ଗଣେଶଙ୍କୁ ବିସର୍ଜନ ନ କଲେ ଶୁଭ ନା ଅଶୁଭ ? କେବେ କରିବେ ବିସର୍ଜନ ଓ କାହିଁକି…..
ଗଣେଶଙ୍କୁ ବିସର୍ଜନ ନ କଲେ ଶୁଭ ନା ଅଶୁଭ ? କେବେ କରିବେ ବିସର୍ଜନ ଓ କାହିଁକି.....
ଓଡିଶା ଭାସ୍କର: ଆସୁଛନ୍ତି ବିଘ୍ନ ବିନାଶକ ଗଣେଶ । ବାପ୍ପା ମୌରିୟାଙ୍କୁ ସମସ୍ତେ ଚାତକ ଭଳି ଚାହିଁ ରହିଛନ୍ତି । ଭଗବାନ ଶଙ୍କର ତଥା ପାର୍ବତୀଙ୍କ ପୁତ୍ର ଗଣେଶ ଆସନ୍ତା 27 ତାରିଖ ଦିନ ଘରେ ଘରେ ପୂଜା ପାଇବେ । ଏହି ଦିନ ଗଣେଶ ଚତୁର୍ଥୀ ପାଳନ କରାଯିବ ଓ ଏହାସହ 10 ଦିନ ଧରି ତାଙ୍କର ପୂଜା ହେବ । ଏହିକ୍ରମରେ କହିରଖୁ, ଗଣେଶ ଉତ୍ସବର ସମାପନ ଅନନ୍ତ ଚତୁର୍ଦ୍ଦଶୀ ଦିନ ହୋଇଥାଏ । ଏହି ଦିନ ହିଁ ଗଜାନନଙ୍କ ବିସର୍ଜନ କରାଯାଏ। ତେବେ ଜାଣନ୍ତି ଗଣେଶଙ୍କ ବିସର୍ଜନ ନ କଲେ ଶୁଭ ନା ଅଶୁଭ….
ଶାସ୍ତ୍ରାନୁସାରେ, ଗଣେଶଙ୍କ ପୂଜା ପରେ ବିସର୍ଜନ ବହୁତ ମହତ୍ତ୍ୱପୂର୍ଣ୍ଣ । ଗଜାନନଙ୍କ ସ୍ଥାପନା ପରେ ତାଙ୍କର ବିସର୍ଜନ କାହିଁକି ଆବଶ୍ୟକ ଜାଣନ୍ତି ? ଜାଣିବା ସେ ବାବଦରେ…
କେବେ କରିବେ ଗଣେଶଙ୍କ ବିସର୍ଜନ: ଗଣେଶ ଉତ୍ସବର 10 ତମ ଦିନରେ ବାପ୍ପା ମୌରିୟାଙ୍କୁ ବିଦାୟ ଦିଆଯାଇଥାଏ । ଏହି ବର୍ଷ ଏହି ବିସର୍ଜନ 6 ସେପ୍ଟେମ୍ୱରରେ ଅନୁଷ୍ଠିତ ହେବ । ଯେଉଁ ଦିନ ଅନନ୍ତ ଚତୁର୍ଦ୍ଦଶୀ ପଡିବ ।
ମହାଭରତ ସହ ଗଣେଶ ବିସର୍ଜନର ସମ୍ୱନ୍ଧ: ମହର୍ଷି ବେଦବ୍ୟାସ ଯେତେବେଳେ ମହାଭାରତ ଲେଖିବା ଆରମ୍ଭ କରିଥିଲେ ସେହିସମୟରେ ଜଣେ ବିଦ୍ୱାନ ଲେଖକଙ୍କ ସନ୍ଧାନରେ ସେ ଥିଲେ । ଏହି ସମୟରେ ଗଣେଶ ରାଜି ହୋଇଥିଲେ । ମାତ୍ର ସର୍ତ୍ତ ଥିଲା ମହର୍ଷି ବିନା ରୋକି କହି ଚାଲିବେ ଓ ସେ ଲେଖି ଚାଲିବେ । ଗୌରୀ ପୁତ୍ର ଲଗାତାର ମହାଭାରତକୁ 10 ଦିନ ଧରି ଲେଖି ଚାଲିଲେ ।
କଥା ପୂର୍ଣ୍ଣ ହେବା ପରେ ମହର୍ଷି ଦେଖିଲେ ଯେ, ଲଗାତାର କଠିନ ପରିଶ୍ରମ କାରଣରୁ ଗଣେଶଙ୍କ ଶରୀରର ତାପମାତ୍ରା ଅତ୍ୟଧିକ ବଢି ଯାଇଛି । ତାଙ୍କର ଶରୀରର ତାପମାତ୍ରା କମ୍ କରିବା ପାଇଁ ବେଦବ୍ୟାସ ତାଙ୍କୁ ଏକ ସରୋବରରେ ସ୍ନାନ କରାଇଥିଲେ । ଏହା ଅନନ୍ତ ଚତୁର୍ଦ୍ଦଶୀ ଦିନ ଥିଲା । ଧାର୍ମିକ ମାନ୍ୟତା ରହିଛି ଯେ, ଏଥିପାଇଁ ହିଁ ଗଣେଶ ପୂଜା ପରେ ଗଜାନନଙ୍କ ବିସର୍ଜନ କରାଯାଏ ।