ଫ୍ରିଜରୁ ପାଣି ବାହାର କରି ସଙ୍ଗେ ସଙ୍ଗେ ପିଉଛନ୍ତି କି? ଏକ୍ସପର୍ଟଙ୍କ ଠାରୁ ଜାଣନ୍ତୁ ଏହା ଲାଭଦାୟକ ନା କ୍ଷତିକାରକ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମଗ୍ର ଦେଶ ତଥା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଖରାରେ ଘରୁ ବାହାରକୁ ବାହାରିବା ମାତ୍ରେ ଏଭଳି ଲାଗୁଛି ଯେପରି ଶରୀରରେ ଆଉ ଶକ୍ତି ନାହିଁ । ଡାକ୍ତରଙ୍କ ମୁତାବକ ପ୍ରତିଦିନ ୩ ରୁ ୪ ଲିଟର ପାଣି ପିଇବା ଆବଶ୍ୟକ । ପାଣି ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ।

ତେବେ ଏହି ଗରମରେ ଅନେକ ଲୋକେ ଫ୍ରିଜରୁ ପାଣି ବାହାର କରି ସଙ୍ଗେ ସଙ୍ଗେ ପିଉଛନ୍ତି । କିଏ କିଏ ପାଣିରେ ବରଫ ପକାଇ ପିଉଛନ୍ତି । କାରଣ ସଙ୍ଗେ ସଙ୍ଗେ ଥଣ୍ଡା ମିଳିବ । ହେଲେ ଆପଣଙ୍କ ସୂଚନା ପାଇଁ ଗରମରେ ଅଧିକ ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ନା କ୍ଷତିକାରକ ଆସନ୍ତୁ ଜାଣିବା ।

ଅଧ୍ୟୟନରେ ଏହା ସ୍ପଷ୍ଟ ହୋଇନାହିଁ ଯେ, ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖରାପ । ତେବେ କିଛି ଥର ଏପରି ହୋଇଥାଏ ଯଦି ଆପଣ ଅଧିକ ଥଣ୍ଡା ପାଣି ପିଉଛନ୍ତି ତେବେ ଆପଣଙ୍କ ଗଳା ଖରାପ ହୋଇଯାଏ । ଏଥିସହ ଇନଫେକ୍ସନର ସମ୍ଭାବନା ବଢିଯାଏ । ହେଲେ ଏପରି କୌଣସି ଷ୍ଟଡି ସାମ୍ନାକୁ ଆସିନି ଯେଉଁଥିରେ କୁହାଯାଇଛି ଥଣ୍ଡା ପାଣି ହାନିକାରକ । ଥଣ୍ଡା ହେଉ କି ଗରମ ପାଣି ଦୁହେଁ ଶରୀରକୁ ହାଇଡ୍ରେଟ କରିବାର କାମ କରିଥାଏ ।
ଥଣ୍ଡା ହେଉ ବା ଗରମ ଶରୀରରେ ପାଣି କମ ହେବା ଉଚିତ ନୁହେଁ । ଯଦି ଆପଣଙ୍କ ଶରୀର ହାଇଡ୍ରେଟେଡ ରହିବ ତେବେ ଶରୀରରେ ବର୍ଜ୍ୟବସ୍ତୁ ବାହାରିବାରେ ସାହାଯ୍ୟ କରିବ । ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ ରଖିବା ଲାଗି ଆପଣ ଫ୍ରିଜରୁ ପାଣି ବାହାର କରି ସଂଗେ ସଂଗେ ପିଆନ୍ତୁନି ।