fbpx

(Video) ବୋଲିଂରେ ବି ଦମ୍ ଦେଖାଇଲେ ଇଶାନ୍ କିଶାନ୍: ଟିମ ଇଣ୍ଡିଆରେ କମବ୍ୟାକ ପାଇଁ ଖେଳିଲେ Plan-B

ନୂଆଦିଲ୍ଲୀ: ଟିମ ଇଣ୍ଡିଆରୁ ହରାଇଥିବା ସ୍ଥାନ ଫେରି ପାଇବା ପାଇଁ ଷ୍ଟାର କ୍ରିକେଟର ଇଶାନ୍ କିଶାନ୍ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ଘରୋଇ କ୍ରିକେଟରେ ବିସ୍ଫୋରକ ପ୍ରଦର୍ଶନ କରି ଭାରତୀୟ ଦଳ ପାଇଁ ସେତୁବନ୍ଧ ବାନ୍ଧୁଛନ୍ତି ଇଶାନ୍ । ବୁଚି ବାବୁ କ୍ରିକେଟରେ ଝାଡ଼ଖଣ୍ଡର ଅଧିନାୟକ ଭାବରେ ଦାୟିତ୍ୱ ନେଇଥିବା ବେଳେ ପ୍ରଥମେ ବ୍ୟାଟିଂରେ ଏକ ବିସ୍ଫୋରକ ଶତକ ହାସଲ କରିଥିବା ବେଳେ ଏବେ ସେ ଆଉ ଏକ ଟାଲେଣ୍ଟ ଦେଖାଇଛନ୍ତି । ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଇଶାନ୍ କିଶାନଙ୍କୁ ବୋଲିଂ କରୁଥିବାର ଦେଖିବାକୁ ମିଳିଛି । ୱିକେଟ କିପରରୁ ଅଲରାଉଣ୍ଡର ଭାବରେ ଦଳକୁ ଫେରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଇଶାନ୍ କିଶାନ୍ ।

ଟିମ ଇଣ୍ଡିଆକୁ ଫେରିବା ପାଇଁ ପ୍ଲାନ୍-ବି ଆରମ୍ଭ କରିଛନ୍ତି ଇଶାନ୍ କିଶାନ୍ । ତେବେ ନିଜକୁ ପ୍ରମାଣ କରିବା ପାଇଁ ତାଙ୍କୁ ଏକ ଦମଦାର ପ୍ଲାଟଫର୍ମ ଦେଇଛି ବୁଚି ବାବୁ କ୍ରିକେଟ । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମେ ଇଶାନ୍ କିଶାନ୍ ୱିକେଟ କିପିଙ୍ଗ ଏବଂ ନିଜ ବ୍ୟାଟିଂର ଜଲୱା ଦେଖାଇ ସାରିଛନ୍ତି । ତେବେ ଏହାପରେ ବର୍ତ୍ତମାନ ତାଙ୍କର ବୋଲିଂର ଝଲକ୍ ଦେଖିବକାକୁ ମିଳିଛି । ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଇଶାନ୍ ଦମଦାର ବୋଲିଂ କରିଛନ୍ତି । ଝାଡ଼ଖଣ୍ଡର ଅଧିନାୟକ ଏହି ମ୍ୟାଚରେ ୨ ଓଭର ବୋଲିଂ କରିଥିବା ବେଳେ ମାତ୍ର ୫ ରନ୍ ବ୍ୟୟ କରିଛନ୍ତି । ତେବେ ଏହି ୨ ଓଭରରେ ତାଙ୍କୁ କୌଣସି ୱିକେଟ ମିଳିନାହିଁ । କିନ୍ତୁ ବ୍ୟାଟିଂ-ୱିକେଟ କିପିଙ୍ଗ ପରେ ବୋଲିଂ ପ୍ରଦର୍ଶନ ଦେଖାଇ ଟିମ ଇଣ୍ଡିଆକୁ ଫେରିବା ପାଇଁ ବାଟ ଫିଟାଇଛନ୍ତି ଇଶାନ୍ କିଶାନ୍ । ବର୍ତ୍ତମାନ ତାଙ୍କ ଉପରେ ପୁଣିଥରେ ଭାରତୀୟ କୋଚ୍ ଏବଂ ଟିମ ମ୍ୟାନେଜମେଣ୍ଟର ନଜର ରହିଛି ।

ହାଇଦ୍ରାବାଦ ବିପକ୍ଷରେ ଝାଡ଼ଖଣ୍ଡର ପ୍ରଦର୍ଶନ ଖୁବ ଖରାପ ରହିଛି । ଫଳରେ ୯ ୱିକେଟରେ ପରାଜୟର ସାମନା କରିଛି ଇଶାନ୍ କିଶାନଙ୍କ ଟିମ୍ । ଏହି ମ୍ୟାଚରେ ଇଶାନ୍ ବ୍ୟାଟିଂର ଜଲୱା ମଧ୍ୟ ଦେଖାଇବାରେ ବିଫଳ ହୋଇଛନ୍ତି । କିନ୍ତୁ ମ୍ୟାଚରେ ୬୪ତମ ଓଭର ବୋଲିଂ କରିବାକୁ ଆସି ରବି ତେଜାଙ୍କୁ ରାଉଣ୍ଡ ଦ ୱିକେଟ ହ୍ୟାଣ୍ଡ ଅଫ୍ ସ୍ପିନ୍ ବୋଲିଂ କରିଛନ୍ତି । ତେବେ ମ୍ୟାଚରେ ମୋଟ ୨ ଓଭର ବୋଲିଂ କରି ସେ ମାତ୍ର ୫ ରନ୍ ଦେଇଛନ୍ତି । ତେବେ ପ୍ରଥମ ପାଳିରେ ୧ ରନ୍ କରିଥିବା ଇଶାନ୍ କିଶାନ୍ ଦ୍ୱିତୀୟଇନିଂସରେ ମାତ୍ର ୫ ରନ୍ କରି ପାଭିଲିୟନ୍ ଫେରିଛନ୍ତି ।

Get real time updates directly on you device, subscribe now.