fbpx

X, Youtube ଓ ଟେଲିଗ୍ରାମକୁ ନୋଟିସ୍ ପଠାଇଲା ଆଇଟି ମନ୍ତ୍ରଣାଳୟ: ଜାଣନ୍ତୁ କ’ଣ ରହିଛି ମାମଲା

ନୂଆଦିଲ୍ଲୀ: ଇଣ୍ଟରନେଟରେ ଶିଶୁ ଯୌନ ଶୋଷଣ ସହ ଜଡିତ ମାମଲାକୁ ନେଇ ଭାରତ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବୈଦ୍ୟୁତିକ ଏବଂ ଆଇଟି ମନ୍ତ୍ରଣାଳୟର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଯଦି କୌଣସି ପ୍ରକାର ଅପରାଧିକ ତଥା କ୍ଷତିକାରକ ବିଷୟବସ୍ତୁ ମିଳିବା ପରେ ବି ସଂପୃକ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ଧାରା ୭୯ ଅନୁଯାୟୀ ସେମାନଙ୍କ ସୁରକ୍ଷା ପ୍ରତ୍ୟାହାର କରିବେ ।

ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏକ୍ସ, ୟୁଟ୍ୟୁବ ଏବଂ ଟେଲିଗ୍ରାମକୁ ଏକ ନୋଟିସ ଜାରି କରାଯାଇଛି, ଯେଉଁଥିରେ ସେମାନଙ୍କୁ ଶିଶୁମାନଙ୍କ ଯୌନ ଶୋଷଣ କଣ୍ଟେଣ୍ଟକୁ ସେମାନଙ୍କ ପ୍ଲାଟଫର୍ମରୁ ହଟାଇବାକୁ ଚେତାବନୀ ଦିଆଯାଇଛି ।

ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଏପରି ବ୍ୟବସ୍ଥା କରିବା ଉଚିତ, ଯେଉଁଥିରେ ଶିଶୁ ଯୌନ ଶୋଷଣ ସହ ଜଡିତ ବିଷୟବସ୍ତୁ ସ୍ୱୟଂଚାଳିତ ଭାବରେ ଚିହ୍ନଟ ହୋଇ ବ୍ଲକ ହୋଇଯିବ । ଏଥିପାଇଁ ଆପଣଙ୍କର ଆଲଗୋରିଦମକୁ ପରିବର୍ତ୍ତନ କରନ୍ତୁ ଏବଂ ଆପଣଙ୍କର ରିପୋର୍ଟ ପ୍ରଣାଳୀକୁ ମଧ୍ୟ ବଦଳାନ୍ତୁ ।

ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଯଦି ଏହି ନିର୍ଦ୍ଦେଶଗୁଡିକ ପାଳନ କରାଯାଏ ନାହିଁ, ତେବେ ଏହା ଆଇଟି ଆକ୍ଟ ୨୦୨୧ ର ନିୟମ ୩ (୧) (ଖ) ଏବଂ ନିୟମ ୪ (୪) କୁ ଉଲ୍ଲଂଘନ ହୋଇଛି ବୋଲି ଧରାଯିବ । ଯଦି ଏହା କରାଯାଇଥାଏ, ତେବେ ଆଇଟି ଆକ୍ଟର ଧାରା ୭୯ ଅନୁଯାୟୀ ସେମାନଙ୍କୁ ଆଇନଗତ ଦାୟିତ୍ୱରୁ ରକ୍ଷା କରୁଥିବା ସିକ୍ୟୁରିଟି ପ୍ରତ୍ୟାହାର କରାଯିବ ।

Get real time updates directly on you device, subscribe now.