ଓଡ଼ିଶା ଭାସ୍କର: ଅନେକ ପୁରୁଷଙ୍କର ଏହି ସମସ୍ୟା ଥାଏ କି, ଆରମ୍ଭରେ ସେମାନଙ୍କର ପତ୍ନୀ ସେମାନଙ୍କର ଯେଉଁଭଳି ଯତ୍ନ ନିଅନ୍ତି ଏବଂ ସେମାନଙ୍କ ମଧ୍ୟରେ ଯେଭଳି ଭଲ ବଣ୍ଡିଂ ଥାଏ, ସମୟ ଗଡ଼ିବା ସହ ସେମାନଙ୍କର ଆଚରଣରେ ପରିବର୍ତ୍ତନ ହୋଇଯାଏ।
ସେମାନେ ଚିଡଚିଡା ହେବା ଆରମ୍ଭ କରନ୍ତି। ତାଙ୍କ ସ୍ୱାମୀଙ୍କ କାମକୁ ନାପସନ୍ଦ କରନ୍ତି। ଯଦି ଆପଣ ମଧ୍ୟ ଏଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଏବଂ ନିଜର ପତ୍ନୀଙ୍କ ଆଚରଣକୁ ନେଇ ଚିନ୍ତାରେ ଅଛନ୍ତି, ତେବେ ଥରେ ଭାବନ୍ତୁ ସେ ବିବାହର କିଛି ଦିନ ପରେ କାହିଁକି ଚିଡଚିଡା ହୋଇଯାଇଛନ୍ତି।
ସେ କାହିଁକି ଆଉ ପୂର୍ବପରି ବ୍ୟବହାର କରୁ ନାହାନ୍ତି। ତେବେ ଏହାର କିଛି ସରଳ କାରଣ ମଧ୍ୟ ଥାଇପାରେ। ଆପଣ ଏହି କାରଣଗୁଡିକ ଜାଣି ନିଅନ୍ତୁ ଏବଂ ଏଥିରେ ସୁଧାର ଆଣି ନିଜ ବୈବାହିକ ଜୀବନକୁ ପୁନର୍ବାର ସୁଖୀ ଏବଂ ଉନ୍ନତ କରନ୍ତୁ।
ପ୍ରତିଜ୍ଞା ଭୁଲିଯିବା: ଅନେକ ସମୟରେ ସ୍ୱାମୀମାନେ ନିଜ ପତ୍ନୀଙ୍କ ପାଖରେ କିଛି ପ୍ରତିଜ୍ଞା କରିଥାନ୍ତି କିନ୍ତୁ ପରେ ଏହାକୁ ଭୁଲିଯାଆନ୍ତି। ଏହା ଯେକୌଣସି ପାର୍ଟନରଙ୍କୁ ମଧ୍ୟ ଖରାପ ଅନୁଭବ କରିପାରେ। ଯଦି ଆପଣ ଏହି ଭୁଲକୁ ବାରମ୍ବାର ପୁନରାବୃତ୍ତି କରୁଛନ୍ତି, ଏହା ଆପଣଙ୍କ ପତ୍ନୀଙ୍କ ଅସନ୍ତୋଷର କାରଣ ହୋଇପାରେ।
ପତ୍ନୀଙ୍କୁ ସମୟ ନଦେବା: ଅନେକ ସମୟରେ ମହିଳାମାନେ ଘର ଏବଂ ବାହାର କାମ କରି ମାନସିକ ସ୍ତରରେ କ୍ଳାନ୍ତ ହୋଇଯାଆନ୍ତି ଏବଂ ଆଶା କରନ୍ତି ଯେ ସେମାନଙ୍କ ପାର୍ଟନର୍ ସେମାନଙ୍କ ଭଲ ମନ୍ଦ ବିଷୟରେ ପଚାରିବେ ଏବଂ ଏକାଠି କିଛି ଭଲ ମୁହୂର୍ତ୍ତ ବିତାଇବେ।
ଏମିତି ଆଶା କରିବା ମଧ୍ୟ ସ୍ୱାଭାବିକ। କିନ୍ତୁ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ସ୍ୱାମୀ ଏହା ଆବଶ୍ୟକ ମନେ କରନ୍ତି ନାହିଁ। ଏପରି ପରିସ୍ଥିତିରେ, ଏହା ସମ୍ଭବ ଯେ ଆପଣଙ୍କ ପତ୍ନୀ ଆପଣଙ୍କଠାରୁ ଦୂରେଇ ରହିବା ଆରମ୍ଭ କରିପାରନ୍ତି।
ପିଲାର ଯତ୍ନ ନନେବା: ଅନେକ ମହିଳା ଅଭିଯୋଗ କରନ୍ତି ଯେ ସେମାନଙ୍କର ସ୍ୱାମୀମାନେ ପିଲାମାନଙ୍କୁ ଲାଳନ ପାଳନ କରିବାରେ ଆଦୌ ସାହାଯ୍ୟ କରନ୍ତି ନାହିଁ। ଅନେକ ସମୟରେ ଛୋଟ ପିଲାମାନେ କାନ୍ଦନ୍ତି ଏବଂ ସ୍ୱାମୀମାନେ ମୋବାଇଲ୍ ଫୋନ୍ ଦେଖିବାରେ ବ୍ୟସ୍ତ ଥାଆନ୍ତି। ସ୍ୱାମୀଙ୍କ ଏପରି ଆଚରଣ ମହିଳାମାନଙ୍କୁ ବିରକ୍ତ କରିଥାଏ।
ଖାମଖିଆଲ ନୀତି; ମହିଳାମାନେ ଅଭିଯୋଗ କରନ୍ତି ଯେ ସଜାଯାଇଥିବା ଘର ସ୍ୱାମୀଙ୍କ ଆସିବା ମାତ୍ରେ ଛିନ୍ନଛତ୍ର ହୋଇଯାଏ ଏବଂ ମୋଜା, ତଉଲିଆ, ଜୋତା, ସାର୍ଟ ଇତ୍ୟାଦି ଆଡେସାଡେ ପଡେ।
ଏହା ଦେଖି ଦିନସାରା କାମ କରି କ୍ଳାନ୍ତ ହୋଇଯାଇଥିବା ପତ୍ନୀ ତ କିଛି କହିପାରନ୍ତି ନାହିଁ, କିନ୍ତୁ ତାଙ୍କ ମନରେ ନିଶ୍ଚିତ ଭାବରେ କ୍ରୋଧ ସୃଷ୍ଟି ହୁଏ।
ପତ୍ନୀଙ୍କ ଆବଶ୍ୟକତା ପ୍ରତି ଦୃଷ୍ଟି: ଯଦି ଜଣେ ପତ୍ନୀ ଆପଣଙ୍କର ସମସ୍ତ ଆବଶ୍ୟକତା ପୂରଣ କରି କରି ନିଜ କାମ କରିବାକୁ ସକ୍ଷମ ହୁଅନ୍ତି ନାହିଁ କିମ୍ବା ନିଜ ସାଙ୍ଗ କିମ୍ବା ପରିବାର ସହିତ କଥା ହୋଇ ପାରନ୍ତି ନାହିଁ, ତେବେ ଏହା ମଧ୍ୟ ତାଙ୍କ ଖରାପ ମନୋଭାବର କାରଣ ହୋଇପାରେ। ଏନେଇ ସେମାନଙ୍କ ଆବଶ୍ୟକତା ପ୍ରତି ମଧ୍ୟ ଦୃଷ୍ଟି ଦେବା ଦରକାର।
ଯଦି ଆପଣ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଆପଣଙ୍କ ପତ୍ନୀଙ୍କ ମାନସିକ ଏବଂ ଶାରୀରିକ ଆବଶ୍ୟକତାକୁ ସମାନ ଭାବରେ ପୂରଣ କରନ୍ତି, ତେବେ ଆପଣଙ୍କ ମଧ୍ୟରେ ଦୂରତା ହ୍ରାସ ହୋଇପାରେ। ସେମାନେ ଚିଡିଚିଡା ହେବେ ନାହିଁ ଆଉ ଆପଣଙ୍କୁ ପୂର୍ବ ପରି ବ୍ୟବହାର କରିବେ।