ଆଜି ଅନ୍ତରୀକ୍ଷକୁ ଦୁଇଟି ସ୍ପେଶକ୍ରାପ୍ଟ ଉତକ୍ଷେପଣ କରିବ ଇସ୍ରୋ
ଲଞ୍ଚିଂ ପାଇଁ ଆଜି ରାତି ୯ଟା ୫୮ ମିନିଟକୁ ସ୍ଥିର କରାଯାଇଛି; ଏହି ସମୟରେ ପିଏସଏଲଭି-ସି୬୦ ରକେଟ ସାହାଯ୍ୟରେ ଏହି ଦୁଇ ମିଶନ ଲଞ୍ଚ କରାଯିବ
ନୂଆଦିଲ୍ଲୀ- ନୂଆବର୍ଷ ୨୦୨୫ ଆରମ୍ଭ ହେବାକୁ ମଝିରେ ଆଉ ଗୋଟିଏ ଦିନ । ପୁରୁଣା ବର୍ଷ ସରିବା ଆଗରୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଅନ୍ତରୀକ୍ଷରେ ଏକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି । ବର୍ଷ ସରିବା ଆଗରୁ ଇସ୍ରୋ ସ୍ପେଶ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ ଲଞ୍ଚ କରିବାକୁ ଯାଉଛି ।
ଏହି ଲଞ୍ଚିଂ ପାଇଁ ଆଜି ରାତି ୯ଟା ୫୮ ମିନିଟକୁ ସ୍ଥିର କରାଯାଇଛି । ଏହି ସମୟରେ ପିଏସଏଲଭି-ସି୬୦ ରକେଟ ସାହାଯ୍ୟରେ ଏହି ଦୁଇ ମିଶନ ଲଞ୍ଚ କରାଯିବ ।
ଏହି ଲଞ୍ଚିଂ ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟ୍ଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ କରାଯିବ । ଏପିଏସଏଲଭି-ସି୬୦ ରକେଟ ସାହାଯ୍ୟରେ ଦୁଇ ସ୍ପେଶକ୍ରାପ୍ଟକୁ ଉତକ୍ଷେପଣ କରାଯିବ । ପ୍ରଥମଟି ଇନସ୍ପେଶ ଡକିଂ ସିଷ୍ଟମ । ଏହା ୨୨୦ କିଲୋର ଚେଜର ଓ ଟାର୍ଗେଟ ସ୍ପେଶକ୍ରାକୁ ମହାକାଶରେ ସଂଯୋଗ କରିବ ଇସ୍ରୋ ।
ଏହା ମାଟିରୁ ୪୭୦ କିମି ଉଚ୍ଚରେ କାମ କରିବ । ଏକ ବୃତ୍ତାକାର କକ୍ଷରେ ଦୁଇଟି ଯାକ ସ୍ପେଶକ୍ରାପ୍ଟ ବୁଲିବା ସହ ଡକିଂ, ଅନଡକିଂ କାମ କରିବ । ଦୁଇ ସ୍ପେଶକ୍ରାପ୍ଟ ମଧ୍ୟରେ ଅନଡକ ଆଗରୁ ବୈଦ୍ୟୁତିକ ଚାର୍ଜ ଆଦାନପ୍ରଦାନ କରିବ ।
ଇସ୍ରୋର ଏହି ଅଭିଯାନ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଣସ ପର୍ଯ୍ୟବେଷିତ । ମିଶନ ସଫଳ ହେବା ପରେ ଭାରତ ଅନ୍ତରୀକ୍ଷରେ ଡକିଂ କରିବାରେ ୪ର୍ଥ ରାଷ୍ଟ୍ରର ମାନ୍ୟତା ହାସଲ କରିବ । ଏହା ପୂର୍ବରୁ ଆମେରିକା, ରୁଷ ଓ ଚୀନ ଡକିଂ କରିଛନ୍ତି ।
ଏହି ମିଶନ ଆଗାମୀ ଦିନରେ ଚନ୍ଦ୍ରାୟନ-୪ ଓ ଅନ୍ତରୀକ୍ଷ ସ୍ପେଶ ଷ୍ଟେଶନ ସ୍ଥାପନରେ ସହାୟକ ହେବ ।
୨୦୩୫ ସୁଦ୍ଧା ମହାକାଶରେ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ନିର୍ମାଣ ପାଇଁ ଟାର୍ଗେଟ ରହିଛି । କେବଳ ଏତିକି ନୁହେଁ, ପିଏସଏଲଭି-ସି୬୦ ରକେଟର ଚତୁର୍ଥ ଷ୍ଟେଜ ପଏମ୍-୪ ମଡ୍ୟୁଲରେ ୨୪ଟି ପେଲୋଡ୍ ମହାକାଶକୁ ପଠାଇବ ଇସ୍ରୋ।
ଏହି ଯନ୍ତ୍ର ଗୁଡ଼ିକ ସହାୟତାରେ ମହାକାଶରେ ଝୁଡ଼ଙ୍ଗ ମଞ୍ଜି ଗଜା କରାଯିବ, ପାକସ୍ଥଳୀ ଓ ଅନ୍ତନଳୀର ଜୀବାଣୁ ବଂଶବୃଦ୍ଧି ଅନୁଧ୍ୟାନ କରାଯିବ, ଶାଗ ପତ୍ରରେ ଉଦ୍ଭିଦ କୋଷର ବିକାଶ ଅନୁଧ୍ୟାନ କରାଯିବ। ଏଥିସହ ପଏମ୍ ଏକ୍ସପେରିମେଣ୍ଟରେ ୱାକିଂ ରୋବଟ୍ ଆର୍ମ ଏବଂ ମହାକାଶରୁ ବର୍ଜ୍ୟ ସଂଗ୍ରହ ପାଇଁ ରୋବଟ୍ ମଧ୍ୟ ପରୀକ୍ଷଣ କରାଯିବ