fbpx

ଶିଶୁଙ୍କୁ କଜଳ ଲଗାଇଲେ ଆଖି ବଡ଼ ହୋଇଯାଏ କି? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

Advertisement

ଓଡ଼ିଶା ଭାସ୍କର: ନଜର ଲାଗିବା ଠାରୁ ବଞ୍ଚିବା ପାଇଁ ଛୋଟ ପିଲାଙ୍କୁ କଜଳର ଟୀକା ଲଗାଯାଏ । ସେହିପରି ଭାରତୀୟଙ୍କ ଘରେ ନବ ଜାତ ଶିଶୁକୁ କଳା ଲଗାଯାଏ । ଏହା ଅନେକ ସ୍ଥାନରେ ପରମ୍ପରା ମଧ୍ୟ ରହିଛି । ଅନେକ ଲୋକଙ୍କ କହିବାନୁଯାୟୀ, ଏଥିରେ ଶିଶୁର ଆଖି ବଡ଼ ହୋଇଯାଏ । ହେଲେ କଣ ଏହା ସତ? ଶିଶୁଙ୍କୁ ଆଖିରେ କଜଳ ଲଗାଇବା ଭଲ କି ନୁହେଁ ଆସନ୍ତୁ ଏକ୍ସପର୍ଟଙ୍କ ଠାରୁ ଜାଣିବା..

ଭାରତୀୟଙ୍କ ଘରେ ଘରେ ଜେଜେମାଆ, ଆଇ ଏବଂ ମାଆମାନେ ଶିଶୁର ଆଖିରେ ଅଧିକ କଜଳ ଲଗାଇଥାଆନ୍ତି ଏବଂ ଏହା ଆଖି ପାଇଁ ଭଲ ବୋଲି କୁହାଯାଏ । ହେଲେ ଏହାକୁ ନେଇ ଏକ୍ସପର୍ଟସଙ୍କ ଭିନ୍ନ ମାନ୍ୟତା ରହିଛି ।

ଏକ୍ସପର୍ଟସଙ୍କ କହିବାନୁଯାୟୀ, ଆଖିର ଉପର ଅଂଶରେ ଲେକ୍ରାଇମଲ ଗ୍ଲେଡ ଅର୍ଥାତ ଏକମ ଗ୍ରନ୍ଥି ରହିଥାଏ, ଯେଉଁଥିରେ ଲୁହ ତିଆରି ହୋଇଥାଏ । ଯେତେବେଳେ ଆଖି ପଲକ ପଡିଥାଏ ସେହି ସମୟରେ ଲୁହ କର୍ଣ୍ଣିଆରେ ପ୍ରସାରିତ ହୋଇଥାଏ ଏବଂ ନଳୀକଣାମାନ ‘Tear ducts’ ଦ୍ୱାରା ଅତିକ୍ରମ କରେ । ଲୁହ ଆମ ଆଖିକୁ ଡ୍ରାଏନେସ, ବର୍ଜ୍ୟବସ୍ତୁ, ଧୂଳି ପରି ଜିନିଷ ଠାରୁ ରକ୍ଷା କରିଥାଏ । ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶୀଲା ଅଗଲେଚାଙ୍କ କହିବାନୁଯାୟୀ, କଳା ଲଗାଇବାରେ ଲୁହର ନଳୀ ଜାମ ହୋଇଯାଏ ।

କଜଳ ସାଧାରଣତଃ ଚିକିଟା ହୋଇଥାଏ ଏବଂ ଏହି କାରଣରୁ ଯେତେବେଳେ ଆଖିରେ କଜଳ ଲଗାଯାଏ ତେବେ ଧୂଳି-ମାଟି ଲାଗିଯାଏ । ଯେଉଁଥିରେ ଆଖିରେ ସଂକ୍ରମଣ ହେବା କଜଳ ଅଧିକ ଚିକ୍କଣ ହୋଇଥାଏ ଏବଂ ଏହି କାରଣରୁ ଆଖିରେ ଧୂଳି-ମାଟି ଜମିଯାଏ ।

ଡାକ୍ତର କାଜଲ ଅଗଲୋଚା ସୋସିଆଲ ମିଡିଆରେ ଶିଶୁଙ୍କ ପାଇଁ ଅନେକ ହେଲଥ ଟିପ୍ସ ସେୟାର କରନ୍ତି । ଏପରି ଭିଡିଓରେ ସେ କଜଳ ବିଷୟରେ କହିଛନ୍ତି, କଜଳ ଲଗାଇବାରେ ଶିଶୁର ଆଖି ବଡ଼ ହୋଇଥାଏ ବା ନାହିଁ? ଡାକ୍ତର କାଜଲ କହିଛନ୍ତି ଯେ, ଶିଶୁର ଆଖି କଜଳ ଲଗାଇବାରେ ବଡ଼ ହୋଇନଥାଏ, ଆଖିର ପ୍ରଭାବ ଜେନେଟିକ ହୋଇଥାଏ ।

Get real time updates directly on you device, subscribe now.