fbpx

ଖାଦ୍ୟର ସ୍ୱାଦ ବିଗାଡ଼ି ଦେଇଛି କି ଅଧିକ ଲୁଣ ? ଆପଣାନ୍ତୁ ଏହି ସହଜ ଟିପ୍ସ

ଓଡ଼ିଶା ଭାସ୍କର: କୌଣସି ବ୍ୟଞ୍ଜନର ସ୍ୱାଦ ବୃଦ୍ଧି କରିବା ପାଇଁ ଲୁଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଅଧିକ ଲୁଣ କିମ୍ବା କମ୍ ଲୁଣ ହେଲେ ବ୍ୟଞ୍ଜନର ସ୍ୱାଦ ପ୍ରଭାବିତ ହୋଇଥାଏ । ଅଧିକାଂଶ ସମୟରେ ଭୁଲ ବଶତଃ ବ୍ୟଞ୍ଜନରେ ଅଧିକ ଲୁଣ ପଡ଼ିଯାଇଥାଏ । ତେବେ ଏଭଳି ସ୍ଥିତିରେ ବ୍ୟସ୍ତ ବିବ୍ରତ ନ ହୋଇ ଧୈର୍ଯ୍ୟର ସହ ସ୍ଥିତି ସମ୍ଭାଳିବାକୁ ପଡ଼ିଥାଏ । ନିମ୍ନଲିଖିତ ସହଜ ଟିପ୍ସକୁ ଆପଣାଇ ବ୍ୟଞ୍ଜନାରେ ଥିବା ଅତିରିକ୍ତ ଲୁଣକୁ କମ୍ କରି ବ୍ୟଞ୍ଜନର ସ୍ୱାଦ ସୁଧାରିପାରିବେ ।

୧. ଆଳୁ: ଏହା ଏକ ଉତ୍ତମ ବିକଳ୍ପ ଅଟେ । ଆଳୁ ସହଜରେ ଅତ୍ୟାଧିକ ଲୁଣକୁ ଶେଷିଥାଏ । ଏଥିପାଇଁ ଆପଣ କଞ୍ଚା ଆଳୁ କିମ୍ବା ସିଝା ଆଳୁ ବ୍ୟବହାର କରିପାରିବେ । କଞ୍ଚା ଆଳୁକୁ ଚୋପା ଛଡ଼ାଇ ଇଚ୍ଛା ଅନୁସାରେ କାଟି ବ୍ୟଞ୍ଜନରେ ମିଶାଇ ପାରିବେ । ଏହା ବ୍ୟତୀତ ସିଝା ଆଳୁ ଚକଟା/ ଆଳୁ କଟା/ ଆଳୁ ଛଣା ବ୍ୟବହାର କରିପାରିବେ ।

୨. ଲେମ୍ବୁ: ଭୁଲ ବଶତଃ ବ୍ୟଞ୍ଜନରେ ଲୁଣ ଅଧିକା ହୋଇଥିଲେ ଲେମ୍ବୁ ରସ ମିଶାଇ ପାରିବେ । ଏହା ଅତିରିକ୍ତ ଲୁଣକୁ ଶୋଷିବା ସହ ବ୍ୟଞ୍ଜନର ସ୍ୱାଦ ବୃଦ୍ଧି କରିଥାଏ ।

୩. ଦହି: ଯଦି ଆପଣ ଏପରି କିଛି ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି ଯେଉଁଥିରେ ଦହି ବ୍ୟବହାର କରିପାରିବେ ତେବେ ଏହା ଏକ ଉତ୍ତମ ବିକଳ୍ପ ଅଟେ । ଏହା ବ୍ୟଞ୍ଜନର ସ୍ୱାଦ ମଧ୍ୟ ବୃଦ୍ଧି କରିଥାଏ । ଡାଲି କିମ୍ବା ଗ୍ରେଭି ଜାତୀୟ ବ୍ୟଞ୍ଜନରେ ଦହି ମିଶାଇ ପାରିବେ । ଆପଣ ଚାହିଁଲେ କ୍ରିମ୍ ମଧ୍ୟ ମିଶାଇ ପାରିବେ ।

୪. ବେସନ: ହାଲୁକା ଭଜା ବେସନ ମଧ୍ୟ ଖାଦ୍ୟରେ ଥିବା ଅତ୍ୟାଧିକ ଲୁଣକୁ କମ୍ କରିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଅଟା ଗୁଳା ମଧ୍ୟ ବ୍ୟବହାର କରିପାରିବେ । ଅଟା ଗୁଳା ଅତ୍ୟାଧିକ ଲୁଣ ଶୋଷିଥାଏ ଏବଂ ଗ୍ରେଭି ଗାଢ଼ା ହୋଇନଥାଏ । ବ୍ୟଞ୍ଜନ ପରସିବା ପୂର୍ବରୁ ଆପଣ ଅଟା ଗୁଳାକୁ ବାହାର କରିପାରିବେ ।

୫. ବ୍ରେଡ୍ କ୍ରମ୍ବସ: ଆପଣଙ୍କ ପାଖରେ ବ୍ରେଡ୍ ଥିଲେ ଏହାକୁ ଗୁଣ୍ଡ କରି ବ୍ୟଞ୍ଜନରେ ବ୍ୟବହାର କରିପାରିବେ ।

୬. ଭିନେଗାର: ବ୍ୟଞ୍ଜନରେ ମାତ୍ରାଧିକ ଲୁଣକୁ କମ୍ କରିଥାଏ ଭିନେଗାର । ଏହା ବ୍ୟତୀତ ଚିନି କିମ୍ବା କୌଣସି ମିଠା ସିରପ୍ ବ୍ୟବହାର କରିପାରିବେ ।

 

Get real time updates directly on you device, subscribe now.