fbpx

ଘରେ ଝିଅ ଥିଲେ ମିଳିବ ୨.୨ ଲକ୍ଷ ଟଙ୍କା: ଜାଣନ୍ତୁ କଣ ରହିଛି ଭାଇରାଲ ଖବର ପଛର ସତ୍ୟତା

ନୂଆଦିଲ୍ଲୀ: ଘରେ ଝିଅ ଥିଲେ ମିଳିବ ୨.୨ ଲକ୍ଷ ଟଙ୍କା । ଏମିତି ଏକ ଖବର ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହୋଇଥିଲା । ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ଯୋଜନାରେ ପରିବାରରେ ଝିଅ ଥିଲେ ଏହି ଅର୍ଥରାଶି ମିଳିବା ନେଇ ଘୋଷଣା କରାଯାଇଥିଲା । ଏପରିକି ଝିଅ ମାନଙ୍କୁ ୨୫ ଲକ୍ଷ ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟି ଓ ସୁଧରେ ଋଣ ମିଳିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା । ଏହି ଖବରଟି ବେଶ ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ପିଆଇବି ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି ।
ପିଆଇବି ଫ୍ୟାକ୍ଟ ଚେକ୍ ପକ୍ଷରୁ ଟ୍ୱିଟ କରାଯାଇ ଏହାର ସତ୍ୟାସତ୍ୟ ସମ୍ପର୍କରେ ଆଲୋଚନା କରାଯାଉଛି । ପିଆଇବି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦାବିରେ କିଛି ସତ୍ୟତା ନାହିଁ । ପିଆଇବି ପକ୍ଷରୁ ଟ୍ୱିଟ୍ କରାଯାଇ ଏହି ଖବର ସମ୍ପର୍କରେ ସୂଚନା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏମିତି କୌଣସି ଯୋଜନା ପ୍ରସ୍ତୁତ କରାଯାଇନଥିବା ଟ୍ୱିଟରେ କୁହାଯାଇଛି । ଏମିତି କୌଣସି ମେସେଜ ଆପଣଙ୍କ ନିକଟକୁ ଆସିଲେ ଏହାକୁ ଫରୱାର୍ଡ ନକରିବା ପାଇଁ ଟ୍ୱିଟରେ କୁହାଯାଇଛି । ଏପରି କିଛି ମେସେଜକୁ ଦେଖି ନିଜର କୌଣସି ବ୍ୟକ୍ତିଗତ ତଥ୍ୟ ପ୍ରଦାନ ନ କରିବା ପାଇଁ କୁହାଯାଇଛି ।

Get real time updates directly on you device, subscribe now.