fbpx
BJD
BJD SKY
BJD SKY

(video)ହମାସ୍ ଲାଗି କାଳ ସାଜିଛି ଇସ୍ରାଏଲ୍ ଏୟାରଫୋର୍ସ, ଆତଙ୍କବାଦୀଙ୍କ ଉପରେ ଖୋଜି ଖୋଜି କରୁଛି ବମ୍ ବର୍ଷା

ନୂୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ହମାସ୍ ପକ୍ଷରୁ ଶନିବାର ଇସ୍ରାଏଲ୍ ଉପରେ ରକେଟ୍ ମାଡ କରାଯିବା ପରେ ଏବେ ଇସ୍ରାଏଲ୍ ବାୟୁସେନା ଖୋଜି ଖୋଜି ହମାସର ସମସ୍ତ ଯୁଦ୍ଧ ଆଡ୍ଡାକୁ ନଷ୍ଟ କରିବାରେ ଲାଗିଛି ଓ ସମସ୍ତଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାକୁ ପ୍ରତିଜ୍ଞା କରିଛି ।

ଇସ୍ରାଏଲ୍ ବାୟୁସେନା କିଛି ସମୟ ପୂର୍ବରୁ ହମାସ ଆତଙ୍କବାଦୀଙ୍କ ଉପରେ ଫାଇଟର ଜେଟ୍‌ରେ କରିଥିବା କରିଥିବା ବମ୍ ବିସ୍ଫୋରଣର ଭିଡିଓ ସେୟାର କରିଛି । ଏହି ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ, କିପରି ଏକ ସ୍ଥାନରେ ଦୌଡି ପଳାୟନ କରୁଥିବା ଆତଙ୍କବାଦୀଙ୍କ ଉପରେ ବମ୍ ପକାଯାଉଛି ଓ ନିମିଷକ ମଧ୍ୟରେ ତାହାର ଅନ୍ତ ଘଟୁଛି । ସେହିପରି ହମାସ ଆତଙ୍କବାଦୀଙ୍କ ଏକ ଗାଡିକୁ ମଧ୍ୟ ବମ୍ ପକାଇ ଉଡାଇ ଦିଆଯାଉଛି । ବାୟୁସେନା ପକ୍ଷରୁ ହମାସ ଆତଙ୍କବାଦୀ ସଂଗଠନର ୧୦ଗୋଟି କ୍ୟାମ୍ପକୁ ଉଡାଇ ଦିଆଯାଇଛି । ଏବେ ଇସ୍ରାଏଲ୍ ବାୟୁସେନାର ଲକ୍ଷ୍ୟ ଗାଜାପଟ୍ଟୀରେ ହମାସ ଆତଙ୍କବାଦୀ ସଂଗଠନ ଦ୍ୱାରା ବ୍ୟବହାର ହେଉଥିବା ବହୁ ମହଲା କୋଠାକୁ ଧ୍ୱଂସ କରି ଆତଙ୍କୀ ସଂଗଠନକୁ ଦୂର୍ବଳ କରିଦେବା ।

ଇସ୍ରାଏଲ ବାୟୁସେନା ପକ୍ଷରୁ ଟ୍ୱିଟରରେ ସୂଚନା ଦିଆଯାଇଛି କି , ଏୟାରଫୋର୍ସ ଗାଜାପଟ୍ଟୀରେ ହମାସ ଆତଙ୍କବାଦୀ ସଂଗଠନର ଏକ ବଡ ଗଡ ଉପରେ ଆକ୍ରମଣ କରିଛି । ଆତଙ୍କୀ ସଂଗଠନ ଗାଜାପଟ୍ଟୀରୁ ଇସ୍ରାଏଲ୍ ନାଗରିକଙ୍କ ଉପରେ ଏହି ଗଡରୁ ଆତଙ୍କ ଜାରି ରଖିଥିଲା । ଏହାସହିତ ଇସ୍ରାଏଲ୍ ଏୟାରଫୋର୍ସ ପକ୍ଷରୁ ଆତଙ୍କୀ ସଂଗଠନ ସହ ସମ୍ବନ୍ଧିତ ଦୁଇ ଗୋଟି ବ୍ୟାଙ୍କ ଉପରେ ବି ବମ୍ ବିସ୍ଫୋରଣ କରି ଉଡାଇ ଦିଆଯାଇଛି । ଏହି ଦୁଇ ବ୍ୟାଙ୍କ ହେଉଛନ୍ତି ଇସଲାମିକ ନ୍ୟାସନାଲ ବ୍ୟାଙ୍କ ଓ ଫର୍ଷ୍ଟ ବ୍ୟାଙ୍କ ଯାହା ଆତଙ୍କୀ ସଂଗଠନକୁ ସହାୟତା ଯୋଗାଉଥିଲେ । ଇସ୍ରାଏଲ୍ ପ୍ରତିରକ୍ଷା ବଳ ପ୍ରବକ୍ତା କହିଛନ୍ତି ଗାଜା ମଧ୍ୟରେ ୪୦୦ରୁ ଅଧିକ ଆତଙ୍କବାଦୀଙ୍କ ହତ୍ୟା କରାଯାଇ ସରିଲାଣି ଓ କିଛି ଆତଙ୍କବାଦୀଙ୍କୁ ବନ୍ଧକ ବି ରଖାଯାଇଛି ।

Get real time updates directly on you device, subscribe now.