fbpx

ଆପଣଙ୍କର ପାନ୍ କାର୍ଡ ଲିଙ୍କ ହୋଇଛି କି ନାହିଁ ? ଏପରି ଚେକ୍ କରନ୍ତୁ ଷ୍ଟାଟସ୍, ନଚେତ୍ ହୋଇପାରେ ଅସୁବିଧା

ନୂଆଦିଲ୍ଲୀ: ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ପାନ୍-ଆଧାର କାର୍ଡକୁ ଲିଙ୍କ୍ କରିନାହାଁନ୍ତି, ତେବେ ୩୧ ମାର୍ଚ୍ଚ ୨୦୨୩ ପୂର୍ବରୁ ଏହାକୁ ଲିଙ୍କ୍ କରନ୍ତୁ । ନଚେତ୍ ୧ ଏପ୍ରିଲ୍ ପରେ ଯଦି ଆପଣ ପାନ୍-ଆଧାର ଳିଙ୍କ ନହୋଇଥାଏ, ତେବେ ଆପଣଙ୍କର ପାନ୍ ବାତିଲ୍ ହୋଇଯିବ ଏବଂ ତାପରେ ଜରିମାନା ମଧ୍ୟ ଦେବାକୁ ପଡ଼ିବ । ମାର୍ଚ୍ଚ ୩୧ ଠାରୁ ପାନ୍-ଆଧାରକୁ ଜରିମାନା ସହିତ ଲିଙ୍କ କରିବାକୁ କୁହାଯାଇଛି । ଆପଣ ପାନ୍-ଆଧାର ଲିଙ୍କ୍ କରିସାରିଛନ୍ତି, ତେବେ ଏହାର ଷ୍ଟାଟସ୍ ଚେକ୍ କରନ୍ତୁ । ଆପଣଙ୍କର ପାନ୍ ଆଧାର ସହିତ ଲିଙ୍କ୍ ହୋଇଛି କି ନାହିଁ କିପରି ଜାଣିବେ ? ଆସନ୍ତୁ ଜାଣିବା କିଛି ଷ୍ଟେପ୍…

୧୦ ହଜାର ଟଙ୍କାର ଲାଗିପାରେ ଜରିମାନା :-
ଯଦି ଆପଣ ଏପର୍ଯ୍ୟନ୍ତ ପାନ୍-ଆଧାରକୁ ଲିଙ୍କ୍ କରିନାହାଁନ୍ତି, ତେବେ ଯଥାଶୀଘ୍ର ଏହାକୁ ସମ୍ପନ୍ନ କରନ୍ତୁ । ଅନ୍ୟଥା ମାର୍ଚ୍ଚ ୩୧ ପରେ, ଆପଣଙ୍କର ପାନ୍ କୌଣସି କାମର ରହିବା ନାହିଁ ଏବଂ ଆପଣ ଏହା ସହିତ ଜଡିତ ଜିନିଷଗୁଡ଼ିକର ଲାଭ ଉଠାଇବାକୁ ଅସମର୍ଥ ହେବେ । ଆୟକର ବିଭାଗ ଅନୁଯାୟୀ, ଯଦିଓ ଆପଣଙ୍କର ଦୁଇଟି ପାନ୍ କାର୍ଡ ଅଛି, ତେବେ ଏହା ବେଆଇନ୍ । ମାର୍ଚ୍ଚ ୩୧ ପୂର୍ବରୁ ଆପଣଙ୍କୁ ଏହା ମଧ୍ୟ ଫେରାଇବାକୁ ପଡିବ । ନଚେତ୍ ଆପଣ ବହୁତ କ୍ଷତି ସହିବେ । ମାର୍ଚ୍ଚ ୩୧ ପରେ ଯଦି ଆପଣ ପାନ୍-ଆଧାରକୁ ଲିଙ୍କ୍ ନକରି ପାନ୍ ବ୍ୟବହାର କରନ୍ତି, ତେବେ ଆପଣଙ୍କ ଉପରେ ୧୦,୦୦୦ ଟଙ୍କା ଜୋରିମାନା ଏବଂ ଦଣ୍ଡ ଲାଗୁ କରାଯିବ ।

ପାନ୍-ଆଧାର ଲିଙ୍କ୍ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ :-
ଯଦି ଆପଣ ପାନକୁ ଆଧାର ସହିତ ଲିଙ୍କ୍ କରିଛନ୍ତି, ତେବେ ଘରେ ବସି ଆପଣ ଜାଣିପାରିବେ ଯେ ପାନ୍ କାର୍ଡ ଆକ୍ଟିଭ୍ ହୋଇଛି କି ନାହିଁ …
୧. ଏହାକୁ ଯାଞ୍ଚ କରିବାକୁ ଆପଣ ଆୟକର ବିଭାଗର ୱେବସାଇଟ୍ incometaxindiaefiling.gov.inକୁ ଯାଆନ୍ତୁ ।
୨. ଏବେ (Know your PAN) ବିକଳ୍ପ ଉପରେ କ୍ଲିକ୍ କରନ୍ତୁ, ଏଥିରେ ଆପଣଙ୍କୁ କିଛି ବିବରଣୀ ପାଇଁ ପଚରାଯିବ, ଆପଣଙ୍କୁ ସେଗୁଡିକ ପୂରଣ କରିବାକୁ ପଡିବ ।
୩. ଏହା ପରେ ଆପଣଙ୍କ ପଞ୍ଜୀକୃତ ନମ୍ବରରେ ଏକ ଓଟିପି ଆସିବ । ତା’ପରେ ଆପଣଙ୍କୁ ଓଟିପି ସବମିଟ୍ କରିବାକୁ ପଡ଼ିବ ।
୪. ଏହା ପରେ ଆପଣଙ୍କ ପାନ୍ କାର୍ଡ ସକ୍ରିୟ ଅଛି କି ନାହିଁ ତାହା ଟିପ୍ପଣୀରେ ଲେଖାଯିବ ।

Get real time updates directly on you device, subscribe now.