fbpx

ଫୋନ୍ ସ୍ଲୋ ଚାଲୁଛି କି ? ତୁରନ୍ତ କରନ୍ତୁ ଏହି ସେଟିଙ୍ଗ , ବଢିଯିବ ଇଣ୍ଟରନେଟ୍ ସ୍ପିଡ୍‌

ନୂଆଦିିଲ୍ଲୀ : ଆପଣଙ୍କ ଫୋନ୍ ରେ ଇଣ୍ଟରନେଟ୍ ସ୍ଲୋ ହେଉଛି କି? କୌଣସି ଆପ୍ ସଠିକ୍ ଭାବରେ କାମ କରୁନାହିଁ । ଜରୁରୀ ବେଳେ ଆପଣଙ୍କ ସମୟ ନଷ୍ଟ କରୁଛି ? ତେବେ ଆମ ପାଖରେ ଅଛି ଏସବୁ ସମାଧାନର ସୂତ୍ର ।

ଏସବୁ ଅସୁବିଧା ଥିଲେ, ଆପଣ ଫୋନ୍ ର ସେଟିଙ୍ଗରେ କିଛି ପରିବର୍ତ୍ତନ କରି ଏହାକୁ ଠିକ୍ କରିପାରିବେ । କିନ୍ତୁ ତାହା ପୂର୍ବରୁ ଅସୁବିଧା କ’ଣ ଏବଂ କାହିଁକି ଏପରି ସ୍ଲୋ ହେଉଛି ତାହା ଜାଣିବାକୁ ପଡିବ ।

ସର୍ବପ୍ରଥମେ ଆପଣ ଫୋନରୁ cache clear କରବା ଉଚିତ୍ । ନହେଲେ ଫୋନ୍ ଜାମ ହୋଇଯାଏ । ଯାହା ଫଳରେ ଫୋନ୍ ଏବଂ ଇଣ୍ଟରନେଟ୍ ଦୁଇଟି ଯାକ ସ୍ଲୋ ହୋଇଯାଏ । ଇଣ୍ଟରନେଟ୍ ଠିକ୍ ଥିଲେ ମଧ୍ୟ ମୋବାଇଲ ସ୍ଲୋ କାମ କରେ । କେସ୍ କ୍ଲିଅର ଦ୍ୱାରା ଉଭୟର ସ୍ପିଡ୍ ବଢିଯାଏ ।

ଅନାବଶ୍ୟକୀୟ ଆପ୍ସ କୁ ବନ୍ଦ କରନ୍ତୁ ବା ଡିଲିଟ୍ କରନ୍ତୁ । ଏହା ଦ୍ୱାରା ଇଣ୍ଟରନେଟ୍ ସ୍ପିଡ୍ ବଢିବ । ବ୍ୟାକ୍ ଗ୍ରାଉଣ୍ଡରେ ଆକ୍ଟିଭ୍ ଥିବା ଅପ୍ସ ଇଣ୍ଟରନେଟ୍ ଟାଣି ଥାଏ ।

ଅଟୋ ଅପଡେଟ୍ କୁ ବନ୍ଦ କରନ୍ତୁ । ଏହା ମଧ୍ୟ ଇଣ୍ଟରନେଟ୍ ସ୍ଲୋ ହେବାର ଅନ୍ୟତମ କାରଣ । ଇଣ୍ଟରନେଟ୍ ସ୍ଲୋ ଚାଲିବାର ଅର୍ଥ କୌଣସି ଆପ୍ସ ଅପଡେଟ୍ ହେଉଛି । ତେଣୁ ଅଟୋ ଅପଡେଟ୍ ବନ୍ଦ କରନ୍ତୁ ।

ସ୍ଲୋ ଇଣ୍ଟରନେଟ୍ କାରଣରୁ ବ୍ରାଉଜରରେ ମଧ୍ୟ କୌଣସି ପେଜ୍ ଖୋଲେ ନାହିଁ । ଏଭଳି ସ୍ଥିତିରେ ଆପଣ ଲାଇଟ୍ ଭର୍ଜନ ଥିବା ବ୍ରାଉଜର ବ୍ୟବହାର କରିବାରିବା । ଯେଉଁଥିରେ ପେଜ୍ ଜଲଦି ଖୋଲି ଯିବ ।

ଯଦି ଅସୁବିଧା ଇଣ୍ଟରନେଟ୍ ରେ ଥାଏ , ତେବେ ଆପଣ ସେଟିଙ୍ଗକୁ ଯାଇ ରିସେଟ୍ କରିପାରିବେ । ନେଟ୍‌ୱାର୍କ ଅପରେଟର କୁ ଯାଇ ମାନ୍ୟୁଆଲି ଅପରେଟ୍ କରି ପାରିବ ।

Get real time updates directly on you device, subscribe now.