ISRO-VSSC ନିଯୁକ୍ତି ୨୦୨୪: ୫୮୫ଟି ପଦ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ବିକ୍ରମ ସରାଭାଇ ମହାକାଶ କେନ୍ଦ୍ର (ଭିଏସଏସସି) ପକ୍ଷରୁ ଅନେକ ପଦ ପୂରଣ ପାଇଁ ନୋଟିଫିକେସନ ଜାରି କରାଯାଇଛି । ମୋଟ ୫୮୫ଟି ପଦ ପୂରଣ ହେବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଅକ୍ଟୋବର ୨୮ ଆବେଦନର ଅନ୍ତିମ ତାରିଖ ରହିଛି । ପ୍ରାର୍ଥୀମାନେ ପ୍ରାସଙ୍ଗିକ ବିଭାଗରେ ଡିଗ୍ରୀ / ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ ।

ଚଳିତ ବର୍ଷ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୬ ବର୍ଷ ଓ ସର୍ବାଧିକ ବୟସ ୪୫ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ୨୭୩ଟି ଗ୍ରାଜୁଏଟ ଆପ୍ରେଣ୍ଟିସ ଓ ୩୧୨ଟି ଟେକ୍ନିସିଆନ ଆପ୍ରେଣ୍ଟିସ୍ ପଦ ଖାଲି ରହିଛି । ଗ୍ରାଜୁଏଟ ଆପ୍ରେଣ୍ଟିସଙ୍କୁ ୯ ହଜାର ଟଙ୍କାର ଷ୍ଟାଇପେଣ୍ଡ ଓ ଟେକ୍ନିସିଆନ ଆପ୍ରେଣ୍ଟିସଙ୍କୁ ୮ ହଜାର ଟଙ୍କାର ଷ୍ଟାଇପେଣ୍ଡ ପ୍ରଦାନ କରାଯିବ । ଅଣସଂରକ୍ଷିତ, ଅନ୍ୟ ପଛୁଆ ବର୍ଗ (ଓବିସି), ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ଅନେକ ପଦ ସଂରକ୍ଷିତ ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://portal.mhrdnats.gov.in/boat/login/user_login.action

ନୋଟିଫିକେସନ ଲିଙ୍କ: https://www.vssc.gov.in/assets/img/PDF/Recruitment/Advertisement231024.pdf