fbpx

IISER ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି: ଆରମ୍ଭ ହେଲା ଅନଲାଇନ୍ ଆବେଦନ, ମେ ୫ରେ ସରିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଜର) ପକ୍ଷରୁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଏପ୍ରିଲ ୫ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମେ ୫ରେ ତାହା ସରିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତି ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ବାୟୋଲୋଜିକାଲ ସାଇନ୍ସ ବିଭାଗରେ ପ୍ରଫେସର, କମ୍ପ୍ୟୁଟର ଓ ଡାଟା ସାଇନ୍ସ ବିଭାଗରେ ପ୍ରଫେସର, ଫିଜିକାଲ ସାଇନ୍ସ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର (ଗ୍ରେଡ-୧), ପୃଥିବୀ ଓ ପରିବେଶ ବିଜ୍ଞାନ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର (ଗ୍ରେଡ-୧) ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଅଣସଂରକ୍ଷିତ, ଅନ୍ୟ ପଛୁଆ ବର୍ଗ (ଓବିସି) ଏନସିଏଲ ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କୁ ଏଥିରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ପିଏଚ.ଡି ସହିତ ଭଲ ଆକାଡେମିକ୍ ରେକର୍ଡ ରହିଥିବା ଆବଶ୍ୟକ । ଏଥିସହିତ ପ୍ରାର୍ଥୀଙ୍କର ଶିକ୍ଷା କ୍ଷେତ୍ରରେ ଅଭିଜ୍ଞତା ରହିଥିବା ଆବଶ୍ୟକ । ଅନଲାଇନ୍ ଆପ୍ଲିକେସନ ସବମିସନ କରିବା ସମୟରେ ପ୍ରାର୍ଥୀଙ୍କୁ ସମସ୍ତ ଡକ୍ୟୁମେଣ୍ଟ ପିଡିଏଫ୍ ଫର୍ମାଟରେ ଅପଲୋଡ୍ କରିବାକୁ ପଡ଼ିବ ।

ଆବେଦନ ଲିଙ୍କ: https://www.iiserbpr.ac.in/engage/job/files/

ବିଜ୍ଞପ୍ତି ଲିଙ୍କ: https://www.iiserbpr.ac.in/engage/job/files/Faculty%20Advertisement%202024%20-01.04.2024-Final%20-.pdf

Get real time updates directly on you device, subscribe now.