fbpx

ଅଜବଗଜବ ପରମ୍ପରା, ଯେଉଁଠାରେ ବିବାହ ପାଇଁ ପୁରୁଷଙ୍କଠାରୁ ମାଡ଼ ଖାଇଥାନ୍ତି ମହିଳା

ବିଶ୍ୱର ବିଭିନ୍ନ ସ୍ଥାନରେ ଆଜି ବି ଅଜବଗଜବ ପରମ୍ପରା ରହିଛି । ବିଜ୍ଞାନ ଯେତେ ଆଗକୁ ଦୌଡ଼ୁଥିଲେ ମଧ୍ୟ ପରମ୍ପରା ଉପରେ କୌଣସି ପ୍ରଭାବ ପକାଇପାରିନି । ଯେତେବେଳେକି ଲୋକେ ଚନ୍ଦ୍ରରେ ଘର କରିବାକୁ ପ୍ରସ୍ତୁତ ହେଲେଣି, ସେହି ପିଢ଼ିରେ କିଛି ଲୋକ ପରମ୍ପରା ନାଁରେ ବିବାହ ପାଇଁ ରକ୍ତାକ୍ତ ହେଉଛନ୍ତି ତ ଆଉ କେଉଁଠି ପୁରୁଷତ୍ୱ ପ୍ରମାଣ କରିବାକୁ ପଶୁର ରକ୍ତ ମଧ୍ୟ ପିଉଛନ୍ତି । ଆଜି ଆମେ ଏପରି ଆଫ୍ରିକାନ ଜନଜାତି ବାବଦରେ କହିବୁ, ଯେଉଁଠାରେ ମହିଳାମାନେ ନିର୍ଦ୍ଦୟ ଭାବେ ମାଡ଼ ଖାଇଥାନ୍ତି । ତଥାପି ସେମାନେ ଏହାକୁ ସେମାନଙ୍କର ଗର୍ବ ବୋଲି ଭାବନ୍ତି ।

ହୈମର ଟ୍ରାଇବର ଲୋକଙ୍କ ମଧ୍ୟରେ ଥିବା ଅଜବଗଜବ ପରମ୍ପରା ମଧ୍ୟରୁ ଏକ ପରମ୍ପରା ହେଉଛି ଉକୁଲି ତୁଲା । ଏହି ପରମ୍ପରା ଅନୁସାରେ ବିବାହର ବୟସ ହେବା ପରେ ପୁରୁଷ ଓ ମହିଳାଙ୍କୁ ଏହାର ପ୍ରମାଣ ଦେବାକୁ ପଡ଼ିଥାଏ । ଏଥିରେ ମହିଳାଙ୍କୁ ଖୁବ୍ ମାଡ଼ ମଧ୍ୟ ମରାଯାଇଥାଏ । ଯେମିତିକି ପୁଅମାନେ ପଶୁଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେଲେ ବିବାହ କରିପାରିବେ ନାହିଁ । ସେହିଭଳି ଯେଉଁ ମହିଳାଙ୍କୁ ଚାପୁଡ଼ା ମରାଯାଏ, ଆଉ ସେ ଯଦି କାନ୍ଦନ୍ତି ତେବେ ସେ ବିବାହ କରିପାରିବେ ନାହିଁ ।

ଆସନ୍ତୁ ଏହି ଅଜବ ପ୍ରଥା ବିଷୟରେ ଅଧିକ ଜାଣିବା । ବିବାହ ପାଇଁ ଯେଉଁ ମହିଳାଙ୍କୁ ଡକାଯାଇଥାଏ, ତାଙ୍କୁ ମାଡ଼ ମାରିବା ପାଇଁ ଏକ ଗ୍ରୁପ ଆସିଥାନ୍ତି । ଯାହାକୁ ମାଜା କୁହାଯାଏ । ସେମାନେ ସେହି ମହିଳାଙ୍କୁ ଠେଙ୍ଗାରେ ମାଡ଼ ମାରିବା ଆରମ୍ଭ କରିଥାନ୍ତି । ଏହି ସମୟରେ ସେମାନେ କଷ୍ଟରେ କାନ୍ଦି ପାରିବେ ନାହିଁ କି ସେଠାରୁ ଦୌଡ଼ି ଯାଇପାରିବେ ନାହିଁ । ମହିଳାମାନେ ଏହି ମାଡ଼କୁ ସହ୍ୟ କରିଥାନ୍ତି । ଯେଉଁ ମହିଳାଙ୍କୁ ମାଡ଼ ମରାଯାଏ ନାହିଁ, ସେ ମାଡ଼ ଖାଇବାକୁ ଭିକ ମାଗିଥାନ୍ତି ।

ଏହି ପ୍ରକ୍ରିୟାରେ ଯେଉଁ ମହିଳାଙ୍କୁ ଅଧିକ ମାଡ଼ ମରାଯାଇଥାଏ ଏବଂ ସେ ଏହାକୁ ସହ୍ୟ କରିଥାନ୍ତି, ତାଙ୍କୁ ଆଗ ବିବାହ କରାଇ ଦିଆଯାଏ । ଯଦି ଆପଣ ଭାବୁଥିବେ ଏତେ ମାଡ଼ ପରେ ଜୀବନରେ ସୁଖ ରହିଛି । ତେବେ ଏହା ଭୁଲ ଭାବୁଛନ୍ତି । ଯେତେବେଳେ ଯାଏ ମହିଳା ଦୁଇଟି ସନ୍ତାନ ଜନ୍ମ ଦେଇନାହାନ୍ତି ସେ ଯାଏ ପରମ୍ପରା ନାଁରେ ଖୁବ୍ ମାଡ଼ ମରାଯାଇଥାଏ । ସବୁଠୁ ବଡ଼ କଥା ହେଉଛି କୌଣସି କାରଣ ନଥାଇ ପୁରୁଷ ମହିଳାଙ୍କୁ ମାଡ଼ ମାରିଥାନ୍ତି । ମହିଳାଙ୍କ ପିଠିରେ ମାଡ଼ର ଦାଗକୁ ସେମାନେ ଗର୍ବ ବୋଲି ଭାବନ୍ତି । ଏହି ଜନଜାତିରେ ପୁରୁଷଙ୍କୁ ଦ୍ୱିତୀୟ ବିବାହ ପାଇଁ ମଧ୍ୟ ଅନୁମତି ରହିଛି ।

Get real time updates directly on you device, subscribe now.