fbpx

୨୦୨୨ରେ ଲେଜର ଓ୍ଵାଲ ତିଆରି କରିବ ଇସ୍ରାଏଲ, ମିସାଇଲ୍ ବି ପଶି ପାରିବ ନାହିଁ

ନୂଆଦିଲ୍ଲୀ: ବିଶ୍ଵରେ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଇସ୍ରାଏଲ ନିଜର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ଲାଗିଛି। ଅତ୍ୟାଧୁନିକ ମାରଣାସ୍ତ୍ର ତିଆରି ପାଇଁ ପରିଚିତ ଇସ୍ରାଏଲ ଆଗାମୀ ଗୋଟିଏ ବର୍ଷ ଭିତରେ ଲେଜର ଆଧାରିତ ମିସାଇଲ ଇଣ୍ଟରସ୍ପେଶନ ସିଷ୍ଟମ ପ୍ରସ୍ତୁତ କରିନେବ। ଏହି ସୂଚନା ଦେଇଛନ୍ତି ଖୋଦ୍ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେଫଟାଲି ବେନେଟ। ସେ ସମ୍ମିଳନୀରେ କହିଛନ୍ତି ଯେ, ଲେଜର ଓ୍ଵାଲ ମିସାଲଇ ହିଁ ରକେଟ୍, ଡ୍ରୋନ ହମଲା ସହିତ ଅନେକ ବିପଦରୁ ଇସ୍ରାଏଲକୁ ରକ୍ଷା କରିବ। ଏହି ଲେଜର ସିଷ୍ଟମ ପ୍ରସ୍ତୁତ କରୁଥିବା ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଦଳ ୨୦୨୪ ସୁଦ୍ଧା ଏହି ସିଷ୍ଟମ କାର‌୍ୟ୍ୟକାରୀ କରିବାକୁ ଯୋଜନା ରଖିଥିଲେ। ତେବେ ସେନା ଏହା ପୂର୍ବରୁ ଲାଗୁ କରିବାକୁ ଚାହୁଁଛି।

ପ୍ରଧାନମନ୍ତ୍ରୀ ବେନେଟ୍ କହିଛନ୍ତି, ପ୍ରଥମେ ଏହି ସିଷ୍ଟମର ପରୀକ୍ଷଣ କରାଯିବ। ସଫଳ ପରୀକ୍ଷଣ ପରେ ଏହାକୁ ଅପରେସନରେ ନିୟୋଜିତ କରାଯିବ। ସର୍ବପ୍ରଥମେ ଇସ୍ରାଏଲର ଦକ୍ଷିଣାଞ୍ଚଳରେ ଏହାକୁ ନିୟୋଜିତ କରାଯିବ। ପରବର୍ତ୍ତୀ ସମୟରେ ଦେଶର ଅନ୍ୟ ସ୍ଥାନରେ ଏହାକୁ ଅପରେସନରେ ରଖାଯିବ। ବେନେଟ୍ କହିଛନ୍ତି, ଲେଜର ବେସଡ ମିସାଇଲ ଇଣ୍ଟରସେପସନ ସିଷ୍ଟମ ପରେ ସମୀକରଣ ବହୁତ ବଦଳିଯିବ। ଆମର ବିରୋଧୀଙ୍କୁ ଏମିତି ସିଷ୍ଟମ ପ୍ରସ୍ତୁତ କରିବାରେ ବହୁତ ନିବେଶର ଆବଶ୍ୟକତା ରହିଛି, ମାତ୍ର ଅଳ୍ପ ବଜେଟରେ ଆମର କାମ ହୋଇଯିବ।

ବେନେଟ୍ କହିଛନ୍ତି, ଆଇରନ ଡ୍ରୋନର ପ୍ରତିଟି ଇଣ୍ଟରସେପଟର ପାଇଁ ବର୍ତ୍ତମାନ ସମୟରେ ବ୍ୟବହାର ହେବାକୁ ଥିବା ମିସାଇଲ ଡିଫେନ୍ସ ସିଷ୍ଟମର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ଆସିବ। ପ୍ରତିଟି ରକେଟକୁ ସାଧାରଣତଃ ଗୋଟିଏରୁ ଅଧିକ ଇଣ୍ଟରସେପଟରର ଆବଶ୍ୟକତା ରହିଛି। ଏମିତିରେ କିଛି ହଜାର ଟଙ୍କା ମୂଲ୍ୟରେ ଇଲେକ୍ଟ୍ରିକ ଯୁକ୍ତ ମିସାଇଲ କିମ୍ବା ରକେଟକୁ ମାରି ଖସାଇବା ସମ୍ଭବ ହେଲେ ଏହା ଆମ ବହୁତ ବଡ କଥା ବୋଲି ବେନେଟ୍ କହିଛନ୍ତି। ସେ ନିଜର ମିତ୍ର ଦେଶକୁ ଏହି ଲେଜର ଆଧାରିତ ମିସାଇଲ ଇଣ୍ଟରସ୍ପେଶନ ସିଷ୍ଟମ ବିକ୍ରି କରିବାକୁ ମନା କରି ନାହାନ୍ତି।

Get real time updates directly on you device, subscribe now.