fbpx
BSKY
BJD MC SKY
BJD MS SKY

BIG BREAKING ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଭୟଙ୍କର ଲଢ଼େଇ; ୩୦୦ ମୃତ

ଓଡ଼ିଶା ଭାସ୍କର: ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଭୟଙ୍କର ଲଢ଼େଇ, ୩୦୦ ମୃତ । ହମାସ୍‌ର ରକେଟ୍‌ ମାଡ଼ ପରେ ଇସ୍ରାଏଲର ପାଲଟା ଆକ୍ରମଣ । ଇସ୍ରାଏଲ୍‌ର ୧୦୦ ଓ ୨୦୦ ପାଲେଷ୍ଟେନୀୟଙ୍କ ମୃତ୍ୟୁ ସୂଚନା । ହାମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରକୁ ଏକାଧିକ ରକେଟ୍ ମାଡ଼ କରିବା ପରେ ଶନିବାର ଦିନ ଗାଜାରେ ଅତି କମ୍ରେ ୧୯୮ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ପାଲେଷ୍ଟାଇନ୍ ଏନ୍କ୍ଲଭ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ସେହିପରି ଶନିବାର ଠାରୁ ଆରମ୍ଭ ହୋଇଥିବା ହାମାସ ଆକ୍ରମଣରେ ୧୨୩ ଜଣ ଇସ୍ରାଏଲି ନିହତ ହୋଇଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତେନ୍ୟାହୁ କହିଛନ୍ତି ଯେ ଶନିବାର ଦିନ ଗାଜା ଉପତ୍ୟକାରୁ ଇସ୍ରାଏଲ ଉପରକୁ ରକେଟ୍ ମାଡ଼ ହେବା ପରେ ଇସ୍ରାଏଲ ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହାମାସ ସହିତ ଯୁଦ୍ଧ କରୁଛି। ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ ଇତିହାସରେ ପ୍ରଥମ ଥର ପାଇଁ ପାଲେଷ୍ଟାଇନ ଉଗ୍ରବାଦୀମାନେ ଇସ୍ରାଏଲ ଉପରେ ଆକାଶ ପଥ, ସମୁଦ୍ର ପଥ ଏବଂ ସ୍ଥଳପଥରେ ବଡ଼ ଧରଣର ଆକ୍ରମଣ କରିଥିଲେ ।

Get real time updates directly on you device, subscribe now.