(Video) ଗବେଷଣାରୁ ଭାଇରସର ପର୍ଦ୍ଦାଫାଶ! ବିଶ୍ୱରେ ଆତଙ୍କରାଜ ପାଇଁ ଚୀନ ହିଁ ବାହାର କରିଥିଲା ଏହି ମହାମାରୀ

ନୂଆଦିଲ୍ଲୀ: ଗବେଷଣାରୁ ଚୀନର ଏକ କଳା କାରନାମା ଉପରୁ ଉଠିଛି ପରଦା । ସାରା ବିଶ୍ୱରେ ଆତଙ୍କ କେଳାଇବା ପାଇଁ ଚୀନ କରିଥିବା ସାଜିସ ଏବେ ଲୋକଲୋଚନକୁ ଆସି ସାରିଛି । ଏକ ଭାଇରସକୁ ସାରା ବିଶ୍ୱରେ ସଂକ୍ରମଣ କରି ଆତଙ୍କ କେଳାଇବା ପାଇଁ ଚେଷ୍ଟା କରୁଥିଲା ଚୀନ । ଯେଉଁ ମାମଲାର ଏବେ ପର୍ଦ୍ଦାଫାଶ ହୋଇଛି । ଚୀନର ଜଣେ ଗବେଷକ ନିଜେ ଏ ନେଇ ସୂଚନା ଦେଇଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ଉହାନ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିର ଜନୈକ ଗବେଷକ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ସାରା ବିଶ୍ୱକୁ କବଳିତ କରିଥିବା କରୋନା ଭାଇରସର ଉତ୍ପତ୍ତି ବିଷୟରେ ସେ ଏକ ବଡ ଖୁଲାସା କରିଛନ୍ତି । ତାଙ୍କ କହିବା ଅନୁସାରେ, ଏହି ଭାଇରସ କେବେ ପ୍ରାକୃତିକ ଭାବେ ସୃଷ୍ଟି ହୋଇ ନ ଥିଲା। ବରଂ ସାରା ବିଶ୍ୱରେ ଆତଙ୍କ ଖେଳାଇବା ପାଇଁ ଚୀନର ଏହା ଥିଲା ଏକ ମାଷ୍ଟରପ୍ଲାନ । ତେଣୁ ଏହି ମହାମାରୀ ଭୂତାଣୁକୁ ଜୈବାସ୍ତ୍ର ଭାବରେ ନିଜ ବିଜ୍ଞାନାଗାରରେ ଚୀନ ସୃଷ୍ଟି କରିଥିଲା। ସେହି ସମୟରେ ଗବେଷକଙ୍କର ସହକର୍ମୀ ମାନଙ୍କୁ ଭୂତାଣୁର ଚାରୋଟି ଷ୍ଟ୍ରେନ୍ ଦିଆଯାଇଥିଲା ଏବଂ ସେଗୁଡିକ ମଧ୍ୟରୁ କେଉଁ ଷ୍ଟ୍ରେନ ଶୀଘ୍ର ସଂକ୍ରମଣ କରିପାରିବ ତାହା ପରୀକ୍ଷା କରିବା ପାଇଁ କୁହାଯାଇଥିଲା। ଗବେଷକ ଜଣକ କରୋନା ଭୂତାଣୁକୁ ଏକ ଜୈବାସ୍ତ୍ର ବୋଲି ଅଭିହିତ କରିଛନ୍ତି।

ସେ କହିଛନ୍ତି ଯେ, ଉହାନରେ ୨୦୧୯ ମିଲିଟାରି ୱାର୍ଲଡ ଗେମରେ ତାଙ୍କର ଅନେକ ସହକର୍ମୀ ନିଖୋଜ ହୋଇଯାଇଥିଲେ। ପରେ ତାଙ୍କର ଜଣେ ସହକର୍ମୀ କହିଛନ୍ତି ଯେ, ସେମାନଙ୍କୁ ବିଭିନ୍ନ ଦେଶରୁ ଆସିଥିବା କ୍ରୀଡ଼ାବିତ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ହୋଟେଲଗୁଡ଼ିକୁ ପଠାଯାଇଛି। ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଭୂତାଣୁବିତ ମାନଙ୍କର ଆବଶ୍ୟକତା ନ ଥିବାରୁ ଖେଳାଳିମାନଙ୍କୁ ଭୂତାଣୁ ଦ୍ୱାରା ସଂକ୍ରମିତ କରିବା ପାଇଁ ସେମାନଙ୍କୁ ପଠାଯାଇଛି ବୋଲି ଗବେଷକ ସନ୍ଦେହ କରିଥିଲେ। ଏହାପରେ ବିଭିନ୍ନ ଶିବିରରେ କଏଦୀଭାବେ ଥିବା ଉଇଘର ମୁସଲିମଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖିବା ପାଇଁ ତାଙ୍କୁ ସିଂଜିଆଙ୍ଗ ପଠାଯାଇଥିଲା। ଏଠାରେ ଭୂତାଣୁ ସଂକ୍ରମଣ ପାଇଁ କିମ୍ବା ମଣିଷ ଦେହରେ ଭୂତାଣୁ କେମିତି କାମ କରୁଛି ଦେଖିବା ପାଇଁ ତାଙ୍କୁ ସେଠାକୁ ପଠାଯାଇଥିଲା।