fbpx

ଇସ୍ରାଏଲ-ହମାସ ଯୁଦ୍ଧ: ହାମାସର ମୁଖ୍ୟ କମାଣ୍ଡର ନିହତ, ଆସନ୍ତାକାଲି ଗାଜାର ତେଲ୍ ଅବିବରେ ପହଞ୍ଚିବେ ଜୋ ବାଇଡେନ୍

ଓଡ଼ିଶା ଭାସ୍କର: ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ୧୧ତମ ଦିନରେ ଜାରି ରହିଛି। ଗତ ଅକ୍ଟୋବର ୭ ତାରିଖରେ ଗାଜା ଉପତ୍ୟକାରୁ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ହାମାସ ଦକ୍ଷିଣ ଇସ୍ରାଏଲ ଉପରେ ମାରାତ୍ମକ ଆକ୍ରମଣ କରିଥିଲା। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୪୨୦୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି। ବ୍ରିଟେନରେ ଥିବା ପାଲେଷ୍ଟାଇନ ମିଶନର ମୁଖ୍ୟ ହୁସାମ ଜୋମଲୋଟ୍ କହିଛନ୍ତି ଯେ ଗାଜାରେ ପ୍ରକୃତ ମୃତ୍ୟୁ ସଂଖ୍ୟା ବହୁତ ଅଧିକ କାରଣ ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କ ପାଖରେ ପହଞ୍ଚି ପାରି ନାହାନ୍ତି। ଏହି ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ସଂଘର୍ଷ ବଢିବାର ସମ୍ଭାବନା ସେ ପ୍ରକାଶ କରିଛନ୍ତି । ଏଭଳି ଆଶଙ୍କା ୧୦ରୁ ୯ଟି ବୋଲି ସେ କହିଛନ୍ତି। ଇସ୍ରାଏଲ ସେନା ଗାଜାରେ ସ୍ଥଳ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି ।

ଏହା ପୂର୍ବରୁ ଇସ୍ରାଏଲ ସେନା ଉତ୍ତର ଗାଜାରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଚେତାବନୀ ଦେଇଥିଲା। ଏହି କାରଣରୁ ବହୁ ସଂଖ୍ୟକ ବିସ୍ଥାପିତ ହୋଇଥିବା ଦେଖିବାକୁ ମିଳିଥିଲା। ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଲେବାନାନ ସୀମାରୁ ଉଗ୍ରବାଦୀ ସଂଗଠନ ହିଜବୁଲ୍ଲାର ସମର୍ଥନ ପାଉଛି ହମାସ । ହିଜବୁଲ୍ଲା ମଧ୍ୟ ଇସ୍ରାଏଲ ସୀମାରେ ବିକ୍ଷିପ୍ତ ଆକ୍ରମଣ କରୁଛି, ଯାହାର ଜବାବ ଇସ୍ରାଏଲ ସେନା ଦେଉଛି। ମଙ୍ଗଳବାର ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛି, “ଆଜି ଲେବାନନରୁ ଉତ୍ତର ଇସ୍ରାଏଲ ଆଡକୁ ଏକ ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି। ଏଥିରେ ଦୁଇ ଜଣ ଆଇଡିଏଫ୍ ସଂରକ୍ଷକ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ଅନ୍ୟପକ୍ଷରେ ଇସ୍ରାଏଲ କହିଛି ଯେ ଲେବାନନରୁ ସୀମା ଅତିକ୍ରମ କରୁଥିବା ୪ ଜଣ ଆତଙ୍କବାଦୀଙ୍କୁ ତାଙ୍କ ସେନା ନିପାତ କରିଛି। ସେପଟେ କିଛି ଦେଶ ମଧ୍ୟସ୍ଥତା କଥା କହୁଛନ୍ତି । ଭାରତ, ଆମେରିକା, ବ୍ରିଟେନ ଓ ୟୁକ୍ରେନ ଭଳି କିଛି ଦେଶ ଇସ୍ରାଏଲକୁ ସମର୍ଥନ କରିଛନ୍ତି। ଆମେରିକା ଏହି ଯୁଦ୍ଧରେ ବହୁତ ଆଗ୍ରହ ଦେଖାଉଛି । ଏହି ଯୁଦ୍ଧ ମଝିରେ ଏହାର ପ୍ରତିରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସ୍ରାଏଲ ଗସ୍ତ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ ହାମାସର ନୃଶଂସ ଆତଙ୍କବାଦୀ ଆକ୍ରମଣ ର ମୁକାବିଲା ପାଇଁ ସେ ବୁଧବାର ଇସ୍ରାଏଲ ଗସ୍ତ କରିବେ। ବାଇଡେନ୍ ସୋସିଆଲ ମିଡିଆରେ ନିଜର ଏକ ପୋଷ୍ଟ ଜରିଆରେ ଏକ ବଡ ବୟାନ ଦେଇଛନ୍ତି । ଇତିହାସ ଆମକୁ ବାରମ୍ବାର ଶିଖାଇଛି ଯେ ଇହୁଦ ବିରୋଧୀ, ଇସ୍ଲାମୋଫୋବିଆ ଏବଂ ସମସ୍ତ ଘୃଣା ଜଡ଼ିତ।

Get real time updates directly on you device, subscribe now.