ଆପଣଙ୍କର ବୈବାହିକ ଜୀବନ Boring ହୋଇଯାଇଛି କି? ସମ୍ପର୍କରେ ସ୍ପାର୍କ ଆଣିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ପାର୍ଟନରଙ୍କ ପ୍ରତି ଥିବା ଭଲପାଇବାକୁ ଆହୁରି ନିବିଡ଼ କରିବା ପାଇଁ ପ୍ରେମୀଯୁଗଳ ଅନେକ ଜିନିଷ କରୁଛନ୍ତି। କିନ୍ତୁ ପ୍ରାୟତଃ ନୂଆ ନୂଆ ମିଠା ଲାଗୁଥିବା ସମ୍ପର୍କ ସମୟକ୍ରମେ ଫିକା ପଡ଼ିଯାଏ। ବିଶେଷ କରି ବୈବାହିକ ଜୀବନରେ ସମ୍ପର୍କ ବୋରିଂ ହେବାକୁ ଲାଗିଲେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ସମ୍ଭାବନା ବୃଦ୍ଧି ପାଏ ।

ଆଜିକାଲିର ଡିଜିଟାଲ ଯୁଗରେ ଯେତେ ଶୀଘ୍ର ସମ୍ପର୍କ ଯୋଡ଼ି ହୁଏ ସେତେ ଶିଘ୍ର ଭାଙ୍ଗି ମଧ୍ୟ ଯାଏ । କୌଣସି ସମ୍ପର୍କକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରଖିବା ଯେମିତି ଆହ୍ୱାନ ପାଲଟିଯାଇଛି ।

ବୈବାହିକ ଜୀବନକୁ Boringରୁ interesting କରିବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ:
୧. କ୍ୟାଲିଟି ଟାଇମ୍‌: ଜୀବନର ବ୍ୟସ୍ତତା ଭିତରୁ ନିଜ ପାର୍ଟନରଙ୍କ ସହ କ୍ୟାଲିଟି ଟାଇମ୍ ବିତାଇବା ପାଇଁ ଚେଷ୍ଟା କରନ୍ତୁ । କଥାବାର୍ତ୍ତା ସମୟରେ ଫୋନର ବ୍ୟବହାର କରନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କ ମଧ୍ୟରେ ଥିବା ସମ୍ପର୍କ ସୁଦୃଢ଼ ହୋଇଥାଏ ।

ପାର୍ଟନରଙ୍କ ସହ କେବଳ ଶାରୀରିକ ଭାବେ ନୁହେଁ ବରଂ ମାନସିକ ଭାବରେ ମଧ୍ୟ ଉପସ୍ଥିତ ରୁହନ୍ତୁ । ନିଜ ସମ୍ପର୍କକୁ କିପରି interesting କରିପାରିବେ ସେ ବିଷୟରେ ଆଲୋଚନା କରନ୍ତୁ ।

୨. ଏକାଠି ଚାହା ପିଅନ୍ତୁ: କର୍ମମୟ ଜୀବନରେ ପାର୍ଟନରଙ୍କୁ ପରସ୍ପର ସହ କମ୍ ସମୟ ମିଳିଥାଏ । ତେଣୁ ଛୁଟି ଦିନରେ ଏକାଠି ବସି ଚାହା ପିଅନ୍ତୁ ।

ଲଞ୍ଚ୍ ଏବଂ ଡିନର ମଧ୍ୟ କରିପାରିବେ । ଏଭଳି ଛୋଟ ଛୋଟ ଅଭାସ ଦ୍ୱାରା ପାର୍ଟନରଙ୍କ ସହ ଅଧିକ ସମୟ ବିତାଇପାରିବେ ।

୩. ଶୋଇବା ପୂର୍ବରୁ କଥା ହୁଅନ୍ତୁ: ଅଧିକାଂଶ ସମୟରେ ଦେଖାଯାଏ ଯେ ଦମ୍ପତ୍ତି ଶୋଇବା ପୂର୍ବରୁ ମୋବାଇଲ କିମ୍ବା ଲାପ୍‌ଟପରେ ବ୍ୟସ୍ତ ରୁହନ୍ତି ।

କିଛି ଦମ୍ପତ୍ତି ବିଳମ୍ବିତ ରାତି ଯାଏଁ ଘରେ ଅଫିସ୍ କାମ କରିଥାନ୍ତି । ଏଭଳି କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି କରିପାରେ ।

୪. ପ୍ରୋତ୍ସାହିତ କରନ୍ତୁ: ପାର୍ଟନରଙ୍କୁ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ଏବଂ ଦକ୍ଷତାକୁ ପ୍ରୋତ୍ସାହିତ କରନ୍ତୁ । ଏହା ବ୍ୟତୀତ ଦୈନନ୍ଦିନ ଜୀବନରେ ଛୋଟ ଛୋଟ କାର୍ଯ୍ୟ ପାଇଁ ପ୍ରଶଂସା କରନ୍ତୁ ଯେପରି ଆଜି ରୋଷେଇ ଭଲ ହୋଇଥିଲା, ଆଜି ବହୁତ ସୁନ୍ଦର ଦେଖାଯାଉଛ, ତୁମକୁ ଏଇ ରଂଗ ବେଶ ମାନେ ଇତ୍ୟାଦି ।

ପାର୍ଟନର କରୁଥିବା ପ୍ରତ୍ୟେକ କାମରେ ସହଯୋଗ କରନ୍ତୁ । ଏହା ଆପଣଙ୍କ ସମ୍ପର୍କକୁ ଦୀର୍ଘସ୍ଥାୟୀ ରଖିଥାଏ ।