fbpx

ଘରୋଇ କ୍ରିକେଟରେ ହେବ ଲେଉଟାଣି, ଝାଡ଼ଖଣ୍ଡ ଟିମର ଅଧିନାୟକ ଦାୟିତ୍ୱ ତୁଲାଇବେ ଇଶାନ୍ କିଶନ

ରାଞ୍ଚି: ଦୀର୍ଘ ଦିନ ହେବ ଇଶାନ୍ କିଶନ ଭାରତୀୟ ଟିମରୁ ଦୂରେଇ ରହିଛନ୍ତି । ଅନେକ ଥର ତାଙ୍କୁ ଘରୋଇ କ୍ରିକେଟ ଖେଳିବା ପାଇଁ ପରାମର୍ଶ ଦିଆଯାଇଥିଲା କିନ୍ତୁ ସେ କେବଳ ଆଇପିଏଲରେ ନଜର ଆସିଥଲେ । ବର୍ତ୍ତମାନ ଇଶାନ୍ ନିଜ ମୁଡ୍ ବଦଳାଇଛନ୍ତି । ସେ ଝାଡ଼ଖଣ୍ଡ ପାଇଁ ଘରୋଇ କ୍ରିକେଟ୍ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅଗଷ୍ଟ ୧୫ରେ ଆରମ୍ଭ ହେବାକୁ ଥିବା ବୁଚି ବାବୁ ଟ୍ରଫି(Buchi Babu Trophy 2024)ରେ ସେ ଝାଡ଼ଖଣ୍ଡ ଦଳର ଅଧିନାୟକ ଦାୟିତ୍ୱ ତୁଳାଇବେ । କହିରଖୁଛୁ ଏହା ପୂର୍ବରୁ ଇଶାନ୍ ଅଣ୍ଡର-୧୯ ଭାରତୀୟ ଦଳ ପାଇଁ କ୍ୟାପଟେନ୍ ରହି ସାରିଛନ୍ତି ।

ଇଶାନ୍ କିଶନ୍ ଘରୋଇ କ୍ରିକେଟରେ ଫେରିବା ନେଇ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ ଆସୋସିଏସନକୁ ପୂର୍ବରୁ କହିଥିଲେ । ବର୍ତ୍ତମାନ ରଣଜୀ ଟ୍ରଫି ୨୦୨୪-୨୫ ସିଜିନ୍ ଖେଳିବା ସମ୍ଭାବନା ବୃଦ୍ଧି ପାଇଛି । ରେଡ୍ ବଲ୍ କ୍ରିକେଟରେ ଇଶନଙ୍କ ପ୍ରତ୍ୟାବର୍ତ୍ତନ ଏପରି ସମୟରେ ହୋଇଛି ଯେବେ ଆସନ୍ତା ମାସରେ ବାଂଲାଦେଶ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ୩ଟି ଦଳ ବିପକ୍ଷରେ ଭାରତକୁ ମୋଟ୍ ୧୦ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ହେବ । ଯଦି ଇଶାନ୍ ଆଗାମୀ ଘରୋଇ ସିଜିନରେ ଭଲ ପ୍ରଦର୍ଶନ କରନ୍ତି ତେବେ ଭାରତୀୟ ଟିମକୁ ଫେରିପାରନ୍ତି । ଗତ ବର୍ଷ ଇଶାନ୍ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଟିମ୍ ପାଇଁ ଟେଷ୍ଟ ଡେବୁ୍ୟ କରିଥିଲେ ।

Get real time updates directly on you device, subscribe now.