fbpx

ସୁନା ଦରରେ ଲାଗିଛି ନିଆଁ : ଜାଣନ୍ତୁ ୧୦ ଗ୍ରାମ ପିଛା ଆଜି କେତେ ରହିଛି ଦାମ୍

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଥିବା ବେଳେ ବଢିଚାଲିଛି ସୁନା ଦର । ପ୍ରତିଦିନ ନୂଆ ରେର୍କଡ କରୁଛି ସୁନା । ଦିଲ୍ଲୀ ଏନସିଆର ଅନ୍ତର୍ଗତ ସୁନା ବଜାର ରେ ବର୍ତ୍ତମାନର ସୁନାର ମୂଲ୍ୟ ୧୦ ଗ୍ରାମ ୭୩.୪୭୦ ରହିଛି । ଯାହାକି ବର୍ତ୍ତମାନ ବଜାରରେ ଅଧିକ ଦର ରହିଛି । କେବଳ ସୁନା ଦର ନୁହେଁ ରୂପାର ଦର ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।

ରୂପାର ମୂଲ୍ୟ ବର୍ତ୍ତମାନ ବଜାରରେ କେଜି ଦର ପ୍ରତି ୮୬,୬୦୦ ରହିଛି । ଏଭଳି ସ୍ଥିତିରେ ଅନ୍ତଜାତୀୟ ବଜାରରେ ଏହାର ମୂଲ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଯଦି ଆମେ ଗତ ୬ ମାସ ଭିତରେ ଦେଖିବା ତେବେ ସୁନାର ମୂଲ୍ୟ ୨୦ରୁ ୨୫ ପ୍ରତିଶତ ବୃଦ୍ଧି ପାଇଛି ।

ଅନ୍ତର୍ଜାତୀୟ ବଜାରର କମେକ୍ସରେ ସୁନା ପ୍ରତି ଦର ଏବେ ଆଉନ୍ସ ଦର ଏବେ ୨,୩୮୮ ଡଲାରରେ କାରବାର ହେଉଛି । ଯାହାକି ପାଖାପାଖି ୪୮ଡଲାରରୁ ଅଧିକ ରହିଛି । ବର୍ତ୍ତମାନ ଭୂ-ରାଜନୈତିକ କାରଣରୁ ହେଉଥିବା ଯୋଗଁ ସୁନାର ମୂଲ୍ୟ ବୃଦ୍ଦି ପାଇଥିବା କହିଛନ୍ତି ରିଟେଲ ଜ୍ୱେଲର କମ୍ଫାନୀ ସେନକୋ ଗୋଲ୍ଡ ଲିମିଟେଡ ।

ଏପ୍ରିଲ ପହିଲାରେ ଭୁବନେଶ୍ବରରେ ୧ କିଗ୍ରା ରୁପା ଦାମ୍‌ ୮୧,୬୦୦ ଟଙ୍କା ରହିଥିଲା। ତେଣୁ ଚଳିତମାସର ପ୍ରଥମ ୧୨ ଦିନରେ ରୁପା ମୂଲ୍ୟରେ ୮୪୦୦ ଟଙ୍କା ବା ୧୦.୨୯ ପ୍ରତିଶତ ବୃଦ୍ଧି ଘଟିଛି। ଭୁବନେଶ୍ବରରେ ଏପ୍ରିଲ ପହିଲାରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୬୯୩୮୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୬୩,୬୦୦ ଟଙ୍କା ରହିଥିଲା। ତେଣୁ ଚଳିତମାସର ପ୍ରଥମ ୧୨ ଦିନରେ ୨୨ କ୍ୟାରେଟ୍‌ ଓ ୨୪ କ୍ୟାରେଟ୍‌ ସୁନା ମୂଲ୍ୟରେ ୫.୫ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଲାଣି। କେବଳ ଭାରତ ନୁହେଁ, ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ମୂଲ୍ୟ ହୁ ହୁ ହୋଇ ବୃଦ୍ଧି ପାଇଁ ଆଜି ଆଉନ୍ସ ପିଛା ୨୪୧୨ ଡଲାରର ରେକର୍ଡ ସ୍ତରରେ ପହଞ୍ଚିଛି।

Get real time updates directly on you device, subscribe now.