ଅଭିନୀତ ସିନେମା “ଝୁଣ୍ଡ’ ପୋଷ୍ଟର ଏବଂ ଟୀଜର ରିଲିଜ ହୋଇଯାଇଛି । ଏହାପରେ ଫିଲ୍ମର ଟ୍ରେଲରର ଅପେକ୍ଷା କରିଛନ୍ତି ଅମିତାଭଙ୍କ ପ୍ରଶଂସକ । ତେବେ ପ୍ରକୃତ ଘଟଣା ହେଉଛି ଏହି ଟୁଇଟ ଶୁଟିଙ୍ଗର ଚାପ ଏବଂ ଫୁଟବଲ ମ୍ୟାଚକୁ ନେଇ ବୋଲି ସେ ଏକ ବ୍ଲଗ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ଏହି ମ୍ୟାଚରେ ତାଙ୍କ ପ୍ରିୟ ଦଳ ଚେଲ୍ସର ଖେଳକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି । ତାଙ୍କ ପୋଷ୍ଟ ଆରମ୍ଭ କରି ବିଗ-ବି ଲେଖିଛନ୍ତି ଯେ,””ରେଖା ଶିକିବାର ଚାପ ଏବଂ ପ୍ରଦର୍ଶନକୁ ଠିକ କିମ୍ବା ଅତି କମରେ ଗ୍ରହଣୀୟ ହେବାର ଭୟ” କୁ ନେଇ ସେ ଏହି ପୋଷ୍ଟ କରିଛନ୍ତି ।
ଏହାପରେ “ଚାଲେଞ୍ଜ’ ବିଷୟରେ କହିଥିଲେ ଅମିତାଭ, ଯାହା ତାଙ୍କୁ ଚିନ୍ତାରେ ପକାଇଥିଲା । ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ ଅନ୍ୟ ଏକ ଚାଲେଞ୍ଜ ଅପେକ୍ଷା କରିଛି… କୋ ଫାଇନାଲରେ ଚେଲ୍ସ ବନାମ ଲିଭରପୁଲ ରହିଛି । ଅମିତାଭଙ୍କ ସହିତ ପୁଅ ଅଭିଷେକ ମଧ୍ୟ ଚେଲ୍ସ ଦଳର ବଡ ପ୍ରଶଂସକ ଅଟନ୍ତି ।