fbpx

ଦମ୍ପତିଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗୁଛି କି ? ଶୋଇବା ଘରେ ରଖନ୍ତୁ ଏହି ଜିନିଷ

Advertisement

ପ୍ରତ୍ୟେକ ଦମ୍ପତି ନିଜ ବୈବାହିକ ଜୀବନରେ ସୁଖ-ଶାନ୍ତି ଚାହାଁନ୍ତି । ଦୁହିଁଙ୍କହିଁ ମଧ୍ୟରେ ଥିବା ଭଲ ପାଇବା ଅତୁଟ ରହୁ । ମାତ୍ର ବେଳେବେଳେ ବୁଝି ହୁଏନା କେଉଁ କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥାଏ । ଆଉ ତାହା ଗୋଟେ କି ଦୁଇ ଦିନ ପାଇଁ ନ ଥାଏ । ଅହରହ ସେମାନଙ୍କ ମଧ୍ୟରେ କଳହ ଲାଗି ରହିଥାଏ ।

ଏହି କଳହ ପଛର କାରଣ ଶୋଇବା ଘର ନୁହେଁ ତ । ମାନେ ଶୋଇବା ଘରେ ଯଦି ଖଟ ଠିକ ସ୍ଥାନରେ ପଡ଼ିିନଥିବ ତେବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହିବ । ପୁଣି ଖଟ ଯଦି ଠିକ ସ୍ଥାନରେ ପଡ଼ିନଥିବ ତେବେ ନକାରାତ୍ମକ ଶକ୍ତି ଘରକୁ ଆସିଥାଏ । ଯଦି ଆପଣ ଚାହୁଁଛନ୍ତି ଦୁହିଁଙ୍କ ମଧ୍ୟରେ କଳହ ନ ହେଉ ତେବେ ଆପଣାନ୍ତୁ କିଛି ବାସ୍ତୁ ଟିପ୍ସ ।

– କେବେ ବି ଶୋଇବା ଖଟକୁ ଝରକା କିମ୍ବା କାନ୍ଥକୁ ଲଗାଇକରି ରଖନ୍ତୁ ନାହିଁ । ଏଥିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢ଼ିଯାଏ । ଅସହଯୋଗ ଭଳି ପ୍ରକୃତି ମଧ୍ୟ ବଢ଼ିଯାଏ ।

– ଖଟ ତଳେ କୌଣସି ପ୍ରକାର ବସ୍ତୁ ରଖନ୍ତୁ ନାହିଁ ।

– ଘରର ଛାତ ତଳେ ବିମ୍ ରହିବା ଭଲ ନୁହେଁ । ପରସ୍ପର ଭିତରେ କଳହ ଲାଗି ରହିବ ।

– ଗୋଟିଏ ଖଟରେ ମେଟ୍ରେସ ବା ଗଦି ଦୁଇ ଅଲଗା ଅଲଗା ହୋଇ ରହିବା ଭଲ ନୁହେଁ । ଦୁହିଁଙ୍କ ଭଲପାଇବାରେ ଦୂରତା ସୃଷ୍ଟି ହୋଇଥାଏ ।

– ଯେଉଁ ବେଡସିଟ ବା ଚାଦରରେ କଣା କିମ୍ବା କି ଚିରି ଯାଇଥିବ ତାକୁ କେବେ ବି ଖଟରେ ପକାଇବେ ନାହିଁ ।

Get real time updates directly on you device, subscribe now.