ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର କରାଯାଉଛି । ଇସ୍କନ ସହ ଜଡିତ ସନ୍ଥ ଏବଂ ସେମାନଙ୍କ ଅନୁସରଣକାରୀଙ୍କୁ ଖାସକରି ନିରାଶ କରାଯାଉଛି । ଗେରୁଆ ବସ୍ତ୍ର ପିନ୍ଧିବା ଏବଂ ମଥାରେ ତିଳକ ଲଗାଇବା ଲୋକଙ୍କ ପରିଚୟ ଖୁବଶୀଘ୍ର ମିଳିଯାଉଛି । ଏହାକୁ ଦେଖି ଇସ୍କନ କୋଲକାତା ବାଂଲାଦେଶରେ ନିଜର ସହଯୋଗୀ ଏବଂ ଅନୁସରଣକାରୀଙ୍କୁ ଖାସ ପରାମର୍ଶ ଦେଇଛି । ଇସ୍କନ କୋଲକାତା କହିଛି ଯେ, ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧିବାଠାରୁ ଦୂରେଇ ରୁହନ୍ତୁ, ତୁଳସୀ ମାଳା ଲୁଚାନ୍ତୁ, ତିଳକ ମଥାରୁ ପୋଛି ଦିଅନ୍ତୁ ଏବଂ ମୁହଁକୁ ଘୋଡଇ ରଖ, ଯାହା ଦ୍ୱାରା ବାଂଲାଦେଶରେ ଅଶାନ୍ତି-ଝଗଡ଼ାରୁ ସୁରକ୍ଷିତ ରହିପାରିବେ ।
ଇସ୍କନ କୋଲକାତାର ଉପାଧ୍ୟକ୍ଷ ରାଧାରମଣ ଦାସ କହିଛନ୍ତି ଯେ, ସନ୍ଥ ଏବଂ ସଦସ୍ୟମାନଙ୍କୁ ମୋର ପରାମର୍ଶ ମନ୍ଦିର ଏବଂ ଘର ଭିତରେ ନିଜ ଧର୍ମ ପାଳନ କରନ୍ତୁ । ବାହାରକୁ ବାହାରିବା ସମୟରେ ଅଧିକ ସାବଧାନ ରୁହନ୍ତୁ । ସେ କହିଛନ୍ତି, ‘ମୁଁ ସମସ୍ତ ସନ୍ଥ ଏବଂ ସଦସ୍ୟଙ୍କୁ ପରାମର୍ଶ ଦେଉଛି ଯେ, ଏହି ସଂକଟ ମୁହୂର୍ତ୍ତରେ ନିଜ ସୁରକ୍ଷା ପାଇଁ ସାବଧାନ ରୁହନ୍ତ ଏବଂ ସଂଘର୍ଷଠାରୁ ଦୂରେଇ ରୁହନ୍ତୁ । ମୁଁ ସେମାନଙ୍କୁ ଗେରୁଆ ବସ୍ତ୍ର ପିନ୍ଧିବା ଏବଂ ମଥାରେ ତିଳକ ଲଗାଇଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଉଛି । ଯଦି ଗେରୁଆ ବସ୍ତ୍ର ପିନ୍ଧିବାର ଆବଶ୍ୟକତା ରହୁଛି, ତେବେ ଏହି ବସ୍ତ୍ରକୁ ଭିତରେ ଲୁଚାଇ ପିନ୍ଧ । ଯାହାକି ବେକ ପର୍ଯ୍ୟନ୍ତ ନ ଦେଖାଯିବା ଆବଶ୍ୟକ । ଯଦି ସମ୍ଭବ ହେଉଛି ତେବେ ନିଜ ମୁଣ୍ଡକୁ ଘୋଡାଇ ବୁଲନ୍ତୁ । ଏପରି କରନ୍ତୁ, ଯେପରି ଆପଣ ସାଧୁ ଦେଖାଯିବେନି ।’