fbpx

Breaking News; ସଫଳ ହେଲା ଇସ୍ରୋର ‘ସୋଲାର ମିସନ୍’: ସୌରପୃଷ୍ଠରେ ପାଦ ଥାପିଲା Aditya L1

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ବଡ଼ ସଫଳତା ପରେ ସୌରପୃଷ୍ଠରେ ମଧ୍ୟ ଇତିହାସ ରଚିଛି ଇସ୍ରୋ । ଭାରତର ସୋଲାର ମିଶନ୍ ଏବେ ସଫଳତା ହାସଲ କରିଛି । ଧାର୍ଯ୍ୟ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ନୂଆ ଇତିହାସ ସୃଷ୍ଟି କରିଛି ଇସ୍ରୋର Aditya L1 । ସୂର୍ଯ୍ୟଙ୍କ ଅନୁଧ୍ୟାନ କରିବା ପାଇଁ ଭାରତ ପଠାଇଥିବା ସୋଲାର ମିସନ୍ ‘Aditya L1’ ନିଜ ଲକ୍ଷ୍ୟସ୍ଥଳରେ ସଫଳତାର ସହ ପାଦ ଦେଇଛି । ତେବେ ସୌର ଦୁନିଆରେ ପହଞ୍ଚିବା ପରେ ଏବେ ସୂର୍ଯ୍ୟଙ୍କ ଗତିବିଧି ଉପରେ ତଥ୍ୟ ପଠାଇବ ଇସ୍ରୋର ସୋଲାର ମିସନ୍ ।

ISRO ଲଞ୍ଚ୍ କରିଥିବା ଏହି ଅନ୍ତରୀକ୍ଷ ଯାନ ପୃଥିବୀରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂର ସୂର୍ଯ୍ୟ-ପୃଥିବୀ ପ୍ରଣାଳୀ ‘ଲାଙ୍ଗ୍ରେଜ ପଏଣ୍ଟ (L1)ର ନିକଟସ୍ଥ ଏକ ପ୍ରଭାମଣ୍ଡଳ କକ୍ଷରେ ପହଞ୍ଚିଛି । ତେବେ ଏଲ୧ ପଏଣ୍ଟ ପୃଥିବୀ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ଥିବା ମୋଟ ଦୂରତାର ମାତ୍ର ୧ ପ୍ରତିଶତ ବୋଲି ଜଣାଯାଇଛି । ତେବେ ଏ ନେଇ ଇସ୍ରୋ ଅଧିକାରୀ କହିଛନ୍ତି ଯେ, ଏଲ ୧ ପଏଣ୍ଟର ଚତୁପାଶ୍ୱର୍ରେ ପ୍ରଭାମଣ୍ଡଳ କକ୍ଷରେ ଉପଗ୍ରହ ଦ୍ୱାରା ଲଗାତାର ନଜର ରଖାଯାଇପାରିବ । ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଯେଉଁ ସ୍ଥାନରେ ମାଧ୍ୟାକର୍ଷଣ ନିଷ୍କ୍ରିୟ ହୋଇଯାଏ, ତାହାକୁ ‘ଲାଗ୍ରେଞ୍ଜ ପଏଣ୍ଟ’ ବୋଲି କୁହାଯାଇଛି । ଇସ୍ରୋର ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (PSLV-C57) ସେପ୍ଟେମ୍ବର ୨ ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟର (SDSC) ର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ Aditya L1 କୁ ସଫଳତାର ସହ ଲଞ୍ଚ କରିଥିଲା ।

ପୃଥିବୀଠାରୁ ପ୍ରାୟ ୧.୫ ନିୟୁତ କିଲୋମିଟର ଦୂରରେ ଥିବା ‘L1’ (ସୂର୍ଯ୍ୟ-ପୃଥିବୀ ଲାଗ୍ରେଞ୍ଜ ପଏଣ୍ଟ) ରେ ସୌର ପବନର ପ୍ରକୃତ ପର୍ଯ୍ୟବେକ୍ଷଣ କରିବା ପାଇଁ ‘Aditya L1’ ଡିଜାଇନ୍ କରାଯାଇଛି । ସୌର ବାତାବରଣର ଗତିଶୀଳତା, ସୂର୍ଯ୍ୟଙ୍କ ଉତ୍ତାପ, ସୌର ଭୂକମ୍ପ କିମ୍ବା ସୂର୍ଯ୍ୟପୃଷ୍ଠରେ ‘କରୋନାଲ ମାସ ନିର୍ଗମନ’ (CME), ସୌର ପ୍ରଜ୍ୱଳିତ କାର୍ଯ୍ୟକଳାପ ଏବଂ ସେଗୁଡ଼ିକର ବିଶେଷତ୍ୱ ଅଧ୍ୟୟନ କରିବା ତଥା ପୃଥିବୀ ନିକଟବର୍ତ୍ତୀ ସ୍ଥାନରେ ପାଣିପାଗ ସମ୍ବନ୍ଧୀୟ ସମସ୍ୟାଗୁଡିକ ବୁଝିବା ଏହି ମିଶନର ମୂଳ ଉଦ୍ଦେଶ୍ୟ । ତେବେ ଚନ୍ଦ୍ରଯାନ-୩ର ଅପୂର୍ବ ସଫଳତା ପରେ ଇସ୍ରୋ Aditya L1 ଭାବରେ ଆଉ ଏକ ସଫଳତା ହାସଲ କରିଛି ।

Get real time updates directly on you device, subscribe now.