fbpx

ଏହି ଦିଗରେ ଶୁଆ ରଖିବା ଶୁଭ ଅଟେ, ବୃଦ୍ଧି ପାଇଥାଏ ଘରର ସୁଖ ସମୃଦ୍ଧି

ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ରରେ ଶୁଆକୁ ଏକ ଶୁଭ ପକ୍ଷୀ ଭାବେ ବିବେଚିତ କରାଯାଇଛି । ଶୁଆ ପାଳିବା ଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । କିନ୍ତୁ ଶୁଆ ପାଳିବା ସମୟରେ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ଏହା ଦ୍ୱାରା ଘରେ ସକାରାତ୍ମକତାର ବୃଦ୍ଧି ହୋଇଥାଏ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ ଯେ ଶୁଆ ପାଳିବା ପାଇଁ ମଧ୍ୟ ବାସ୍ତୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ ।

୧. ଏକାଗ୍ରତା ବୃଦ୍ଧି ପାଇଥାଏ: ଯେଉଁ ଘରେ ଅଧ୍ୟୟନ କରୁଥିବା ଛୋଟ ପିଲାମାନେ ଅଛନ୍ତି ସେମାନଙ୍କୁ ଶୁଆ ନିଶ୍ଚିତ ପାଳିବା ଉଚିତ । ଏହା ପିଲାଙ୍କ ଏକାଗ୍ରତା ବୃଦ୍ଧି କରିଥାଏ ଏବଂ ସ୍ମରଣଶକ୍ତିକୁ ପ୍ରଖର କରିବାରେ ସହାୟକ ହୋଇଥାଏ । ଫଳରେ ପାଠପଢ଼ା ପ୍ରତି ପିଲାମାନେ ଧ୍ୟାନ ଦେଇଥାନ୍ତି ।

୨. ଶୁଆକୁ ସବୁଜ ଜିନିଷ ଖାଇବାକୁ ଦିଅନ୍ତୁ: ଆପଣଙ୍କ ଘରେ ଶୁଆ ଥିଲେ ସେମାନଙ୍କ ଖାଦ୍ୟପେୟର ବିଶେଷ ଧ୍ୟାନ ରଖନ୍ତୁ । ସେମାନଙ୍କୁ ଅଧିକରୁ ଅଧିକ ସବୁଜ ଜିନିଷ ଖାଇବାକୁ ଦିଅନ୍ତୁ । ଏହା ଦ୍ୱାରା ସେମାନେ ଖୁସି ହେଲେ ଘରେ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ ଘରର ସୁଖ, ଶାନ୍ତି, ସମୃଦ୍ଧି ବୃଦ୍ଧି ପାଇଥାଏ । ସେହିପରି ଶୁଆ ରୁଷିଗଲେ କିମ୍ବା ରାଗିଗଲେ ଘରେ ନକାରାତ୍ମତା ବୃଦ୍ଧି ପାଇଥାଏ । ଏହା ଶୁଭ ସଂକେତ ନୁହେଁ ।

୩. ଗୋଟିକିଆ ଶୁଆ ରଖନ୍ତୁ ନାହିଁ: ଗୋଟିଏ ଶୁଆକୁ କେବେ ବି ପାଳିବା ଉଚିତ ନୁହେଁ । ସବୁବେଳେ ଯୋଡ଼ିରେ ଶୁଆ ରଖନ୍ତୁ । ଏହା ଦ୍ୱାରା ଦାମ୍ପତ୍ୟ ଜୀବନରେ ପ୍ରେମ ବୃଦ୍ଧି ପାଇଥାଏ ।

୪. ଶୁଆକୁ ରଖିବାର ଦିଗ: ବାସ୍ତୁ ଶାସ୍ତ୍ରରେ ଦିଗର ବିଶେଷ ମହତ୍ୱ ରହିଛି । ତେଣୁ ସବୁବେଳେ ଶୁଆ ଥିବା ପିଞ୍ଜରାକୁ ପୂର୍ବ କିମ୍ବା ଉତ୍ତର ଦିଗରେ ରଖିବା ଶୁଭ ହୋଇଥାଏ । ଏହି ଦିଗ ଭଗବାନ କୁବେର ଏବଂ ମାତା ଲକ୍ଷ୍ମୀଙ୍କ ବାସ ସ୍ଥାନ । ତେଣୁ ଏହି ଦିଗରେ ଶୁଆ ରହିଲେ ଘରେ ଅର୍ଥାଭାବ ଦେଖାଯାଇନଥାଏ । ଘରର ସୁଖ ଶାନ୍ତି ମଧ୍ୟ ବୃଦ୍ଧି ପାଇଥାଏ ।

 

Get real time updates directly on you device, subscribe now.