ଭୟଙ୍କର ରୂପ ନେଉଛି ଇରାନ-ଇସ୍ରାଏଲ ଯୁଦ୍ଧ, ଆମେରିକା ସାହାସରେ ଇସ୍ରାଏଲ ବଳିୟାନ

ଇସ୍ରାଏଲ ଆକ୍ରମଣରେ ଇରାନର ୧୦୦୦ ଲୋକ ମୃତ!

ଇରାନ: ଭୟଙ୍କର ରୂପ ନେଉଛି ଇରାନ-ଇସ୍ରାଏଲ ଯୁଦ୍ଧ। ଯୁଦ୍ଧ ବନ୍ଦ କରିବାକୁ ଆମେରିକା ଇରାନ ଉପରେ ଆକ୍ରମଣ କରିଥିବା ବେଳେ, ଯୁଦ୍ଧରୁ ବିରତ ରହିବା ପରିବର୍ତ୍ତେ ଅଧିକ ଆକ୍ରମଣାତ୍ମକ ହୋଇ ପଡିଛି ଇରାନ।

ଯାହାର ଶିକାର ହେଉଛନ୍ତି ସାଧାରଣ ଲୋକ। ଇରାନ ଓ ଇସ୍ରାଏଲ ଯୁଦ୍ଧ ଭିତରେ ବଳି ପଡିଯାଇଛନ୍ତି ସ୍ଥାନୀୟ ଲୋକ। କାରଣ ଇସ୍ରାଏଲ ଏବେ ଆମେରିକା ସାହାସରେ ଇରାନ ଉପରେ ତୀବ୍ରତର ଆକ୍ରମଣ କରିବା ଆରମ୍ଭ କରିଛି।

ଯାହା ଫଳରେ ଇରାନରେ ୯୫୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ଭୟଙ୍କର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ। ଉଭୟ ଇରାନ ଓ ଇସ୍ରାଏଲ ମୁହାଁମୁହିଁ ହୋଇଛନ୍ତି।

ଇସ୍ରାଏଲ ଆକ୍ରମଣରେ ଇରାନର ୯୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୩ ହଜରା ୪୫୦ରୁ ଅଧିକ ସାଧାରଣ ଲୋକ ଆହତ ହୋଇଛନ୍ତି। ତେଣୁ କଳ୍ପନା କରାଯାଉଛି ଏହା ତୃତୀୟ ବିଶ୍ୱଯୁଦ୍ଧର ରୂପ ନେଇପାରେ।