fbpx

(Video) Processingରେ ରହିଛି କି ଆପଣଙ୍କ ‘ସୁଭଦ୍ରା’ ଟଙ୍କା? ଷ୍ଟାଟସ୍ ଚେକ୍ ବେଳେ Under Process ଆସିଲେ କ’ଣ କରିବେ ? ଜାଣନ୍ତୁ ଉତ୍ତର

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାରେ ୨ଟି ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷରୁ ଅଧିକ ମହିଳା ହିତାଧିକାରୀଙ୍କୁ ଟଙ୍କା ପଠାଯାଇଛି । ତେବେ ଅଧିକାଂଶ ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି । ସୁଭଦ୍ରା ଯୋଜନାରେ ବର୍ତମାନ ସୁଦ୍ଧା କୋଟିଏରୁ ଉଦ୍ଧ୍ୱର୍ ମହିଳା ଆବେଦନ କରିସାରିଛନ୍ତି । ଅନେକଙ୍କୁ ଟଙ୍କା ମିଳିଥିବା ବେଳେ ଏବେ ବି ଅନେକ ମହିଳା ଟଙ୍କା ପାଇବାରୁ ବଂଚିତ ରହିଛନ୍ତି । କୌଣସି ତ୍ରୁଟି କାରଣରୁ ଏମିତି ହୋଇଥିବା ଜମାପଡିଛି ସତ । କିନ୍ତୁ ସେମାନେ ଷ୍ଟାଟସ୍ ଚେକ୍ ବେଳେ ଆବେଦନର ଯେଉଁ ସ୍ଥିତି ଦେଖୁଛନ୍ତି ଆବେଦନକାରୀ, ଅଧା ଲୋକେ ବୁଝିପାରୁନାହାନ୍ତି ତାର ଅର୍ଥ କଣ ।

ଆବେଦନ ଚେକ୍ କରିବା ପରେ ଗୋଟିଏ, ଫିଲ୍ଡ ଫେରିଭିକେସନ, କମ୍ପ୍ଲିଟେଡ ଏବଂ ଅଣ୍ଡର ପ୍ରୋସେସ । ଅଣ୍ଡର ପ୍ରୋସେସ ଟିକୁ ହିଁ କେହି ସଠିକ ଭାବେ ବୁଝିପାରୁନାହାନ୍ତି । ଆଉ ଦ୍ୱନ୍ଦରେ ପଡିଯାଉଛନ୍ତି ସେମାନଙ୍କୁ ଟଙ୍କା ମିଳିବ କି ନାହିଁ । ବାସ୍ତବରେ ଯଦି ଆମେ କହିବା, ତେବେ ଯଦି ଆପଣ ଆବେଦନ ଷ୍ଟାଟସ ଚେକ୍ କରିବା ବେଳେ ଅଣ୍ଡର ପ୍ରୋସେସ ଦେଖଉଛି ତାର ଅର୍ଥ ଆପଣଙ୍କ ଭେରିଫିକେସନ ପ୍ରକ୍ରିୟା ଜାରି ରହିଛି । କିଛି ଫାଇନାଲ ହୋଇନି କି ଆପଣଙ୍କୁ ଟଙ୍କା ଯିବ କି ନାହିଁ । ଯଦି ଏହି ପ୍ରକ୍ରିୟାରେ ଆପଣ ଦେଇଥିବା ତଥ୍ୟ ଏବଂ ଡିବିଟି ବା ଏନପିସିଆଇ କ୍ଲିୟରାନ୍ସ ଠିକ ଥାଏ, ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଆପଣଙ୍କୁ ଟଙ୍କା ମିଳିଯିବ ।

ଯଦି ଆପଣଙ୍କ ହିସାବରେ କିଛି ଭୁଲ ଅଛି ବୋଲି ଆପଣ ଭାବୁଥାନ୍ତି, ତେବେ ସରକାର ଏହାକୁ ଯାଂଚ୍ କରୁଛନ୍ତି ବୋଲି ଧରିନେବେ । ଏମିତି ବିଭିନ୍ନ ପ୍ରକାରର ଭୁଲ ଥିବା ଦେଖାଯାଉଛି । ଜଣଙ୍କର ଯଦି ଗୋଟିଏ ବ୍ୟାଙ୍କରେ ଡିବିଟି ଲିଙ୍କ୍ ଦେଖାଉଛି ଏବଂ ସେଇ ଆକାଉଣ୍ଟ ହୋଇଯାଇଛି କ୍ଲୋଜ ଏବଂ ଅନ୍ୟ ବ୍ୟାଙ୍କରେ ଡିବିଟି କରାଇବା ପରେ ବି ପୂର୍ବ ବ୍ୟାଙ୍କର ଡିବିଟି ଲିଙ୍କ ସୋ କରୁଥିବା ଦେଖାଯାଇଛି । ଏଭଳି ସ୍ଥିତିରେ ଆବେଦନର ଷ୍ଟାଟସ୍ ଦେଖାଉଛି ଅଣ୍ଡର ପ୍ରୋସେସ । ଅର୍ଥାତ ଏପର୍ଯ୍ୟନ୍ତ ଫାଇନାଲ ହୋଇନି କି ଆପଣଙ୍କୁ ଟଙ୍କା ମିଳିବ କି ନାହିଁ ।

Get real time updates directly on you device, subscribe now.